Odiapua.com

ରଥଯାତ୍ରାରେ ନିୟୋଜିତ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା

ପୁରୀ ୧୨/୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଚଳିତ ରଥଯାତ୍ରାରେ ସଫେଇ କର୍ମଚାରୀ ଙ୍କ ଅବଦାନ ବେଶ ଗୁରୁତ୍ୱପୂର୍ଣ୍ଣ ରହିଥିଲା।ସେମାନଙ୍କ ଅକ୍ଲାନ୍ତ ପରିଶ୍ରମ ଓ ମହାପ୍ରଭୁଙ୍କ ପ୍ରତି ସେମାନଙ୍କ ସେବାକୁ ସମ୍ମାନ ଜଣାଇ ପୁରୀ ପୌରପାଳିକା ପକ୍ଷରୁ ସେମାନଙ୍କ ଉଦ୍ଦେଶ୍ୟରେ ଏକ ବଡାଖାନା ଆୟୋଜନ ସହ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଟାଉନ ହଲ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ଅତିରିକ୍ତ ପୌର ନିର୍ବାହୀ ଅଧିକାରୀ ମନୋଜ କୁମାର ବେହେରା, ଜିଲ୍ଲା କ୍ରିଡା ଅଧିକାରୀ ଚନ୍ଦନ ସାହୁ ଓ ପୌର ସ୍ୱାସ୍ଥ୍ୟ ଅଧିକାରୀ ଅଶୋକ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହି ପୌରପାଳିକା ର ୮ଟି କ୍ଲଷ୍ଟର ଏବଂ ଜାଗୃତିର ସଫେଇ କର୍ମଚାରୀଙ୍କ କାର୍ଯ୍ୟ ର ପ୍ରଶଂସା କରିବା ସହ ସେମାନଙ୍କୁ ମେମେଣ୍ଟୋ, ସାର୍ଟିଫିକେଟ, ସଫେଇ କିଟ୍ସ, ଫାଷ୍ଟଏଡ ବକ୍ସ ଓ ଅନ୍ୟାନ୍ୟ ସାମଗ୍ରୀ ଦେଇ ସମ୍ବର୍ଦ୍ଧିତ କରିଥିଲେ। ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ ଏଥିରେ ଅଧ୍ୟକ୍ଷତା କରିବା ସହ ସ୍ୱଛାତା ପାଇଁ ଏହି କର୍ମଚାରୀ ମାନଙ୍କୁ ଯେତେ ପ୍ରଶଂସା କଲେ ମଧ୍ୟ ସେମାନଙ୍କ ସେବା ତୁଳନାରେ ତାହା କମ ହେବ ବୋଲି କହିଥିଲେ। ଚଳିତ ରଥଯାତ୍ରାରେ ଆମେ ଏକ ଟିମ ଭାବେ କାର୍ଯ୍ୟ କରୁଥିଲୁ ଓ ଆମେ ସଫଳ ହେଲୁ ବୋଲି କହି ସବୁ ମହାପ୍ରଭୁଙ୍କ ଆଶୀର୍ବାଦ ବୋଲି କହିଥିଲେ।