Odiapua.com

ରଣପୁର ରେ ଚନ୍ଦନ ଯାତ୍ରା ଆରମ୍ଭ

ନୟାଗଡ଼ ୦୪/୦୫ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ଼ ଜିଲ୍ଲା ରଣପୁର ଅଂଚଳରେ ରାଜ ରାଜୁଡା ଅମଳରୁ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇ ଆସୁଅଛି। ୨ ବର୍ଷହେଲା କରୋନା କଟକଣା ଯୋଗୁଁ ଚନ୍ଦନ ଯାତ୍ରା କେବଳ ମନ୍ଦିର ଭିତରେ ନୀତିକାନ୍ତିରେ ଅନୁଷ୍ଠିତ ହୋଇଆସୁଥିଲା। କିନ୍ତୁ ଚଳିତ ବର୍ଷ ଅକ୍ଷୟ ତୃତୀୟା ବିଳମ୍ବିତ ସଂନ୍ଧ୍ୟାରେ ପ୍ରବଳ ଝଡ ତୋଫାନ ସତ୍ତ୍ୱେ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି। ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନ ମୋହନ, ରାମକୃଷ୍ଣ, ରାଜନବର ର ଠାକୁର, ପଞ୍ଚୁ ମହାଦେବ ଭାବରେ ବାବା ଚଣ୍ଡେଶ୍ୱର, ବାବା ସ୍ୱପ୍ନେଶ୍ୱର, ଶ୍ରୀମନ୍ଦିରରେ ଥିବା ବାବା ହରିହରେଶ୍ୱର, ଦଣ୍ଡା ବାଲୁଙ୍କେଶ୍ୱର ଓ ପୁରୁଣା ବସନ୍ତ ଠାରେ ଥିବା ବାଲୁଙ୍କେଶ୍ୱର ଶ୍ରୀ ମନ୍ଦିର ସିଂହ ଦ୍ୱାର ରେ ସମବେତ ହୋଇଥିଲେ।

ଛତିଶା ନିଯୋଗ ସହ ଦୋଳ ବିମାନରେ ସମସ୍ତ ପଣ୍ଡା, ପଢିଆରୀ, ପତ୍ରୀ, ମାଳୀ, ସେବାୟତ ମାନେ ବଡଦାଣ୍ଡ ପରିକ୍ରମା କରି ଚନ୍ଦନ ପୁଷ୍କରିଣୀକୁ ଆସିଥିଲେ। ନୌକା ଯୋଗେ ଚନ୍ଦନ ମଣ୍ଡପକୁ ଯାଇ ଆଳତି, ପୂଜାର୍ଚ୍ଚନା କରିବା ବେଲକୁ କାଳବୈଶାଖି ତାଣ୍ଡବ ରଚି ଝଡ ତୋଫାନ ମାଡି ଆସିଥିଲା। ଫଳରେ ପଣ୍ଡା, ପଢୀଆରୀ ସେବାୟତ ମାନେ ଶ୍ରୀ ଜୀୟୁ ମାନଙ୍କୁ ନିଜ ନିଜ ମନ୍ଦିରକୁ ଧରି ଫେରି ଆସିଥିଲେ। କାଳବୈଶାଖି ଝଡ ତୋଫାନ ରେ ନୈାକାଟି ଚନ୍ଦନ ପୁଷ୍କରିଣୀ ପାଣି ଭିତରେ ବୁଡି ଯାଇଥିବା ଜଣାପଡିଛି। ଦେବୋତ୍ତର ମ୍ୟାନେଜର ରମେଶ କୁମାର ପ୍ରଧାନ ଚନ୍ଦନ ଯାତ୍ରା ପରିଚାଳନା କରୁଥିବା ଜଣାପଡିଛି।