Odiapua.com

ରଣପୁର ମହାବିଦ୍ୟାଳୟ ୪୪ ତମ ପ୍ରତିଷ୍ଠା ଦିବସ ପାଳିତ

ନୟାଗଡ଼ ୨୭/୦୭ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ଼ ଜିଲ୍ଲା ରଣପୁର ମହାବିଦ୍ୟାଳୟର ୪୪ ତମ ପ୍ରତିଷ୍ଠା ଦିବସ ଜୁଲାଇ ୨୭ ତାରିଖ ମଧ୍ୟାନ୍ନରେ ପାଳିତ ହୋଇଯାଇଅଛି। ୧୯୭୮ ମସିହାରେ ଯେଉଁ ଉଦେଶ୍ୟ ନେଇ ମହାବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା ସେହି ଉଦେଶ୍ୟ ଠାରୁ ମହାବିଦ୍ୟାଳୟ ଦୂରେଇ ଯାଇଛି। ପ୍ରତିଷ୍ଠା ଦିବସ ଉତ୍ସବ କୁ ପରିଚାଳନା କମିଟିର ସଭାପତି ତଥା ଅବସର ପ୍ରାପ୍ତ ଅଧକ୍ଷ ପ୍ରଫେସର ଜୟନ୍ତ କୁମାର ପରିଡା ପରିଚାଳନା କରିଥିଲେ। ଦୁଃଖର ବିଷୟ କେବଳ ମୁଖ୍ୟ ବକ୍ତା ପୁର୍ବତନ ଅଧକ୍ଷ ପ୍ରଫେସର ଶ୍ରଧର ମହାପାତ୍ର ଯୋଗ ଦେଇଥିଲେ। କିନ୍ତୁ ମୁଖ୍ୟ ଅତିଥି ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ସମ୍ମାନିତ ଅତିଥି ନୟାଗଡ ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ ଓ ସମ୍ମାନିତ ଅତିଥି ନୟାଗଡ ଉପ ଜିଲ୍ଲାପାଳ ଲଗ୍ନଜିତ ରାଉତ କାର୍ଯ୍ୟର ବାହାନା ଦେଖାଇ ଯୋଗ ଦେଇନଥିଲେ।

ଯାହାକି ଆଲୋଚନାର ବିଷୟ ବସ୍ତୁ ପାଲଟିବା ସଙ୍ଗେ ସଙ୍ଗେ ପ୍ରତିଷ୍ଠା ଦିବସ ପାଳନ ଉତ୍ସବ କୁ ଫିକା ପକାଇଦେଇଥିଲା। ସବୁଠାରୁ ଦୁଃଖଦ ବିଷୟ କଲେଜର ପ୍ରତିଷ୍ଠାତା, ପୁରାତନ ଛାତ୍ର ଓ ବର୍ତ୍ତମାନର ଛାତ୍ର କାହାର ଦେଖା ନଥିଲା। ଅଧକ୍ଷ ଡଃ ନିରଞ୍ଜନ ଗୁରୁଙ୍କ କାର୍ଯ୍ୟକଳାପ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। କେବଳ ପୁର୍ବତନ ଅଧକ୍ଷ, ବର୍ତ୍ତମାନର ଅଧକ୍ଷ ଓ କଲେଜ କର୍ମଚାରୀ ଙ୍କୁ ନେଇ ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା। ଯାହାକି ଅଧକ୍ଷ ଡଃ ନିରଞ୍ଜନ ଗୁରୁ ଙ୍କ କାର୍ଯ୍ୟକଳାପ ପ୍ରତି ଅଙ୍ଗୁଳି ନିର୍ଦେଶ କରୁଥିବା ଜଣାପଡିଛି।