Odiapua.com

ରଣପୁର ରେ ବଢୁଛି ସ୍ଥାନୀୟ ସଂକ୍ରମଣ-ସରପଂଚଙ୍କ ୨ଟି ଗ୍ରାମକୁ ସଟ୍‌ଡାଉନ୍ ଘୋଷଣା

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୩/୦୭-ନୟାଗଡ ଜିଲ୍ଲା ରଣପୁରରେ କରୋନା ମହାମାରୀ ଦିନକୁ ଦିନ ବଢିବାରେ ଲାଗିଥିବା ବେଳେ ଏହା ସରପଂଚମାନଙ୍କ ଚିନ୍ତାର କାରଣ ପାଲଟିଛି । ତେଣୁ ସରପଂଚ ମାନେ ଏଥିପ୍ରତି ସଜାଗ ରହି ସଂକ୍ରମିତ ଗ୍ରାମକୁ ସଟ୍‌ଡାଉନ୍ ଘୋଷଣା କରିଥିବା ଜଣା ପଡିଛି । ଗତ ଦୁଇ ଦିନ ମଧ୍ୟରେ ବଳଭଦ୍ରପୁର ଗ୍ରାମ ପଚାଂୟତର ବଳଭଦ୍ରପୁର ଓ ବାଉଁଶଗଡ ଗ୍ରାମ ପଂଚାୟତ ର ବାଉଁଶଗଡରେ ଦୁଇଗୋଟି ସ୍ଥାନୀୟ ସଂକ୍ରମଣ ବାହାରିବା ପରେ ଉଭୟ ଗ୍ରାମ ପଂଚାୟତରେ ଗୋଷ୍ଠୀ ସଂକ୍ରମଣକୁ ରୋକିବା ପାଇଁ ସରପଂଚମାନେ ଉଭୟ ଗ୍ରାମକୁ ସଟ୍‌ଡାଉନ୍ ଘୋଷଣା କରିଥିବା ଜଣା ପଡିଛି ବାଉଁଶଗଡ ପଂଚାୟତ ସରପଂଚ ଦିଲୀପ୍ କୁମାର ଜେନା ସ୍ଥାନୀୟ ସଂକ୍ରମଣ ରୋକିବା ଉଦ୍ଧେଶ୍ୟରେ ବାଉଁଶଗଡ ଗ୍ରାମକୁ ସଟ୍‌ଡାଉନ୍ ଘୋଷଣା କରିଛନ୍ତି ଓ ସଂକ୍ରମିତ ବ୍ୟକ୍ତି ରହୁଥିବା ଅନ୍ୟମାନଙ୍କୁ ହୋମ୍ କ୍ୱାରେଣ୍ଟାଇନ୍ ରେ ରହିବା ପାଇଁ କହିଛନ୍ତି । ସେହିଭଳି ଭାବରେ ବଳଭଦ୍ରପୁର ପଂଚାୟତ ସରପଂଚ ନିଳମଣି ପଣ୍ଡା ୪ଦିନ ପାଇଁ ସମ୍ପୃକ୍ତ ଗ୍ରାମକୁ ସଟ୍‌ଡାଉନ୍ ଘୋଷଣା କରିଛନ୍ତି । ସ୍ଥାନୀୟ ସଂକ୍ରମିତ ପରିବାରକୁ ହୋମ୍ କ୍ୱାରେଣ୍ଟାଇନ୍ ରେ ରଖିଥିବା କହିଛନ୍ତି ।

ଉଭୟ ସଂକ୍ରମିତଙ୍କ ପରିବାର ଓ ସଂକ୍ରମିତଙ୍କ ସହ ମିଶିଥିବା ବ୍ୟକ୍ତିମାନଙ୍କର ସ୍ୱାବ୍ ନମୁନା ପରୀକ୍ଷଣ ପାଇଁ ପ୍ରଶାସନକୁ ଜଣାଇଥିବା ଜଣା ପଡିଛି । ଉଭୟ ଗ୍ରାମାଂଚଳରେ ମହାମାରୀର ଭୟ ଓ ସଚେତନତା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ରଣପୁର ଏନ୍‌.ଏ.ସି ଅଂଚଳରେ ପରିବା ବଜାରରେ ଗ୍ରାହକ ମାନଙ୍କ ମଧ୍ୟରେ ସାମାଜିକ ଦୁରତ୍ୱ ରହୁନଥିବା ଦେଖିବାକୁ ମିଳିଛି । ଏ ସମ୍ପର୍କେ ରଣପୁର ଏନ୍‌.ଏ.ସି ର କାର୍ଯ୍ୟନିର୍ବାହୀ ଅଧିକାରୀ ତାପସ ବିସିଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ରଣପୁର ପରିବା ବଜାରକୁ ଅନ୍ୟତ୍ର ସ୍ଥାନାନ୍ତରୀକରଣ କରିବା ପାଇଁ ରଣପୁର ତହସିଲ୍‌ଦାର ତଥା ନୋଡାଲ ଅଧିକାରୀ ସଂଜୟ କୁମାର ସାମନ୍ତରାୟ, ରଣପୁର ଥାନା ଇନିସ୍‌ପେକ୍ଟର ରଶ୍ମିରଂଜନ ଦାଶ ଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଅଛି । ରଣପୁର ପରିବା ବଜାରକୁ ଅନ୍ୟତ୍ର କରୋନା ପାଇଁ ସାମୟିକ ସ୍ଥାନାନ୍ତରୀକରଣ କରିବା ପାଇଁ ଯୋଜନା ରହିଅଛି ।