Odiapua.com

ରଣପୁର ରେ ଅଙ୍ଗନୱାଡି ଡ୍ରେସ୍ ପ୍ରଦାନରେ ଅନୀୟମିୟତା ଓ ଶୁଖିଲା ଖାଦ୍ୟ ଦେବା ବନ୍ଦ୍

ଓଡିଆ ପୁଅ(ଦେବୀପ୍ରସାଦ ଆଚାର୍ଯ୍ୟ)୦୩/୧୦- ନୟାଗଡ ଜିଲ୍ଲାରେ ସମନ୍ନିତ ଶିଶୁ ବିକାଶ ଯୋଜନାରେ ଚାଲୁଥିବା ଅଙ୍ଗନୱାଡି କେନ୍ଦ୍ର ଗୁଡିକରେ ପିଲା ମାନଙ୍କ ଡ୍ରେସ୍ ବଣ୍ଟନରେ ଅନିୟମିୟତା ଦେଖାଦେଇଥିବା  ଅଭିଯୋଗ ହୋଇଆସୁଅଛି । ସେଥିରୁ ବାଦ୍ ପଡିନି ରଣପୁର ବ୍ଲକ ଅଙ୍ଗନୱାଡି କେନ୍ଦ୍ର  ।  ରଣପୁର ବ୍ଲକରେ ତିନିଗୋଟି ଗ୍ରାମ ପଞ୍ଚାୟତ ଯଥା ତାଳକଣି, ଲୋଧାଚୁଆ ଓ ଗୋପାଲପୁର  ପଞ୍ଚାୟତରେ ଡ୍ରେସ୍ ଯୋଗାଣ ପାଇଁ ସରକାରୀ ନିୟମ ଅନୁସାରେ ମହିଳା ସଂୟ ସହାୟୀକା ଗୋଷ୍ଠୀ କୁ ଡ୍ରେସ୍ ଯୋଗାଣ ପାଇଁ ଦାୟୀତ୍ୱ ଦିଆଯାଇଥିବା ଜଣାପଡିଛି । ପ୍ରକୃତ ପକ୍ଷେ ସେହି ମହିଳା ଗୋଷ୍ଠୀର କେତେ ଗୋଟି ସିଲେଇ ମେସିନ୍ ଅଛି  ଓ କେତେ ଜଣ ମହିଳା ସିଲେଇ ତାଲିମ୍ ପାଇଛନ୍ତି ସେ ସର୍ମ୍ପକେ ତଦାରଖ କରା ନ ଯାଇ ଦାୟୀତ୍ୱ ଦିଆଯାଇଥିବା ଜଣାପଡିଛି । ସରକାରଙ୍କ ନିୟମ ଅନୁଯାଇ ଚଳିତ ବର୍ଷ ଗାନ୍ଧୀ ଜୟନ୍ତି ଅକ୍ଟୋବର ୨ ରେ  ଡ୍ରେସ୍ ବଣ୍ଟନ  ପାଇଁ ନିର୍ଦ୍ଧେଶ ଦିଆଗଲା । କିନ୍ତୁ ସେପ୍ଟେମ୍ବର ୨୯ ତାରିଖ ଦିନ ମହିଳା ସଂୟ ସହାୟୀକା ଗୋଷ୍ଠୀ କୁ ଡ୍ରେସ୍ ଯୋଗାଇବା  ପାଇଁ କୁହାଗଲା ।

