Odiapua.com

ରଥଦାଣ୍ଡରେ ଶ୍ରୀବଳଦେବଜୀଉଙ୍କ ରଥଯାତ୍ରା ପାଇଁ ଏସପିଙ୍କ ସମୀକ୍ଷା

କେନ୍ଦ୍ରାପଡ଼ା, ୨୮ା୬ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ପୁରୀର ଶ୍ରୀକ୍ଷେତ୍ର ଭଳି ଶୁକ୍ରବାର କେନ୍ଦ୍ରାପଡା ତୁଳସୀ କ୍ଷେତ୍ରରେ ମଧ୍ୟ ଅନୁଷ୍ଠିତ ହେବ ରଥଯାତ୍ରା। ଏଥିପାଇଁ ମଙ୍ଗଳବାର ଆରକ୍ଷୀ ଅଧୀକ୍ଷକ ସନ୍ଦୀପ ସମ୍ପଦ ମଡ଼କର ଶ୍ରୀବଳଦେବଜୀଉଙ୍କ ରଥଦାଣ୍ଡରେ ରଥଯାତ୍ରାର ସମୀକ୍ଷା କରିଛନ୍ତି। ରଥ କିପରି ଗଡ଼ିବ, ରଥ ଗଡିବା ବେଳେ କିପରି ଟ୍ରାଫିକ ନିୟନ୍ତ୍ରଣ କରାଯିବ, କେଉଁ କେଉଁ ବାଟ ଦେଇ ଭକ୍ତମାନେ ରଥ ଦାଣ୍ଡକୁ ଯିବେ, କେଉଁ ରାସ୍ତାଗୁଡିକ ସିଲ କରାଯିବ ଓ କେଉଁ ରାସ୍ତା ଦେଇ ସ୍ଥାନୀୟ ଲୋକେ ଯିବା ଆସିବା କରିବେ ଏସମ୍ପର୍କରେ ଏସ୍‌ପି ଶ୍ରୀ ମଡ଼କର ସମୀକ୍ଷା କରିଥିଲେ। ଦୁଇ ବର୍ଷ ହେବ ରଥଯାତ୍ରା ହୋଇ ନ ଥିବାରୁ ଚଳିତ ବର୍ଷ ଅଧିକ ଭକ୍ତଙ୍କ ସମାଗମ ହେବାର ଆଶା କରାଯାଉଛି। ତେଣୁ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଲେ ଟ୍ରାଫିକ ନିୟନ୍ତ୍ରଣ କିପରି କରାଯିବ। ରଥଯାତ୍ରାି ସମୟରେ କେତେ ପୋଲିସ ଅଧିକାରୀ ଓ ଫୋର୍ସଙ୍କର ଆବଶ୍ୟକତା ରହିଛି ସେସବୁ ବିଷୟରେଏସ୍‌ପି ସମୀକ୍ଷା କରିଥିଲେ। ଏସ୍‌ପିଙ୍କ ସହ କେନ୍ଦ୍ରାପଡା ଏସ୍‌ଡିପିଓ ରାଜୀବ ଲୋଚନ ପଣ୍ଡା, ଡିଏସ୍‌ପି କାର୍ତ୍ତିକ ମଲ୍ଲିକ, ବରିଷ୍ଠ ଇନ୍ସପେକ୍ଟର ଜ୍ୟୋତିରଞ୍ଜନ ସାମନ୍ତରାୟ, ଟାଉନ୍ ଥାନା ଅଧିକାରୀ ଗୌରାଙ୍ଗ ଚରଣ ପୃଷ୍ଟି, ଦେବୋତ୍ତର ସଂସ୍ଥାର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।