Odiapua.com

ରଥଯାତ୍ରାରେ ମହିପୁରକୁ ଚାଲିବ ଟ୍ରେନ!

ନୟାଗଡ଼, ୨୦ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ରଥଯାତ୍ରାରୁ ମହିପୁରକୁ ଟ୍ରେନ ଚଳାଚଳ କରିବ ବୋଲି ଜଣାପଡ଼ିଛି। ଏଥିପାଇଁ ଜରୁରିକାଳୀନ ଭିତ୍ତିରେ ଟ୍ରେନଲାଇନ୍ କାମ ଆଗେଇ ଚାଲିଛି। ନୟାଗଡ଼ ଟାଉନ ଷ୍ଟେସନରୁ ମହିପୁରକୁ ଟ୍ରେନ ଯିବାପାଇଁ ପ୍ରାୟ ଔପଚାରିକତା ଆରମ୍ଭ ହୋଇଯାଇଛି। ଏଥିପାଇଁ ପରୀକ୍ଷାମୂଳକ ଭାବେ ଟ୍ରେନ ଇଂଜିନ ଯିବା ଆସିବା କରୁଛି। ତା’ପରେ ମାଲବାହୀ ଟ୍ରେନ ଚଳାଚଳ କରିବ। ଟ୍ରେନ ଯିବାପାଇଁ ସାର୍ଟିଫିକେଟ ମିଳି ସାରିଲେ ରଥଯାତ୍ରା ବେଳକୁ ନିୟମିତ ଟ୍ରେନ ନୟାଗଡ଼ ଟାଉନ ଷ୍ଟେସନରୁ ମହିପୁର ପର୍ଯ୍ୟନ୍ତ ସଂପ୍ରସାରଣ କରାଯିବ ବୋଲି କୁହାଯାଇଛି। ତେବେ ରଥଯାତ୍ରା ବେଳକୁ ମହିପୁରକୁ ଟ୍ରେନ ଚଳାଚଳ କରିବାର ସବୁ ପ୍ରକାର ସମ୍ଭାବନା ରହିଛି ବୋଲି ଆନୁମାନ କରାଯାଉଛି। ଉଲ୍ଲେଖଯୋଗ୍ୟ ରେଳମନ୍ତ୍ରୀ ମାର୍ଚ୍ଚ ୨୦୧୮ ସୁଦ୍ଧା ନୂଆଗାଁ ପର୍ଯ୍ୟନ୍ତ ରେଳ ଚଳାଚଳ କରିବ ବୋଲି ଘୋଷଣା କରିଥିବାବେଳେ ନୟାଗଡ଼ରୁ ମହିପୁର ପର୍ଯ୍ୟନ୍ତ ମଧ୍ୟ ମାତ୍ର ୧୦ କିମି ରାସ୍ତା ଟ୍ରେନ ଚଳାଚଳ କରିପାରିନାହିଁ। ତେବେ ନୟାଗଡ଼ ଟାଉନ ଷ୍ଟେସନକୁ ଟ୍ରେନ ଆସିବାର ୨ବର୍ଷ ଭିତରେ ଟ୍ରେନ ଯାତ୍ରୀଙ୍କ ଠାରୁ ଭଡ଼ା ବାବଦ ୩୪ ଲକ୍ଷ ୭୯ହଜାର ଆଦାୟ ହୋଇଥିବା ଜଣାପଡ଼ିଛି।