Odiapua.com

ରଣପୁର ବ୍ଲକ ଚାନ୍ଦପୁର ଠାରେ ୨୫ତମ ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସ

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୬/୧୨- ନୟାଗଡ ଜିଲ୍ଲା ରଣପୁର ନିର୍ବଚ୍ନ ମଣ୍ଡଳୀ ଚାନ୍ଦପୁର ଠାରେ ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ଅବସରରେ ବିଜୁ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଅଛି । ବିଜୁ ଜନତା ଦଳର କର୍ମୀମାନେ ହଜାର ହଜାର ସଂଖ୍ୟାରେ ଏହି ପ୍ରତିଷ୍ଠା ଦିବସରେ ସାମିଲ୍ ହୋଇଥିଲେ ।  ପ୍ରତ୍ୟେକ ଗ୍ରାମପଞ୍ଚାୟତରୁ କର୍ମୀମାନେ ଶୋଭାଯାତ୍ରା କରି ଚାନ୍ଦପୁର ଠାରେ ପହଂଚିଥିଲେ । ମୁଖ୍ୟ ଅତିଥି ଭାବରେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ପ୍ରଦିପ ପ୍ରଜ୍ୱଳନ  କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ । ବିଧାୟକ ସତ୍ୟ ନାରାୟଣ ପ୍ରଧାନ ବକ୍ତବ୍ୟରେ କହିଥିଲେ ଯେ ସରକାର ଯାତ ଠାରୁ ଭୁତ ଯାଏଁ ଯୋଜନା ଓଡିଶା ଜନସାଧାରଣଙ୍କ ପାଇଁ କରିଛନ୍ତି । ବିଜୁ ଜନତା ଦଳର ପ୍ରଗତି ପଥକୁ ବିରୋଧି ମାନେ ରୋକ ଲଗାଇ ପାରିବେ ନାହିଁ । ବ୍ଲକ ସଭାପତି ପାଣ୍ଡବ ସେଠୀ ସଭା ପରିଚାଳନା କରିଥିଲେ ।

ରଣପୁର ବ୍ଲକ ଅଧ୍ୟକ୍ଷା ନିରୂପମା ପ୍ରଧାନ , ବିଜୁ ଜନତା ଦଳର ରାଜ୍ୟ ପ୍ରବକ୍ତା ଡ. ସନ୍ତୋଷ ଲେଙ୍କା , ବିଜୁ ଛାତ୍ର ଜନତା ଦଳର ରଣପୁର ବ୍ଲକ ସଭାପତି ଆଲୋକ ଜେନା , ବିଜୁ ଜନତା ଦଳର ରଣପୁର ବ୍ଲକ ସଭାପତି ରଶ୍ମୀ ରଞ୍ଜନ ସାହୁ , ଯୁବନେତା ଇ. ଦେବାଶିଷ ପଟ୍ଟନାୟକ ,ପ୍ରଭାତ ଦଳବେହେରା , ବନମାଳି ମହାପାତ୍ର, ସଚ୍ଚିକାନ୍ତ ସଡଙ୍ଗୀ , ଚାନ୍ଦପୁର ଜିଲ୍ଲା ପରିଷଦ ସଭ୍ୟ ବିଜୟ କେତନ ସାହୁ , କିଶୋର ପଟ୍ଟନାୟକ ,ମହିଳା ନେତ୍ରୀ ପ୍ରତିଭା ମହାନ୍ତି , ମୀନତି ସାହୁ , ନର୍ମଦା ରାୟ , ଜୟନ୍ତି ମହାରଣା , ସ୍ୱରାଜ ମହାନ୍ତି ,  ସ୍ୱର୍ଣ୍ଣ ପ୍ରକାଶ ରାଉତରାୟ , ପ୍ରିୟବ୍ରତ ପ୍ରହରାଜ ,  ବରିଷ୍ଠ ନେତା ଗିରିଜା କାନ୍ତ ମହାପାତ୍ର ଓ ବରିଷ୍ଠ ନେତା ମନୋଜ ଦାସ ଙ୍କ ସହ ୩୭ ଗୋଟି ଗ୍ରାମପଞ୍ଚାୟତ ରୁ ଆଗ ଧାଡିର ନେତାମାନେ ଯୋଗ ଦେଇ ନିଜ ନିଜର ଅଭି ଭାଷଣରେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ୩୭ ଗୋଟି ଗ୍ରାମପଞ୍ଚାୟତ ସହ ରଣପୁର ବ୍ଲକ ଅଧ୍ୟକ୍ଷ ପଦବୀ ବିଜୁ ଜନତା ଦଳ ଅକ୍ତିଆର କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ହଜାର ହଜାର ସଂଖ୍ୟାରେ ମହିଳା ପୁରୁଷ ଏହି କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ ।