Odiapua.com

ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ: ବିନା ଭକ୍ତ ସମାବେଶରେ ଆୟୋଜିତ ହେବ ରଥଯାତ୍ରା

ବାଲିଗୁଡା, ୧୬/୬-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବାଲିଗୁଡାରେ ରଥଯାତ୍ରା ପାଳନ ପାଇଁ ସ୍ଥାନୀୟ ଉପଜିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦ ଙ୍କ ଅଧ୍ୟକ୍ଷତା ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏହି ପ୍ରସ୍ତୁତି ବୈଠକ ରେ ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀ ମାନସ ରଞ୍ଜନ ବାରିକ୍, ତହସିଲଦାର କ୍ଷିରବ୍ଧ ତନୟା ସାହୁ, ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରାଙ୍କ ସମେତ ମନ୍ଦିର ଟ୍ରଷ୍ଟ ସଦସ୍ୟ ମୁଖ୍ୟ ମଧୁସୂଦନ ଦାଶ ଙ୍କ ସମେତ ମନ୍ଦିର ଟ୍ରଷ୍ଟ ସଦସ୍ୟ ମଦନ ମୋହନ ଦୋରା, ରଞ୍ଜିତ କୁମାର ମହାନ୍ତି ଓ ନିମନ୍ତ୍ରିତ ସଦସ୍ୟ ଭାବେ ଶ୍ରୀନିବାସ ରାଓ ଓ ଲଳିତ କୁମାର ପାତ୍ର ଙ୍କ ସମେତ ଓ ବିଦୂତ ବିଭାଗ ର ସହକାରୀ ଯନ୍ତ୍ରୀ ହରିହର ଦତ୍ତ, ସହକାରୀ ଜିଲ୍ଲାପାଳ ହଳଧର ନାୟକ, ହରିଶ୍ଚନ୍ଦ୍ର ପ୍ରଧାନ ଓ ସୂଚନା ଲୋକସମ୍ପର୍କ ଅଧିକାରିଣୀ ଯଶୋଦା ଗାଦବା ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ। ସାରା ବିଶ୍ବରେ ଏବେ ରଥଯାତ୍ରା ପାଳନ ଆଶା ଓ ଆଶଙ୍କା ରେ ରହିଥିବା ବେଳେ ରଥ ନିର୍ମାଣ କାର୍ଯ୍ୟ ଜାରି ରହିଛି। କିନ୍ତୁ ସରକାରଙ୍କ କୋଭିଡ ନିୟମ କୁ କେତେ ପାଳନ କରି ରଥଯାତ୍ରା କରାଯାଇ ପାରିବ ସେ ନେଇ ଏବେ ଚିନ୍ତା ରେ ପ୍ରଶାସନ। କିନ୍ତୁ ସର୍ବୋଚ୍ଚ ନାୟାଳୟ ଓରାଜ୍ୟ ସରକାରଙ୍କ ନିୟମାବଳିକୁ ପାଳନ କରାଯାଇ ବିନା ଭକ୍ତ ରେ ଏବଂ ସବୁଠାରୁ କମ ସେବାୟତ ଙ୍କୁ ନେଇ ସାମାଜିକ ଦୂରତା ରକ୍ଷା କରି ରଥଯାତ୍ରା ପାଳନ ପାଇଁ ପ୍ରସ୍ତୁତ ରହିବା ପାଇଁ ପ୍ରଥମ ବୈଠକ ରେ ନିଷ୍ପତ୍ତି ନିଆଯାଇଛି। ଏବଂ ସେହିଦିନ ସହର ର ସମସ୍ତ ପ୍ରବେଶ ପଥକୁ ସିଲ କରି ବାଇପାସ ରେ ଗାଡି ଚଳାଚଳ ପାଇଁ ବ୍ୟବସ୍ଥା କରାଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ନନ୍ଦ କହିଛନ୍ତି। ବୈଠକ ପରେ ମନ୍ଦିର, ରଥ କମ ଚାଲିବା ସ୍ଥାନ ଓ ମାଉସୀ ମା ମନ୍ଦିର ପରିଦର୍ଶନ କରି ଫେରିଥିଲେ।