Odiapua.com

ରଥଖଳାରେ ରଥନିର୍ମାଣ କାର୍ଯ୍ୟ ଯୋରସୋରରେ ଚାଲିଛି

ପୁରୀ, ୨୫/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ତାଳଧ୍ୱଜ ରଥର ୧୩ ଟି ଚକ ସଂପୂର୍ଣ୍ଣ ହୋଇଥିବା ବେଳେ ବାକି ଗୋଟିଏ ଚକର ତୁମ୍ବ ରେ ଅର ସଂଯୋଗ ପୂର୍ବକ ବିଲେଇ ବାଡିଆ ପରେ ଯନ୍ତା ଗାଡ ରୁ ରଥଖଳା କୁ ଆସିଛି। ଅରରେ ସାଇଜ କରାଯାଇ ପଇ ସଂଯୋଗ କାର୍ଯ୍ୟ ଆରମ୍ଭ ହୋଇଛି। ନନ୍ଦିଘୋଷ ରଥର ୧୬ ଚକ ମଧ୍ୟରୁ ୧୫ ଟି ଚକ ଶେଷ ହୋଇଛି। ଶେଷ ଚକ ତୁମ୍ବ ରେ ଯନ୍ତା ଗାଡରେ ସିଙ୍ଗଡା ବାଡିଆ କାର୍ଯ୍ୟ ଶେଷ ହୋଇ ଅରରେ ସାଲ କାର୍ଯ୍ୟ କରାଯାଉଛି। ପଇ ସଂଯୋଗ କାର୍ଯ୍ୟ ଆରମ୍ଭ ହେବ। ପ୍ରତ୍ୟେକ ରଥର ୨ ଟି ଲେଖାଏଁ ଗରଗରା ପ୍ରସ୍ତୁତ ସରିଥିଲା। ଗତକାଲି ବିନ୍ଧ କାର୍ଯ୍ୟ ଶେଷ ହୋଇଛି। ଗତକାଲି ୩ ରଥର ଦଣ୍ଡା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ତାଳଧ୍ୱଜ ରଥର ୯ ଟି ଦଣ୍ଡା ଦେବଦଳନ ରଥର ୭ ଟି ଦଣ୍ଡା ଏବଂ ନନ୍ଦିଘୋଷ ରଥର ୯ ଟି ଦଣ୍ଡା କାର୍ଯ୍ୟ ବାରିଶୀ ଦ୍ୱାରା ୪ ପାର୍ଶ୍ୱ ସମତୁଲ କରାଯାଇଛି। ଚକ ଅଖ ଯୋଡାଯିବା ପ୍ରଥମ ପର୍ଯ୍ୟାୟ, ଦ୍ୱତୀୟ ପର୍ଯ୍ୟାୟରେ ଅଖ ଚକ କୁ ବାନ୍ଧି ରଖିବାକୁ ଦଣ୍ଡା ପକାଯାଏ। ତୃତୀୟ ପର୍ଯ୍ୟାୟରେ ଦଣ୍ଡା ଉପରେ ଗରଗରା ପଡିଲା ପରେ ୪ ନାହାକା ଉଠିଥାଏ। ତା ପରେ ପୋଲ ଗୟଳ ରଥର ଉଭୟ ପାଶ୍ୱର୍ରେ ପଡିଲାପରେ ଟାଣ ଦିଆଯାଏ। ୩ ଗୁଣନ ୪ ସାଇଜ୍ ର ୫ ଫୁଟିଆ ଟାଣ ପ୍ରତି ରଥରେ ୧୧ ଟି ଏହାପରେ ଯୋଖା ଲାଗି ପରେ ବେଦୀପଟ୍ଟା ପକାଯାଏ।