Odiapua.com

ରଣପୁର ବ୍ଲକ ପଟିଆ ରେ କୋଭିଡ୍‌- ୧୯ ଓ ଡେଙ୍ଗୁ ସଚେତନତା ଅନୁଷ୍ଠିତ

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୧/୦୯- ନୟାଗଡ ଜିଲ୍ଲା ରଣପୁର ବ୍ଲକ ର ପଟିଆ ଓ ବନ୍ଧମୁଣ୍ଡା ଗ୍ରାମପଞ୍ଚାୟତ ଅନଗ୍ରସର ଆଦିବାସୀ ଅଂଚଳ ଭାବରେ ପରିଚିତ । ଏହି ଦୁଇ ପଞ୍ଚାୟତ ର ଅଧିକାଶଃ ଅଂଚଳ ରିଜର୍ଭ ଜଙ୍ଗଲ ପରିବେଷ୍ଟିତ  । ସଚେତନତା ର ଅଭାବ ଯୋଗୁଁ ଅନେକ ସମୟରେ ଡେଙ୍ଗୁ ଭଳି ମାରାତ୍ମକ ରୋଗ ର ଶୀକାର ହୋଇଥାନ୍ତି । ପଟିଆ ଗାଁ କଲ୍ୟାଣ ସମିତି ତରଫରୁ ସେପ୍ଟେମ୍ବର ୨୧ ତାରିଖ ରେ ପଟିଆ ଗ୍ରାମ ପଞ୍ଚାୟତ ରେ କୋଭିଡ୍ -୧୯ ଓ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ।

ଏଥିରେ  ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ , ପୁରୀ ଜିଲ୍ଲା ସାଂସଦ ଙ୍କ ପ୍ରତିନିଧି ପ୍ରଭାତ କୁମାର ଦଳବେହେରା , ପଟିଆ ସରପଞ୍ଚ ପ୍ରଭାତ କୁମାର ସାହୁ, ଚାନ୍ଦପୁର ଜିଲ୍ଲାପରିଷଦ ସଭ୍ୟ ବିଜୟ କେତନ ସାହୁ , ରବିନ୍ଦ୍ର କୁମାର ନାୟକ ଓ ଏକତା ପରିଷଦ ସଂଯୋଜକ ଯୋଗ ଦେଇଥିଲେ । ଗାଁ ଗାଁ ବୁଲି ସଚେତନତା ପାଇଁ ଶାନ୍ତିପୁର୍ଣ୍ଣ ପଦଯାତ୍ରା କରିଥିଲେ । ପଟିଆ , ପାଇକସାହି , ଗିରିଣ୍ଡା , ରଣ୍ଡା, ଗଛପତ୍ର , କେନ୍ଦୁଆ ଓ ଗୋଦାସାହି ଆଦି ଗ୍ରାମର ୨୫୦ ରୁ ଉର୍ଦ୍ଧ ମହିଳା ପୁରୁଷ ଯୋଗ ଦେଇଥିଲେ । ଏକ ସଭା କରାଯାଇ ଉପସ୍ଥିତ ଅତିଥି ମାନେ ସଚେତନତା ବାର୍ତ୍ତା ବଣ୍ଟନ କରିଥିଲେ ।