Odiapua.com

ରଣପୁର ରେ କରୋନା ନେଉଛି ମୁଣ୍ଡ କମୁଛି ପରୀକ୍ଷଣ ମିଳୁନି ଟିକା

ନୟାଗଡ(ଓଡିଆପୁଅ /ଦେବୀପ୍ରସାଦ ଆଚାର୍ଯ୍ୟ)– ଦେଶରେ କରୋନା ଦ୍ୱିତୀୟ ଲହର ର ଭୟାଭୟତା ଲୋକଙ୍କ ମନରୁ ଲିଭୁ ନଥିଲା ବେଳେ ବ୍ଲାକ୍ ଫଙ୍ଗସ୍ କୁ କେନ୍ଦ୍ର ସରକାର ମହାମାରୀ ରୂପେ ଘୋଷଣା କରିଛନ୍ତି । କରୋନା ପ୍ରଭାବ ଯାହା ପ୍ରଚାର ହେଉଛି ତାହା ବାସ୍ତବତା କ୍ଷେତ୍ରରେ ସଂପୂର୍ଣ୍ଣ ଅଲଗା । ନୟାଗଡ ଜିଲ୍ଲା ରଣପୁର ଅଂଚଳରେ କରୋନାର ବାସ୍ତବ ଚିତ୍ର ଅଣାୟତ ହେବାରେ ଲାଗିଛି । କରୋନା ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଉଥିବା ବେଳେ ୩ ଦିନ ହେଲା ଟିକାର ଅଭାବ ଯୋଗୁଁ ରଣପୁର ଅଂଚଳରେ ଟିକା କରଣ ବନ୍ଦ ରହିଛି । ପ୍ରତିଦିନ କରୋନା ପରୀକ୍ଷଣ କମ୍ ହେଉଛି । ରଣପୁର ବ୍ଲକ୍ ଖଇରପଲ୍ଲୀ ପଂଚାୟତ ବାଲିଆ ପୁରୁଣା ଗ୍ରାମର କୈଳାଶ ବିଶ୍ୱାଳ ଙ୍କ ସ୍ତ୍ରୀ ଓ ବୋହୂ କରୋନା ପଜିଟିଭ୍ ହୋଇ ଚିକିତ୍ସିତ ହେଉଥିବା ବେଳେ ନିଜ ଗୃହରେ ରହି ଚିକିତ୍ସାଧିନ ଅବସ୍ଥାରେ କୈଳାଶ ବିଶ୍ୱାଳ ଙ୍କ  ମେ ୨୦ ରେ ମୁଣ୍ଡ ଗଡିଛି । ଏପରିକି ତାଙ୍କ ମୃତ ଦେହକୁ ଆଚ୍ଛାଦନ କରିବା ପାଇଁ କର୍ମଚାରୀ ଙ୍କ ଅଭାବ ଦେଖାଦେଇଥିଲା । ଗତ ମଙ୍ଗଳ ବାର ଠାରୁ ଟିକା କରଣ ବନ୍ଦ ରହିଛି ।

ପରୀକ୍ଷଣ କ୍ଷେତ୍ରରେ ରଣପୁର ରେ ପ୍ରତିଦିନ ୫ ଶହ କିଟ୍ ର ଆବଶ୍ୟକତା ଥିଲା ବେଳେ ଆସୁଛି ମାତ୍ର ୫୦ ରୁ ୬୦ କିଟ୍ ।  ଯାହା ଫଳରେ ପରୀକ୍ଷଣ ପାଇଁ ଆସୁଥିବା ଲୋକମାନେ ଡାକ୍ତରଖାନାରେ ଖରା ରେ ଘଣ୍ଟା ଘଣ୍ଟା ଧରି ଲାଇନ୍ ଲଗାଇବା ପରେ କିଟ୍ ଅଭାବରୁ ନିରାଶ ହୋଇ ଫେରିବାକୁ ପଡୁଛି ।  ଏ ସଂର୍ପକେ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର ବୈଦନାଥ ନନ୍ଦଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ଟିକା ଆସୁନି ଦିନକୁ କିଟ୍ ମାତ୍ର ୫୦ ରୁ ୬୦ ମିଳୁଛି । ଏ ସଂର୍ପକେ ଜିଲ୍ଲା ମୁଖ୍ୟ ଚିକିତ୍ସକ ଙ୍କ ସହ ଯୋଗାଯୋଗ କରନ୍ତୁ । ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶକ୍ତି ମିଶ୍ରଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଜିଲ୍ଲାରେ ଆବଶ୍ୟକ ଅନୁଯାୟୀ ଟିକା ମିଳୁନି କି ପରୀକ୍ଷଣ କିଟ୍ ମିଳୁ ନାହିଁ । ଆମେ କରିବୁ କଣ ? ପରୀକ୍ଷଣ କିଟ୍ ର ଅଭାବ ସାଙ୍ଗକୁ ମେ ୨୦ ତାରିଖରେ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ପରୀକ୍ଷଣ ରିର୍ପୋଟ ଅନୁଯାୟୀ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ମେ ୨୦ ତାରିଖରେ ୫୯ ଜଣଙ୍କର କରୋନା ପରୀକ୍ଷଣ କରାଯାଇଥିଲା ବେଳେ ସେଥିରୁ ୨୩ ଜଣଙ୍କ ମଧ୍ୟରେ କରୋନା ସଂକ୍ରମଣ ଦେଖା ଦେଇଛି । କେବଳ ରଣପୁର ବିଜ୍ଞପିତ ଅଂଚଳ ନୁହଁ ସାରା ବ୍ଲକ୍ ର ବିଭିନ୍ନ ପଂଚାୟତ  ଏପରିକି ଜଙ୍ଗଲ ପାହାଡ ପରିବେଶ୍ଟିତ ବନ୍ଧମୁଣ୍ଡା ଗ୍ରାମ ପଂଚାୟତ ନୂଆବେତୁଲି ରେ ମଧ୍ୟ କରୋନା ପହଂଚି ସାରିଛି । ଡମସାହି ଗ୍ରାମ ପଂଚାୟତରେ ଏକାଧିକ କରୋନା ସଂକ୍ରମିତ ବାହାରିବା ପରେ ସରପଂଚ ହରିହର ହରିଚନ୍ଦନ ଡମସାହି ବଜାରକୁ ନିଷିଦ୍ଧାଚଂଳ ଘୋଷଣା କରିଥିବା ଜଣା ପଡିଛି । ଗୁଚ୍ଛ ସଂଘରୋଧ କେନ୍ଦ୍ର ଖୋଲାଯାଇଥିଲେ ମଧ୍ୟ ବାହାର ରାଜ୍ୟରୁ ଆସୁଥିବା ଲୋକମାନେ ଗଳା ବାଟ ଦେଇ ନିଜ ନିଜ ଘରେ ଚୁପ୍ ଚାପ୍ ରହୁଥିବା ଦେଖିବାକୁ ମିଳୁଛି । ପୋଲିସ୍ ଓ ଚିକିତ୍ସକ ନିଜ ନିଜର କରୋନା ମୁକାବିଲା ପାଇଁ କାର୍ଯ୍ୟ କରୁଥିବା ବେଳେ ବ୍ଲକ୍ ପ୍ରଶାସନିକ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି । ବୁଦ୍ଧିଜୀବି ମାନେ ଅନୁରୋଧ କରୁଛନ୍ତି ନିଜେ ନିଜକୁ ରକ୍ଷା କର ।