Odiapua.com

ରଣପୁର ମଠ, ମନ୍ଦିର ଓ ସବ୍‌ଜେଲ ରେ ରାମନବମୀ ପୂଜା ଅନୁଷ୍ଠିତ

ନୟାଗଡ଼ ୧୦/୦୪ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ଗତ ୨ ବର୍ଷ ଧରି କୋଭିଡ୍ କଟକଣା ମଧ୍ୟରେ ପବିତ୍ର ଶ୍ରୀରାମନବମୀ ପୂଜା ଲୁକ୍କାୟିତ ଭାବରେ ହୋଇଥିବା ବେଳେ ଚଳିତ ବର୍ଷ ରଣପୁର ଅଂଚଳର ମଠ, ମନ୍ଦିର ଓ ସବ୍‌ଜେଲରେ ରାମନବମୀ ପୂଜା ଅନୁଷ୍ଠିତ ହେଉଥିବା ଦେଖିବାକୁ ମିଳିଛି। ଶ୍ରଦ୍ଧାଳୁ ଭକ୍ତମାନେ ନିଷ୍ଠା କାଷ୍ଠାରେ ରହି ପ୍ରଭୁ ଶ୍ରୀରାମଙ୍କୁ ଆରାଧନା କରିଥିଲେ। ହୋମାହୁତି ପ୍ରଦାନ ପରେ ଭକ୍ତମାନେ ପ୍ରସାଦ ସେବନ କରିଥିଲେ।

ରଣପୁର ଶ୍ରୀ ଜଗନ୍ନାଥ ମନ୍ଦିର, ପଞ୍ଚୋଦୋଳ ପଡିଆ ଶ୍ରୀରାମ ମଠ, ବଡମଠ, ବଧିବାମନ ମଠ, ଶ୍ରୀ ଚୈତନ୍ୟ ମଠ, ନୃସିଂହ ମଠ, ରାମଳୀଳା ଅନୁଷ୍ଠିତ ହେଉଥିବା ସବୁ ପୀଠସ୍ଥଳି, ରାମଳୀଳା ପଢାଯାଇଥିବା ସବୁ ପୀଠରେ ରାମନବମୀ ପାଳିତ ହୋଇଯାଇଅଛି। ଶ୍ରଦ୍ଧାଳୁ ରାମ ଭକ୍ତମାନେ ନିଷ୍ଠାକାଷ୍ଠା ରେ ରହି ପ୍ରଭୁଙ୍କ ଆରାଧନା କରି ପ୍ରଭୁ କରୁଣା ଲାଭ କରିଥିବା ଜଣାପଡିଛି।