Odiapua.com

ରଣପୁର ରେ ମହିଷାମର୍ଦ୍ଧିନୀ ରୂପରେ ପୂଜା ପାଇଲେ ମା ମଣିନାଗ

ନୟାଗଡ/୨୪/୧୦(ଓଡିଆପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ଗଡଜାତର ରାଜ ପ୍ରତିଷ୍ଠିତ ମା ମଣିନାଗ ଙ୍କ ପୀଠରେ ରାଜରାଜୁଡା  ଅମଳରୁ ନବରାତ୍ର ପୂଜା ଅନୁଷ୍ଠିତ ହୋଇଆସୁଅଛି  ।  ଚଳିତ ବର୍ଷ ନବରାତ୍ର ପୂଜାର ନବମୀ ଅବସର ରେ ଶଂଙ୍କଟନାସିନୀ ମହିଷାମର୍ଦ୍ଧିନୀ ରୂପରେ ପୂଜା ପାଇଲେ ମା ମଣିନାଗ  ା ଦୁଷ୍ଟ ସଂହାର ପାଇଁ ଦେବତା ମାନଙ୍କର ଆବାହନରେ ମହିଷାମର୍ଦ୍ଧିନୀ ମା ଦୁର୍ଗା ଆର୍ବିଭାବ ହୋଇ ନବମୀ ରାତ୍ରରେ ମହିଷାସୁର କୁ ନିଧନ କରିଥିଲେ । ତେଣୁ ଦଶମୀର ସୂର୍ଯ୍ୟଦୟୋ ରେ ବିଜୟା ଦଶମୀ ଅନୁଷ୍ଟିତ ହୋଇଥିଲା  । ତେଣୁ ସେହି ଦିନ ଦୁର୍ଗେ ଦୁର୍ଗତିନାଶିନୀ ମା ଦୁର୍ଗା ଙ୍କର ବିଜୟ ଉସ୍‌ôବ କୁ ପାଳନ କରାଯାଉଅଛି । ହିନ୍ଦୁ ଜାତି ର ସମସ୍ତ ପରିବାର ଏହି ଉତ୍ସବ କୁ ନିଷ୍ଠା ଓ ପରମ୍ପରା ର ସହ ପାଳନ କରିଥାନ୍ତି । ରଣପୁର ମଣିନାଗ ପୀଠରେ ଅବସର ପ୍ରାପ୍ତ ଅଧ୍ୟାପକ ପଣ୍ଡିତ ଗୋଦାବରୀଶ  ଶତ୍‌ପଥି ପୂରୋହିତ ଭାବରେ ଭୋର ସମୟରେ ସନ୍ଧି ପୂଜା ପରେ ନବମୀ ର ସମସ୍ତ କାର୍ଯ୍ୟ ନିତି କାନ୍ତି ସହ କରିଥିବାଜଣାପିଛି  ା

ମା ମଣିନାଗ କମିଟିର ସମ୍ପାଦକ ଗୋପାଳ ଚନ୍ଦ୍ର ଦାଶ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କମିଟିର ସମସ୍ତ ସଦସ୍ୟ ଙ୍କ ସହଯୋଗରେ  ନବରାତ୍ର ପୂଜା ର ନବମୀ ପୂଜା ଅନୁଷ୍ଠିତ ହୋଇଯାଇଅଛି । ରଣପୁର ର ବ୍ରଜରାଜପୁର ଠାରୁ ଆରମ୍ଭ କରି ଅନ୍ୟ ସମସ୍ତ ମଣ୍ଡପ ରେ ଅଷ୍ଟମୀ ପୂଜା ଚାଲିଥିବା ଦେଖିବାକୁ ମିଳିଛି । କେବଳ ରଣପୁର ଜଗନ୍ନାଥ ବଜାର ରେ ଥିବା ପୂଜା ମଣ୍ଡପ ରେ ନବମୀ ପୂଜା ଚାଲିଥିବା ଜଣାପଡିଛି । ଆଜି ମା ଙ୍କ ବିଜୟା ଦଶମୀ ଅବସର ରେ ସୁଦୁର ମାଳରୁ କାଠି ରେ ଆସିଥିବା ମା ଖିଲାମୁଣ୍ଡା ରାଜବାଟୀ ରୁ  ଦଶହରା ପଡିଆକୁ ଆସି ତୋପ ସଲାମୀ ନେବା ପରେ ପାରା ପକ୍ଷୀ ରେ ସ୍ୱ ସ୍ଥାନ କୁ ବିଜେ କରିବେ ।