Odiapua.com

ରଣପୁର ମନ୍ଦାକିନୀ ସେତୁ ଗତି ପରିବର୍ତ୍ତନ ରାସ୍ତା ଦାବୀ

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୨/୦୬- ନୟାଗଡ ଜିଲ୍ଲା ରାଜସୁନାଖଳା ଠାରୁ ରଣପୁର ରାସ୍ତା ର ମନ୍ଦାକିନୀ ସେତୁ କୁ ବିପଦ ଶଙ୍କୁଳ ଘୋଷଣା କରି ରଣପୁର ପୁର୍ତ୍ତ ବିଭାଗ ଭାରିଯାନ ଯାତାୟତ ବନ୍ଦ ପାଇଁ ସୂଚନା ଫଳକ ମାରିଥିଲା । କିନ୍ତୁ ଲୁହାପଥର ଗାଡି ଠାରୁ ଆରମ୍ଭ କରି ବାଲି ବୋଝେଇ ଭାରିଯାନ ଗାଡି ଚାଳକ ମାନେ ସୂଚନା ଫଳକ କୁ ବେଖାତିର କରି ବିପଦ ଶଙ୍କୁଳ ମନ୍ଦାକିନୀ ସେତୁ ଉପରେ ଗାଡି ଚାଳନା କରୁଥିଲେ । ଆକସ୍ମିକ ଦୁର୍ଘଟଣା କୁ ଏଡାଇବା ପାଇଁ ପୁର୍ତ୍ତ ବିଭାଗ ସେତୁର ଦୁଇପଟେ ଲୁହା ଗେଟ୍ ନିର୍ମାନ କରିଛନ୍ତି । ଭାରିଯାନ ଯାତାୟତ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ଚମ୍ପତିପୁର ଛକ ଠାରୁ ଭାୟା ବ୍ରଜରାଜପୁର ଦେଇ ରଣପୁର ଜେଲ ଛକ ରେ ବାହାରିବା ପାଇଁ ଆଉ ଏକ ନୂଆ ସୂଚନା ଫଳକ ରେ ଦର୍ଶାଇଛନ୍ତି । ଏହି ଗ୍ରାମ୍ୟ ଉନ୍ନୟନ ରାସ୍ତା ନିର୍ମାଣ ସମୟରେ କାର୍ଯ୍ୟ କରୁଥିବା ଠିକାଦାର ଚମ୍ପତିପୁର ଗ୍ରାମ ମୁଣ୍ଡରେ ଓ ବାଙ୍କପୁର ଠାରେ ରାସ୍ତା ର କିଛି ଅଂଶ ନିର୍ମାଣ ନ କରି ଛାଡି ଦେଇଥିଲେ । ଯାହାଫଳ ରେ ଲୁହା ପଥର ଠାରୁ ବାଲି ବୋଝେଇ ଗାଡି ଏହି ରାସ୍ତା ଦେଇ ଯିବା ଫଳରେ ରାସ୍ତା ଅତି କଦର୍ଯ୍ୟ ହେବାରୁ ଗ୍ରାମବାସୀ ମାନେ ବିରୋଧ କରୁଛନ୍ତି ।

ଏ ସର୍ମ୍ପକେ ରଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ଉପଖଣ୍ଡ ଯନ୍ତ୍ରୀ ଋଷିନାଥ ବରାଳ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଏତେ ସଂଖ୍ୟକ ଭାରିଯାନ ଚମ୍ପତିପୁର ଠାରୁ ଜେଲ ଛକ ରାସ୍ତା ଦେଇ ଗଲେ ରାସ୍ତା ଖରାପ ହୋଇ ବିପଦ ଶଙ୍କୁଳ ହୋଇପଡିବ ବୋଲି ଆମ୍ଭେ ନୟାଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଙ୍କୁ ଜଣାଇ ଅଛୁ । ସେ ଜିଲ୍ଲାପାଳ ଙ୍କୁ ଜଣାଇବା ପରେ ଜିଲ୍ଲାପାଳ ଯାହା ନିଷ୍ପତି ନେବେ । ଏ ସର୍ମ୍ପକେ ରଣପୁର ପୁର୍ତ୍ତବିଭାଗ ସହକାରୀ ଯନ୍ତ୍ରୀ ଦୟାନିଧି ରାୟଗୁରୁ ଙ୍କୁ ପଚାରି ବାରେ କୁହନ୍ତି ମନ୍ଦାକିନୀ ସେତୁ ନିର୍ମାଣ ପାଇଁ ଟେଣ୍ଡର କୁ ଯାଇ ତୁରନ୍ତ କାର୍ଯ୍ୟ କରିବା ପାଇଁ ପ୍ରୟାସ ଯାରି ରହିଛି । କାର୍ଯ୍ୟ ଆରମ୍ଭ ହେଲେ ଅସ୍ତାଇ ଗତି ପରିବର୍ତ୍ତନ ରାସ୍ତା ନିର୍ମାଣ କରାଯିବ । ଅପରପକ୍ଷେ ରାଜସୁନାଖଳା ରୁ ରଣପୁର କୁ ବାଲି, ସିମେଣ୍ଟ , ଛଡ ଆଦି ଭାରିଯାନ ନ ଆସିବାରୁ ବ୍ୟବସାୟୀ ଓ ଲୋକମାନେ ବହୁ ଅସୁବିଧାର ସମ୍ମୁଖିନ ହୋଇ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି । ଜିଲ୍ଲା ଉଚ୍ଚ କର୍ତ୍ତୁପକ୍ଷ ସମସ୍ୟା ପ୍ରତି ଦୃଷ୍ଟି ଦେଇ ଗତିପଥ ପରିବର୍ତ୍ତନ ରାସ୍ତା ନିର୍ମାଣ ପାଇଁ ବ୍ୟବସାୟି ଓ ଜନସାଧାରଣ ଅନୁରୋଧ କରିଛନ୍ତି ।