Odiapua.com

ରଥକାଠ ଅନୁକୂଳ ନୀତି ସମ୍ପର୍ଣ୍ଣ

ପୁରୀ ୧୬-୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ରଥଯାତ୍ରାର ଆଦ୍ୟପର୍ବ ରଥକାଠ ଅନୁକୂଳ ନୀତି ପରମ୍ପରା ମୁତାବକ ମଙ୍ଗଳବାର ଦିନ ପବିତ୍ର ବସନ୍ତ ପଞ୍ଚମୀରେ ଅନୁଷ୍ଠିତ ହୋଇଯାଇଛି। ପରମ୍ପରା ଅନୁଯାୟୀ ଶ୍ରନ୍ଦିର କାଯ୍ୟାଳୟ ସମୁଖରେ ରଥଖଳାରେ ତିନି ରଥ ପାଇଁ ତିନୋଟି ଧଉରା କାଠକୁ ପୂଜାଅର୍ଚନା କରାଯାଇଥିଲା। ରାଜନଅର ପକ୍ଷରୁ ରାଜଗୁରୁଙ୍କ ସହ ସ୍ତ୍ରୋତ୍ରୀୟ ବ୍ରାହ୍ମଣ ମାନେ ପୂଜାର୍ଚ୍ଚନା କାର୍ଯ୍ୟ ସମ୍ପାଦନା କରିଥିଲେ। ତିନି ରଥ ପାଇଁ ୧୨ ଫୁଟିଆ ଧଉରା କାଟକୁ ରଥକଳାରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପୂଜାଅର୍ଚନା କରାଯାଇଥିଲା। ସ୍ତ୍ରୋତ୍ରୀୟ ବ୍ରାହ୍ମଣମାନେ, ପୁରହିତମାନେ ବାଗଦେବୀଙ୍କୁ ଆବାହନ କରିବା ସହ ଫୁଲ, ଚନ୍ଦନ, ପଞ୍ଚାମୃତ, ଅର୍ଗୀୟ, ମହାପ୍ରସାଦ ଆଦି ଅର୍ପଣ କରାଯାଇଥିଲା।