Odiapua.com

ରତ୍ନ ଭଣ୍ଡାର ଖୋଲିବାକୁ ସିପିଏମର ଦାବି

ପୁରୀ, ୦୨।୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶ୍ରୀ ଜଗନ୍ନାଥ ମନ୍ଦିର ଭିତର ରତ୍ନ ଭଣ୍ଡାର ସ୍ଥିତିଯାଞ୍ଚ କରିବା ଓ ରତ୍ନକୁ ପୁନଃ ଗଣତି କରିବା କୁ ସରକାର, ପରିଚାଳନା କମିଟି ତୁରନ୍ତ ପଦକ୍ଷେପ ନେବାକୁ ଆଜି ସି ପି ଆଇ ଏମ ଜିଲ୍ଲା ପାଳ ଅଫିସରେ ବିକ୍ଷୋଭ କରି ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ଦେଇଛି। ଏଥିରେ ଉଲ୍ଲେଖ ଅଛି ଯେ ରତ୍ନ ଭଣ୍ଡାର ସୁରକ୍ଷା ଏକ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ରାଜ୍ୟ ସରକାରଙ୍କ ନୀରବତା ରତ୍ନ ସୁରକ୍ଷିତ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ୧୯୮୫ ମସିହା ରୁ ଅଧ୍ୟାବଧି ଖୋଲୁନି ରତ୍ନ ଭଣ୍ଡାର। ମାନ୍ୟବର ହାଇ କୋର୍ଟ ନିର୍ଦେଶ ପରେ ମୁଖ୍ୟପ୍ରଶାସକଙ୍କ ନେତୃତ୍ୱ ରେ ଷୋଳ ଜଣିଆ ଟିମ ଚାବି ନଥିବାରୁ ବାହାର ପଟୁ ଦେଖି ଆସିଲେ ସ୍ଥିତି ଗମ୍ଭୀର ବୋଲି। ପରେ ରଘୁବୀର ଦାଶ କମିଶନ ଗଠନ ହେଲା। ତାର ରିପୋର୍ଟ ସାର୍ବଜନୀନ କଲେ ନାହିଁ ସରକାର। ଛତିଶ ବର୍ଷ ଧରି ଖୋଲିଲାନି ରତ୍ନ ଭଣ୍ଡାର। ନିର୍ବାଚିତ ପରିଚାଳନା କମିଟି ପ୍ରତି ତିନି ବର୍ଷରେ ଆସୁଛନ୍ତି। ୨୦୧୮ମସିହା ରେ ମିଳିଥିବା ଡୁପ୍ଲିକେଟ ଚାବି ରେ କାହିଁକି ଖୋଲିଲେନି ସରକାର। ସେପଟେ ୧୯୬ ମସିହା ପରଠାରୁ ଅଧ୍ୟାବଧି ଟ୍ରେଜେରି ଓ ରେକର୍ଡ ରୁମରେ ଚାବି ନାହିଁ ବୋଲି ସୂଚନା ଅଧିକାରରେ ତଥ୍ୟ ଆସିଛି। ସେମାନେ ଏହି ସମସ୍ତ ଦିଗ ପ୍ରତି ଧ୍ୟାନ ନ ଦେବାର କାରଣ କ’ଣ। ସରକାର, ଆଇନି ବିଭାଗ, ମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପରିଚାଳନା କମିଟି ଏ ଦିଗରେ ପଦକ୍ଷେପ ନେବାକୁ ଦାବି କରିଛି ସି ପି ଆଇ ଏମ। ଏହି ବିକ୍ଷୋଭ ରେ ଶରତ କୁମାର ରା଼ୟଗୁରୁ, ଗୋବିନ୍ଦ ନାୟକ, ମନୋରଞ୍ଜନ ମହାରଣା, ରଂଜିତ ନାୟକ, ଟୁନା ନାୟକ, ବିଭୁତି ରାଉତରାୟ, ବାହାନ ପରିଡା, ଦେବ ସାହୁ, ପୂର୍ଣ୍ଣ ମୁଦୁଲି, ଜମ୍ବେଶ୍ୱର ଓଝା, ପବିତ୍ର ଓଝା, ସୁଦର୍ଶନ ମହାରଣା, ହିମାଂଶୁ ଜେନା, ସୁଶାନ୍ତ ମହାରଣା ପ୍ରମୁଖ ଯୋଗ ଦେଇଥିଲେ।