Odiapua.com

ରଣପୁର ରାଜାଙ୍କର ଆରାଧ୍ୟ ଦେବୀ ମା ଖିଲାମୁଣ୍ଡାଙ୍କ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ ଓ ସୁର୍ଯ୍ୟ ପୂଜା

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୩/୦୩-ରଣପୁର ଗଡର ରାଜାଙ୍କର ଆରାଧ୍ୟ ଅଧିଷ୍ଠାତ୍ରୀ ମା ଖିଲାମୁଣ୍ଡାଙ୍କ ପୀଠରେ ଗତ ଫେବୃୟାରୀ ୨୯ ତାରିଖଠାରୁ ଚାଲିଥିବା ବିଶ୍ୱଶାନ୍ତି ମହାଯଜ୍ଞର ସୁର୍ଯ୍ୟ ପୂଜା ମହା ସମାରହୋ ରେ ନୀତିକାନ୍ତିର ସହ ଅନୁଷ୍ଠିତ ହେଉଅଛି । ଆଜି ମାର୍ଚ୍ଚ ୪ ତାରିଖରେ ଏହି ମହାଯଜ୍ଞର ପୁର୍ଣ୍ଣାହୁତି ଅନୁଷ୍ଠିତ ହେବ । ସୁଦୁର ରିଜର୍ଭ ଜଙ୍ଗଲ ମଧ୍ୟରେ ଅବସ୍ଥିତ ଏହି ପୀଠରେ ଏହା ଏକ ଯାତ୍ରା ଭାବରେ ଅନୁଷ୍ଠିତ ହୋଇଥାଏ । ଦୋକାନ ବଜାରଠାରୁ ଆରମ୍ଭ କରି ରାତ୍ରିସାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ନାଟକ ଆଦି ପରିବେଷଣ କରାଯାଇଥାଏ । ପ୍ରତିଦିନ ରାତ୍ରିସାରା ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ସେମାନଙ୍କ ଉଦ୍ଧେଶ୍ୟରେ ପ୍ରସ୍ତୁତ ହୋଇଥିବା ଅନ୍ନ ପ୍ରସାଦ ସେବନ କରିବା ସହ ମଂଚସ୍ଥ ନାଟକକୁ ଉପଭୋଗ କରିଥାନ୍ତି । ଦିନସାରା ମାନସିକଧାରୀ ଶ୍ରଦ୍ଧାଳୁ ଭକ୍ତମାନେ ନିଜର ମନବାଂଛା ପୁରଣ ପାଇଁ ମାନସିକ କରିବା ପାଇଁ ଧାଡି ଲମ୍ବାଇଥିବା ଜଣା ପଡିଛି ।