Odiapua.com

ରଣପୁର ବ୍ଲକ ପ୍ରଥମ ସମିତି ବୈଠକ ଶାନ୍ତିଶୃଙ୍ଖଳାରେ ଅନୁଷ୍ଠିତ

ନୟାଗଡ଼ ୨୮/୦୪ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ପଞ୍ଚାୟତ ସମିତି ର ପ୍ରଥମ ବୈଠକ ଏପ୍ରିଲ ୨୮ ତାରିଖ ସକାଳ ୯ ଘଟିକା ସମୟରେ ବ୍ଲକ ସମ୍ମିଳନୀ କକ୍ଷରେ ଶାନ୍ତିଶୃଙ୍ଖଳାରେ ଅନୁଷ୍ଠିତ ହୋଇଯାଇଅଛି। ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ବୈଠକ ରେ ଯୋଗଦେଇ ନୂତନ ପଞ୍ଚାୟତିରାଜ ସରପଞ୍ଚ, ସମିତିସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ମାନଙ୍କୁ ସ୍ୱାଗତ କରିଥିଲେ। ରଣପୁର ପଞ୍ଚାୟତ ସମିତି ଅଧକ୍ଷା ନିର୍ମଳା ବେହେରାଙ୍କ ଅଧକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା।

ଏହି ବୈଠକରେ ନୟାଗଡ ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ, ରଣପୁର ମଣ୍ଡଳ ଉନ୍ନୟନ ଅଧିକାରିଣୀ ଋତୁପର୍ଣ୍ଣା ମହାପାତ୍ର, ଉପାଧକ୍ଷ ପ୍ରଭାତ କୁମାର ଦଳବେହେରା, ରଣପୁର ଜିଲ୍ଲାପରିଷଦ ସଭ୍ୟା ରଜନୀରାଣୀ ପଟ୍ଟନାୟକ, ଗୋପାଳପୁର ଜିଲ୍ଲା ପରିଷଦ ସଭ୍ୟା ଲକ୍ଷ୍ମୀପ୍ରିୟା ତରେଇ, ନର୍ମଦା ରାୟ ଓ ୩୭ ଗୋଟି ଗ୍ରାମପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ସଭ୍ୟା ମାନେ ଯୋଗ ଦେଇଥିଲେ। ରଣପୁର ପଞ୍ଚାୟତ ସମିତିର ବିଭିନ୍ନ ଉନ୍ନତି ମୂଳକକାର୍ଯ୍ୟ ଓ ମନରେଗା କାର୍ଯ୍ୟକୁ ତ୍ୱରାନ୍ନିତ କରିବା ପାଇଁ ପ୍ରାଧାନ୍ୟ ଦେଇଥିଲେ। ସମସ୍ତ ଲାଇନ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ। ନୟାଗଡ ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ ପାନୀୟଜଳ ଯୋଗାଣ ସହ ଅନେକ କାର୍ଯ୍ୟ ଉପରେ ତର୍ଜମା କରିଥିଲେ। ସର୍ବୋପରି ଶାନ୍ତିଶୃଙ୍ଖଳାର ସହ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଅଛି।