Odiapua.com

ରଣପୁର ରେ ଭିନ୍ନକ୍ଷମ ମାନସିକ ଅନଗ୍ରସର ଯୋଜନା ବାଟବଣା

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୯/୦୯- ରାଜ୍ୟ ସରକାର ଭିନ୍ନକ୍ଷମ ଓ ମାନସିକ ଅନଗ୍ରସର ବ୍ୟକ୍ତି ଙ୍କ ଥଇଥାନ ପାଇଁ ବିଭିନ୍ନ ଯୋଜନା ମାନ କରି ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରୁଛନ୍ତି । କିନ୍ତୁ ପ୍ରଶାସନିକ ଅଣଦେଖା ଯୋଗୁଁ ଯୋଜନା ବାଟବଣା ହେବାରେ ଲାଗିଛି । ରାସ୍ତା କଡରେ ପ୍ରତି ଚକ ମାନଙ୍କ ରେ ମାନସିକ ଅନଗ୍ରସର ଓ ଭିନ୍ନକ୍ଷମ ମାନେ ରାସ୍ତା କଡରେ ପଡୁଥିବା ଦେଖିବାକୁ ମିଳୁଛି । ସେଭଳି ଘଟଣା ନୟାଗଡ ଜିଲ୍ଲା ଚାନ୍ଦପୁର , ଗୋପାଳପୁର , ରଣପୁର , ରାଜସୁନାଖଳା ରେ ଅଧିକ ସଂଖ୍ୟା ରେ ଦେଖିବାକୁ ମିଳୁଛି । ଦିନ କୁ ଦିନ ସେମାନଙ୍କ ସଂଖ୍ୟା ବଢୁଥିବା ବେଳେ ସାମାଜିକ ନିରାପତା ଯୋଜନା କାହା ପାଇଁ ବୋଲି ମାନବ ବାଦୀ ମାନେ ପ୍ରଶ୍ନ ଉଠାଉଛନ୍ତି । ରଣପୁର ବ୍ଲକ କନ୍ଧନୟାଗଡ ପଞ୍ଚାୟତ ଅଫିସ ସାମ୍ନା ପୁରୁଣା ୧୬ ନଂ ଜାତୀୟ ରାଜପଥ କଡରେ ଜଣେ ଭିନ୍ନକ୍ଷମ ମାନସିକ ଅନଗ୍ରସର ବ୍ୟକ୍ତି ଭୋକ ଉପାସ ରେ ପଡି ଛଟପଟ ହେଉଥିବା ଦେଖିବାକୁ ମିଳୁଛି ।

ଏ ସର୍ମ୍ପକେ ରଣପୁର ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ନିବେଦିତା ଜାନି ଙ୍କୁ ସରକାରୀ ଫୋନ ରେ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଇ ନଥିଲେ । ତେଣୁ ଜିଲ୍ଲା ସାମାଜିକ ସୁରକ୍ଷା ଦାଇତ୍ୱ ରେ ଥିବା ସର୍ବେଶ୍ୱର ପାଣିଗ୍ରାହି ଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ଯେ ସହରାଞ୍ଚଳ ରେ ଯଥା ପୁରୀ ଓ ଜଟଣୀ ରେ ମାନସିକ ଅନଗ୍ରସର ଓ ବିକଳାଙ୍ଗ ମାନଙ୍କ ପାଇଁ ବେସରକାରି ଉଦ୍ୟମ ରେ ଥଇଥାନ ଆଶ୍ରୟ ସ୍ଥଳୀ ରହିଅଛି । ନୟାଗଡ ସହରାଞ୍ଚଳ ରେ ଏକ ଆଶ୍ରୟ ସ୍ଥଳୀ ୧୪ ବର୍ଷ ରୁ କମ୍ ପିଲାଙ୍କ ପାଇଁ ରହିଅଛି । ବୁଝିବାକୁ ପଡିବ ସେଠାରେ ଭିନ୍ନକ୍ଷମ ମାନସିକ ଅନଗ୍ରସର ବୟସ୍କ ମାନଙ୍କୁ ଆଶ୍ରୟ ମିଳୁଛି ନା ନାହିଁ । ରଣପୁର ଅଂଚଳ ରେ ଏଭଳି ମାନସିକ ଅନଗ୍ରସର ବ୍ୟକ୍ତି ମାନେ ରାସ୍ତା କଡରେ ପଡୁଥିବା ଯୋଗୁଁ ଜନମାନସ କୁ ବ୍ୟଥିତ କରୁଛି । ଜିଲ୍ଲା ଉଚ୍ଚକର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ସେମାନଙ୍କ ସାମାଜିକ ସୁରକ୍ଷା ପାଇଁ ଥଇଥାନ କରିବାକୁ ମାନବ ବାଦୀ ମାନେ ଅନୁରୋଧ କରିଛନ୍ତି ।