ଆନୁସଙ୍ଗିକ ଭୀତ୍ତିଭୂମି ଓ କୁଶଳୀ ସିଲେଇ କାରିଗର ନଥିବା  ମହିଳା ଗୋଷ୍ଠୀ ଖୋଲା ବଜାରରୁ ଶସ୍ତା ଦରର ନିମ୍ନମାନର ଡ୍ରେସ୍ ଯୋଗାଇଥିବା ଅଭିଯୋଗ ହେଉଅଛି । ଗୋପାଲପୁର  ପଞ୍ଚାୟତରେ ଥିବା ୫ ଗୋଟି ଅଙ୍ଗନୱାଡି କେନ୍ଦ୍ରରେ ପିଲା ମାନଙ୍କୁ ୨ ହଳ ପରିବର୍ତ୍ତେ  ଏକ ହଳ ଡ୍ରେସ୍‌  ବଣ୍ଟନ  କରାଯାଇଅଛି । ଡ୍ରେସ୍‌  ବଣ୍ଟନ  ପାଇଁ ରଣପୁର ବ୍ଲକ ପ୍ରକଳ୍ପ ସଂଯୋଜକ ମୃତ୍ୟୁଞ୍ଜୟ ବେହେରା ଯାଇଥିଲେ । ମୃତ୍ୟୁଞ୍ଜୟ ବେହେରାଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି  ମହିଳା  ଗୋଷ୍ଠୀ ଯୋଗାଇଥିବା ଡ୍ରେସ୍ ନିଜେ ତିଆରି ନକରି ଦୋକାନରୁ କିଣି ଆଣିଥିବା ଆମର ସନ୍ଦେହ ହୋଇଥିଲା  । ଗାନ୍ଧୀ ଜୟନ୍ତିରେ ବାଣି୍ଟବା ନିର୍ଦ୍ଦେଶ ଥିବାରୁ ଆମେ ବାଧ୍ୟ୍ୟ ହୋଇ ସେହି ଡ୍ରେସ୍ କୁ  ବାଣ୍ଟିିଥିଲୁ । ଏ ସର୍ମ୍ପକେ ଅଙ୍ଗନୱାଡି  ସୁପରଭାଇଜର  ଶରତ ମଞ୍ଜରୀ ବେହେରା କୁହନ୍ତି ମହିଳା  ଗୋଷ୍ଠୀ ଡ୍ରେସ୍ ଯୋଗାଇଲା ବେଳେ ତାହା  ନିଜେ ତିଆରି ନ କରି ଦୋକାନରୁ କିଣି ଆଣିଥିବା ସନ୍ଦେହ ହୋଇଥିଲା  । କାରଣ ଯୋଗାଇଥିବା ଡ୍ରେସ୍ ରେ ବିଭିନ୍ନ କମ୍ପାନୀର  ଲେବୁଲ୍ ଦେଖିବାକୁ ମିଳିଥିଲା  । ସେହିଭଳି ଭାବରେ ଅଙ୍ଗନୱାଡି ପିଲା ମାନଙ୍କୁ  କୋଭିଡ୍ କଟକଣା ମଧ୍ୟରେ ଶୁଖିଲା ଖାଦ୍ୟ ବଣ୍ଟନ  ଅଣ୍ଡା, ପରିବା ଓ ତେଲ, ମସଲା ଅହେତୁକ ଦର ବୃଦ୍ଧି ଯୋଗୁ ଯୋଗାଇବା ସମ୍ଭବ ହେଉନାହିଁ  ବୋଲି ଗୋପାଳପୁର ରାମଚନ୍ଦ୍ରପୁରର ଅଙ୍ଗନୱାଡି କର୍ମୀ ସୁଶ୍ରୀ ସଙ୍ଗୀତା ମହାପାତ୍ର ଅଭିଯୋଗ କରିଛନ୍ତି ।   ଅଭିଯୋଗ ଅନୁଯାଇ ସରକାର ଦୈନିକ ପିଲା ପିଛା ୮ ଟଙ୍କା ଧାର୍ଯ୍ୟ କରିଛନ୍ତି । ସରକାର ଚାଉଳ ଯୋଗାଉଥିବା  ଯୋଗୁ ୮ ଟଙ୍କା ରୁ ୩୦ ପଇସା କାଟିଦେଇ ୭ ଟଙ୍କା  ୭୦ ପଇସା ଦେଇଥାନ୍ତି । ସେ ମଧ୍ୟରୁ ଦୌନିକ ପିଲା ପିଛା ସକାଳ ଜଳଖିଆ  ୧ ଟଙ୍କା ୨୪ ପଇସା ଯାଇଥାଏ । କିନ୍ତୁ ବର୍ତ୍ତମାନ ଅହେତୁକ ଦର ବୃଦ୍ଧି ଯୋଗୁ  ଅଣ୍ଡା ଗୋଟିକର  ଦାମ୍ ୬ ଟଙ୍କା ପଡୁଅଛି । ଡାଲି, ଚାଉଳ, ତେଲ ଓ ମସଲା   କିଣିବାକୁ ପଇସା ପାଉନାହିଁ । କିଛି ଅଣ୍ଡା ପରିବର୍ତେ ସୋୟାବିନ୍ ବଡି ପ୍ରଦାନ କରିବା ପାଇଁ ଖାଦ୍ୟ କମିଟି ମନା  କରୁଅଛି । ତେଣୁ ୮ ଟଙ୍କା ରେ ଆଉ ଶୁଖିଲା ଖାଦ୍ୟ ଯୋଗାଇବା ସମ୍ଭବ  ହେଉ ନାହିଁ ।  ଏ ସର୍ମ୍ପକେ ନୟାଗଡ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଭୋଳେଶ୍ୱର କଅଁର ଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ଯେ ମହିଳା  ଗୋଷ୍ଠୀ ଯୋଗାଉଥିବା ଡ୍ରେସ୍  ନିଜେ ତିଆରି ନକରି ଖୋଲା ବଜାରରୁ କିଣିଆଣି ଦେଲେ ତାହା ଗ୍ରହଣ  କରିବାକୁ  କର୍ମୀ ମାନଙ୍କୁ ମନା କରାଯାଇଅଛି  । ଶୁଖିଲା ଖାଦ୍ୟ ବଣ୍ଟନ ବନ୍ଦ ସର୍ମ୍ପକେ କୁହନ୍ତି  ଦର ବୃଦ୍ଧି କଥା କର୍ମୀ ମାନେ ଅଭୀଯୋଗ କରୁଛନ୍ତି  । ସେଥିପାଇଁ ସମସ୍ତ ସି.ଡି.ପି.ଓ  ଏବଂ ସୁପରଭାଇଜର୍ ମାନଙ୍କୁ ବୌଠକ ଡକାଇଯାଇଅଛି । ଜିଲ୍ଲାପାଳଙ୍କ  ସହ ଆଲୋଚନା ପରେ ଶୁଖିଲା ଖାଦ୍ୟ ବଣ୍ଟନ ସର୍ମ୍ପକେ ନିଷ୍ପତି ନିଆଯିବ ।