Odiapua.com

ରଣପୁର ରେ ଅତିରିକ୍ତ ସେସନ୍ସ ଜଜ୍ କୋର୍ଟ ଦାବୀ ଜୋର୍ ଧରିଲା

ନୟାଗଡ/୧୯/୧୧(ଓଡିଆ ପୁଅ/ଆଚାର୍ଯ୍ୟ ବିଶ୍ୱରଂଜନ)-ନୟାଗଡ ଜିଲ୍ଲା ରଣପୁର ରେ ଅତିରିକ୍ତ ସେସନ୍ସ ଜଜ୍ କୋର୍ଟ ଦାବି ଦିନକୁ ଦିନ ଜୋର୍ ହେବାରେ ଲାଗିଛି। ଏ ସମ୍ପର୍କେ ରଣପୁର ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ସତ୍ୟ ନାରାୟଣ ପ୍ରଧାନ ରାଜ୍ୟ ଆଇନ୍ ବିଭାଗର କମିଶନର୍ କମ୍ ସେକ୍ରେଟାରୀ କୁ ଚିଠି ନଂ ୫୨ ତା ୦୭.୦୮.୨୦୧୯ ରେ ଚିଠି ଲେଖିଥିଲେ ରଣପୁର ରେ ଅତିରକ୍ତ ସେସନ୍ସ ଜଜ୍ କୋର୍ଟ କରିବା ପାଇଁ। ଯାହାକି ଏପର୍ଯ୍ୟନ୍ତ ଘୋଷଣା ହୋଇପାରି ନାହିଁ। ରାଜ ରାଜୁଡା ସମୟ ରେ ବ୍ରିଟିଶ ସରକାରଙ୍କ ଗଡଜାତ ଅଂଚଳର ରାଜନୈତିକ ପ୍ରତିନିଧି ମେଜର ବେଜଲଗେଟ୍ କୁ ରଣପୁର ପ୍ରଜା ଅନ୍ଦୋଳନକାରୀ ମାନେ ଠେଙ୍ଗାରେ ପିଟି ପିଟି ମାରି ଦେଇଥିଲେ। ସେହି ମାମଲାର ବିଚାର ପାଇଁ ରଣପୁର ରେ ୧୯୩୯ ମସିହାରୁ ୧୯୪୧ ମସିହା ପର୍ଯ୍ୟନ୍ତ ଜିଲ୍ଲା ଜଜ୍ କୋର୍ଟର କ୍ୟାମ୍ପ୍ କୋର୍ଟ ରଣପୁର ରେ ହିଁ ଚାଲିଥିଲା। ରଣପୁର ରେ ଅତିରିକ୍ତ ସେସନ୍ସ ଜଜ୍ କୋର୍ଟ ପାଇଁ ସମସ୍ତ ଭିତ୍ତି ଭୂମି ରହିଅଛି। ରଣପୁର ରେ ଆଇନଜିବୀ ଓ ମୋହରିର୍ ମାନଙ୍କ ସଂଖ୍ୟା ପ୍ରାୟ ୨ଶହ ପାଖାପାଖି। ନୟାଗଡ ଜଜ୍ କୋର୍ଟରେ ଖରାଦିନ ସକାଳୁଆ କୋର୍ଟରେ ମହକିଲ, ଆଇନଜିବୀ ଓ ମୋହରିର୍ ମାନେ ଯାଇ ଠିକ୍ ମସୟରେ କୋର୍ଟରେ ହାଜର ହୋଇ ପାରନ୍ତି ନାହିଁ। ଯାହା ଫଳରେ ଅନେକ ଅସୁବିଧା ଭୋଗ କରିବାକୁ ପଡିଥାଏ। ରଣପୁର ବାର ଆସୋସିଏସନ୍ ତରଫରୁ ରଣପୁରରେ ସବ୍ ଜଜ୍ କୋର୍ଟ ଓ ଆସିଷ୍ଟାଣ୍ଟ ସେସନ୍ସ କୋର୍ଟ ଓ ଜିଲ୍ଲା ଜଜ୍ କୋର୍ଟଙ୍କର ସର୍କିଟ୍ କୋର୍ଟ ପ୍ରତିଷ୍ଠା ପାଇଁ ଦାବି ହୋଇ ଆସୁଅଛି। ମାନ୍ୟବର ଉଚ୍ଚ ନ୍ୟାୟାଳୟର ବିଚାରପତି ଶ୍ରୀଯୁକ୍ତ କଳ୍ପେଶ ସତେନ୍ଦ୍ର ଜାଭେରୀ ଫୁଲ୍ ବେଂଚ ମାଧ୍ୟମ ପତ୍ର ସଂଖ୍ୟା ଢଠଓଓଓ-୦୬୨୦୧୭ ତା ୦୬.୦୩.୨୦୧୯ରେ ରଣପୁର ରେ ସିଭିଲ୍ ଜଜ୍ ସିନିୟର୍ ଡିଭିଜନ୍ କମ୍ ଆସିଷ୍ଟାଣ୍ଟ ସେସନ୍ସ ଜଜ୍ କୋର୍ଟ ଖୋଲିବା ପାଇଁ ଅନୁମୋଦନ କରାଇ ରାଜ୍ୟ ସରକାରଙ୍କ ଆଇନ ବିଭାଗ ଓ ଅର୍ଥ ବିଭାଗ ଅନୁମତି ନିମନ୍ତେ ପଠାଇଛନ୍ତି। କିନ୍ତୁ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ପାରିନାହିଁ। ରଣପୁର ବାର ଆସୋସିଏସନ୍ ସଭାପତି ସୁର୍ଯ୍ୟକାନ୍ତ ମହାପାତ୍ର ଏ ବିଷୟରେ ଅନେକ ଯୋଗାଯୋଗ କରିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇ ପାରିନାହିଁ। ଏହା କାର୍ଯ୍ୟକାରୀ କରାଯାଉ ନଥିବାରୁ ରଣପୁର ଆଇନଜିବୀ ମାନେ ଆନ୍ଦୋଳନ ପାଇଁ ପ୍ରସ୍ତୁତି କରୁଥିବା ଜଣାଇଛନ୍ତି।