Odiapua.com

ରଣପୁର ବ୍ଲକ ୨୨ ନଂ ଜୋନ୍ ରେ ବିଜେଡି ଆଗୁଆ ଓ ୨୧ରେ ବିଜୟୀ

ନୟାଗଡ ୨୭/୦୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ଦ୍ୱିତୀୟ ଦିବସ ଭୋଟ ଗଣନାରେ ଶାସକ ବିଜେଡି ଦଳ ପ୍ରାର୍ଥି ୪୮୬୬, ବିଜେପି ପ୍ରାର୍ôଥ ୩୩୫୯, କଂଗ୍ରେସ ପ୍ରାର୍ôଥ ୩୪୫ ଓ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ୨୬୩ ଖଣ୍ଡ ଚତୁର୍ଥ ରାଉଣ୍ଡ ସୁଧା ଭୋଟ ପାଇଥିବା ଜଣାପଡିଥିଲା। ଖବର ଲେଖାହେଲା ବେଳକୁ ଶାସକ ବିଜେଡି ଦଳ ୧୫୦୭ ଭୋଟରେ ଆଗୁଆଥିବା ନିର୍ବାଚନ ଅଧିକାରୀଙ୍କ ସୂଚନାରୁ ଜଣାପଡିଥିଲା। ରାଜସୁନାଖଳା ୨୨ନଂ ଜିଲ୍ଲା ପରିଷଦ ଜୋନ୍ ୧୦ ଗୋଟି ଗ୍ରାମପଞ୍ଚାୟତ କୁ ନେଇ ଗଠିତ। ରାଜସୁନାଖଳା, କାସନ୍ଦା, ନରେନ୍ଦ୍ରପୁର, ବୃନ୍ଦାବନପୁର, ସୁରୁକାବାଡି, ଖଇରପଲ୍ଲୀ, ଲୋଧାଚୁଆ, ତାଳକଣି, ଗଡବାଣିକିଲୋ ଓ କୁଳାସର କୁ ନେଇ ଏହି ଜୋନ୍।

ସେହିଭଳି ଭାବରେ ଭୋଟ ଗଣତିର ପ୍ରଥମ ଦିବସରେ ରଣପୁର ୨୧ନଂ ଜିଲ୍ଲା ପରିଷଦ ଜୋନ୍ ବିଜେଡି ପ୍ରାର୍ôଥ ରଜନୀରାଣୀ ପଟ୍ଟନାୟକ ୧୨୬୪୨ ଭୋଟ ପାଇଥିବା ବେଳେ ଭାରତୀୟ ଜନତା ପାର୍ଟିର ସସ୍ମିତା ମାର୍ଥା ୯୭୩୫ ଭୋଟ, କଂଗ୍ରେସର ସରୋଜିନୀ ପରିଡା ୯୦୦ ଭୋଟ ପାଇଥିଲେ। ୨୬୨ ଖଣ୍ଡ ଭୋଟ ନାକଜ ହୋଇଥିବା ଜଣାପଡିଥିଲା। ୨୧ ନଂ ଜିଲ୍ଲା ପରିଷଦ ଜୋନ୍ ର ୯ ଗୋଟି ଗ୍ରାମପଞ୍ଚାୟତ ମଧ୍ୟରୁ ୪ ଗୋଟି ପଞ୍ଚାୟତରେ ବିଜେଡି ଦଳୀୟ ସମିତି ସଭ୍ୟ, ୪ ଗୋଟି ଗ୍ରାମପଞ୍ଚାୟତରେ ବିଜେପି ଦଳୀୟ ସମିତି ସଭ୍ୟ ଓ ଗୋଟିଏ ଗ୍ରାମପଞ୍ଚାୟତରେ ସ୍ୱାଧିନ ପ୍ରାର୍ôଥ ସମିତିସଭ୍ୟ ଭାବେ ବିଜୟ ଲାଭ କରିଥିବା ସୂଚନା ମିଳିଛି। ତେଣୁ ରଣପୁର ବ୍ଲକ ଅଧ୍ୟକ୍ଷ ପଦ ପାଇଁ କଡା ମୁକାବିଲା ହେବ ବୋଲି ସବୁ ରାନୈତିକ ଦଳରେ ଚର୍ଚ୍ଚା ଚାଲିଛି।