Odiapua.com

ରଥଖଳାରେ ରଥନିର୍ମାଣ କାର୍ଯ୍ୟ ଦୃତ ଗତିରେ ଆଗେଇ ଚାଲିଛି

ପୁରୀ, ୧୬/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ୩ ରଥର ଦୁଆର ଘଡା ଲାଗି ସଂପର୍ଣ୍ଣ ହୋଇଥିଲା। ପ୍ରତି ଦୁଆର ଘଡା ରେ ୨ ଟି ଲେଖାଏଁ ନାଟଗୋଡ ସଂପୂର୍ଣ୍ଣ ହୋଇ ଫିଟିଙ୍ଗ୍ କରାଯାଇଥିଲା। ଗତକାଲି ୩ ରଥର ଦୁଆର ଘଡା କୁ ବାନ୍ଧି ରଖିବା ପାଇଁ ଧ୍ୱଜ ବତା ରେ ତାଗ କରାଯାଇ ଫିଟିଙ୍ଗ୍ କରାଯାଇଛି। ପ୍ରତି ରଥରେ ୪ ଟି ଲେଖାଏଁ ୧୨ ଟି ଧ୍ୱଜବତା ଲାଗି ହୋଇଛି। ୩ ରଥର ପଟ୍ଟା ବାଡିଆ କାର୍ଯ୍ୟ ସଂପୂର୍ଣ୍ଣ ହୋଇଅଛି। ରଥରେ ଶ୍ରୀ ବିଗ୍ରହ ମାନଙ୍କ ବିଜେସ୍ଥଳ ସିଂହାସନ ସଂପୂର୍ଣ୍ଣ ହୋଇଛି। ଏଥିରେ ଚିତ୍ରକର ସେବକ ମାନେ ପ୍ରାଇମର ଦେଇ ପାଇପଲ ଚିତ୍ର କରିବେ। ଏହା ବିଜେ ସ୍ଥଳ ର ବାହ୍ୟ ଅଂଶ ରେ ଚିତ୍ର ହେବ। ଏହି ବିଜେ ସ୍ଥଳ ତାଳଧ୍ୱଜ ରଥ ଏବଂ ନନ୍ଦିଘୋଷ ରଥର ୪ ପାର୍ଶ୍ୱ କୋଣ ଗୁଡିକ ୩ କୋଣ ବିଶିଷ୍ଟ ହୋଇଥିବା ବେଳେ ଦେବଦଳନ ରଥର ୪ ପାର୍ଶ୍ୱ ର କୋଣ ୨ କୋଣ ବିଶିଷ୍ଟ ଏହି ୪ ପାଶ୍ୱର୍ରେ ବାହ୍ୟ ପଟ୍ଟା ରେ ଗାଇ ପଲ ଚିତ୍ର କରାଯାଇଥାଏ। ଏଣୁ ଏହି ବିଜେ ସ୍ଥଳର ବାହ୍ୟ ପଟକୁ ଗାଇପଲ ଲାଗି କୁହାଯାଏ। ରଥରେ ପ୍ରଭୁ ବିରାଜ କଲା ପରେ ନିତ୍ୟ ବୃନ୍ଦାବନ ରେ ବିରାଜିଲା ପରି ଲାଗନ୍ତି। ଆଜି ୩ ରଥର ବିଜେ ଆସ୍ଥାନ ଉପରେ କନକ ମୁଣ୍ଡି ଫିଟିଙ୍ଗ୍ କରାଯାଇଛି। ଏବଂ ସେଥିରେ ପଟ୍ଟା ପଡି କନକ ମୁଣ୍ଡି ଲାଗିଲା ପରେ ପିତଳ ଚଦର ପଡିବ। ବର୍ଷା ସମୟରେ ଶ୍ରୀ ବିଗ୍ରହ ଙ୍କ୍ ଉପରେ ପାଣି ନ ପଡିବ। ପ୍ରତି ରଥର ପ୍ରଥମ ଭୂଇଁ ଦ୍ୱିତୀୟ ଭୂଇଁ ଏବଂ ତୃତୀୟ ଭୂଇଁ ରେ ପ୍ରତିକୋଣ ରେ ୩ ଟି ଲେଖାଏଁ ମୋଟ ୧୨ ଗୋଟି କଣି ଫାଉଡା କଟିଙ୍ଗ୍ କରାଯାଇଛି। ଏହା ପରେ ରଥର ଭୂଇଁ ଚଉତା ଠାରୁ ରଥର ପୋଟଳ ପର୍ଯ୍ୟନ୍ତ ୨୦ ଫୁଟିଆ ପତଳା ବତନ ସେଥିରେ ଫିଟିଙ୍ଗ୍ କରାଯାଇଛି। ରଥରେ କନା ପଡିଲା ବେଳେ କୁ ଏହା ସହାୟକ ହୋଇଥାଏ। ୩ ରଥର ପ୍ରଭା ରେ ରୂପକାର ମାନଙ୍କ ଖୋଦେଇ କାମ ସଂପୂର୍ଣ୍ଣ ହେବାକୁ ଯାଉଛି। ତଳେ ମଗର ମୁଖ ୨ ପାର୍ଶ୍ୱ ରେ ପଦ୍ମ ଫୁଲ ଡାଳି ଉପରେ ରାହୁ ମୁଖ ଖୋଦେଇ ପରେ ରଙ୍ଗ କାର୍ଯ୍ୟ ଆରମ୍ଭ ହୋଇଛି।