Odiapua.com

ରଥଯାତ୍ରା ଉପଲକ୍ଷେ ଶୁଭେଚ୍ଛା ଜଣେଇଲେ ପ୍ରଧାନମନ୍ତ୍ରୀ

ରଥଯାତ୍ରା ଉପଲକ୍ଷେ ଶୁଭେଚ୍ଛା ଜଣେଇଲେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ
ନୂଆ ଦିଲ୍ଲୀ ୧୨-୭ (ଓଡ଼ିଆ ପୁଅ) ଆଜି ଶ୍ରୀଜୀଉଙ୍କର ରଥଯାତ୍ରା, ରଥ ପ୍ରସ୍ତୁତ, ପଥ ପ୍ରସ୍ତୁତ, କିନ୍ତୁ ଭକ୍ତ ଶୂନ୍ୟ ବଡ଼ଦାଣ୍ଡ। କୋଭିଡ୍ ନିୟମରେ ଦ୍ୱିତୀୟଥର ପାଇଁ ପାଳନ ହେଉଛି ରଥଯାତ୍ରା।
ରଥଯାତ୍ରା ଉପଲକ୍ଷେ ଶୁଭେଚ୍ଛା ଜଣେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ଟ୍ୱିଟରେ ଲେଖିଛନ୍ତିଯେ,
“ପ୍ରଭୁ ଜଗନ୍ନାଥଙ୍କ ରଥ ଯାତ୍ରାର ଶୁଭ ଅବସରରେ ସମସ୍ତ ଦେଶବାସୀଙ୍କୁ, ବିଶେଷକରି ଓଡିଶାର ସମସ୍ତ ଭକ୍ତଙ୍କୁ ମୋର ଶୁଭେଚ୍ଛା। ମୁଁ ଚାହେଁ, ଭଗବାନ ଜଗନ୍ନାଥଙ୍କ ଆଶୀର୍ବାଦରେ ସମସ୍ତ ଦେଶବାସୀଙ୍କ ଜୀବନ ସୁଖ, ସମୃଦ୍ଧତା ଏବଂ ସ୍ୱାସ୍ଥ୍ୟରେ ପରିପୂର୍ଣ୍ଣ ରହୁ।”

ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି ତାଙ୍କର ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ ଲେଖିଛନ୍ତିଯେ,
“ରଥଯାତ୍ରାର ବିଶେଷ ଉତ୍ସବରେ ସମସ୍ତଙ୍କୁ ଶୁଭେଚ୍ଛା। ଭଗବାନ ଜଗନ୍ନାଥଙ୍କୁ ପ୍ରଣାମ ଜଣାଇ ତାଙ୍କ ଆଶୀର୍ବାଦରେ ସମସ୍ତଙ୍କ ଜୀବନରେ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସମୃଦ୍ଧତା ଆସୁ, ଏହା ହିଁ ପ୍ରାର୍ଥନା। ଜୟ ଜଗନ୍ନାଥ!”

ତାଳଧ୍ବଜ, ଦେବଦଳନ ଓ ନନ୍ଦିଘୋଷ ରଥତ୍ରୟ ଏବେ ସିଂହଦ୍ୱାର ସମ୍ମୁଖରେ ପ୍ରସ୍ତୁତ ହୋଇରହିଛନ୍ତି। ନେଇଯିବେ କାଳିଆ ଠାକୁରଙ୍କୁ ଗୁଣ୍ଡିଚା ଘରକୁ। ତେବେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଟଣା ଯାଇ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଶ୍ରୀଗୁଣ୍ଡିଚା ମନ୍ଦିର ମୁହାଁ କରି ରଖାଯାଇଛି।
ବିନା ଭକ୍ତରେ ଏ ବର୍ଷ ଗତବର୍ଷ ପରି ହେବ ଘୋଷ ଯାତ୍ରା। ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ଯାତ୍ରା କରିବେ ଦିଅଁ।
ତେବେ ପ୍ରଶାସନ ପକ୍ଷରୁ ଏ ନେଇ ନୀତି ନିର୍ଘଣ୍ଟ ହୋଇଛି। ବର୍ତ୍ତମାନ ପହଁଣ୍ଡି ଚାଲିଛି।