Odiapua.com

ରଣପୁର ବ୍ଲକ ରେ ସରକାରୀ ସହାୟତା ସାମାଜିକ ସୁରକ୍ଷା ରୁ ବଂଚିତ ପରିବାର

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୩/୦୯- ସରକାର ସାମାଜିକ ସୁରକ୍ଷା ଦେବା ପାଇଁ ବଦ୍ଧ ପରିକର  ହୋଇଥିବା ବେଳେ କେଉଁଠି ଅବହେଳା ରହି ଯାଉଛି କେଜାଣି  ବହୁତ ପ୍ରକୃତ ହୀତାଧିକାରୀ ସରକାରୀ ଯୋଜନା ରୁ ବଂଚିତ ହେଉଛନ୍ତି । ସେଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ ଚମ୍ପାଗଡ ଗ୍ରାମ ପଞ୍ଚାୟତ ଶ୍ରୀକୃଷ୍ଣପୁର ଗ୍ରାମ ର ତାରା ଜେନା ଙ୍କ ପରିବାର ରେ । ତାରା  ଜେନା ଙ୍କ ବୟସ ୬୩ ବର୍ଷ । ସ୍ୱାମୀ ପ୍ରହଲାଦ ଜେନା ଙ୍କ ବୟସ ୬୮ ବର୍ଷ ଘରେ ଅଛନ୍ତି ୯୨ ବର୍ଷ ର ବୃଦ୍ଧ ବାପ । କେବଳ ୧୫ କେଜି ରାସନ୍ ସାମଗ୍ରୀ କୁ ଛାଡି ଦେଲେ ସମସ୍ତ ସରକାରୀ ସହାୟତା ରୁ ବଂଚିତ ହେଉଛନ୍ତି ଏହି ପରିବାର । ୪ ଗୋଟି କନ୍ୟା ସନ୍ତାନ କୁ ବିବାହ ଦେଲା ପରେ ଏହି ବୃଦ୍ଧ ବୃଦ୍ଧା ଜମିହୀନ ହିସାବ ରେ ବୃଦ୍ଧ ବାପ ଙ୍କୁ ଧରି ଜୀବନ ବଂଚିବା ପାଇଁ ସଂଗ୍ରାମ ଚଲାଇଛନ୍ତି ।

ସରକାର କାହାକୁ ଚାଳଘରେ ରହିବା ପାଇଁ ଦେବାକୁ ମନା କରୁଥିବା ବେଳେ ଚାଳ ଘରେ ରହିମଧ୍ୟ ଆବାସ ଯୋଜନା ରୁ ବଂଚିତ ହୋଇଛନ୍ତି । କାରଣ ସରକାରୀ ସର୍ଭେ ଅନୁଯାଇ ଏ ସି ସି ଡାଟା ରେ ତାଙ୍କ ନାଁ ନାହିଁ । ଏହା ସହିତ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଉପଯୁକ୍ତ ହୋଇଥିଲେ ମଧ୍ୟ ଅନ୍ ଲାଇନ ରେ ଆବେଦନ କରିଥିଲେ ମଧ୍ୟ ଭତ୍ତା ପାଇବାରୁ ବଂଚିତ ହୋଇଛନ୍ତି । ଏ ସମ୍ପଙ କେ ରଣପୁର ବ୍ଲକ ସମାଜ କଲ୍ୟାଣ ସାମାଜିକ ସୁରକ୍ଷା ଅଧିକାରିଣୀ ନିବେଦିତା ଜାନି ଙ୍କ ସହ ଯୋଗାଯୋଗ କରିବା ରେ କୁହନ୍ତି ଯେ ହିତାଧିକାରୀ ପ୍ରହଲାଦ ଜେନା ବର୍ଦ୍ଧକ୍ୟ ଭତ୍ତା ପାଇଁ ଅନ୍ ଲାଇନ୍ ରେ ଆବେଦନ କରିଥିଲେ ମଧ୍ୟ ତାଙ୍କ ବ୍ୟାଙ୍କ ଖାତା ର ଆକାଉଣ୍ଟ ନମ୍ବର ଦିଆଯାଇ ନାହିଁ । ଏଥି ସହ ସ୍ତ୍ରୀ ତାରା ଜେନା ଅନ୍ ଲାଇନ୍ ରେ ଆବେଦନ କରିନାହିାଁନ୍ତି । ଯାହାଫଳ ରେ ବାର୍ଦ୍ଧକ୍ୟ  ଭତ୍ତା ପାଇବା ପାଇଁ ବଂଚିତ ହୋଇଛନ୍ତି ।