Odiapua.com

ରଣପୁର ବ୍ଲକ ଅଂଚଳ ଧାନ ମଣ୍ଡିରେ ଧାନ ସଂଗ୍ରହରେ ଅବ୍ୟବସ୍ଥା କୃଷକ ଅସନ୍ତୋଷ

ନୟାଗଡ/୪/୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- କରୋନା ମହାମାରୀ କୋଭିଡ୍‌୧୯ କଟକଣା ମଧ୍ୟରେ କୃଷକ ମାନେ ଋଣ କରି ବହୁକଷ୍ଟରେ ଧାନଚାଷ କରିଥିଲେ । ଧାନ ଅମଳ କରି ମଣ୍ଡିରେ ଧାନ ବିକ୍ରୟ ପାଇଁ ଅନ୍ ଲାଇନ୍ ରେ ଆବେଦନ କରିଥିଲେ । କିନ୍ତୁ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅଂଚଳ ରେ ଧାନ ସଂଗ୍ରହ ପାଇଁ ଖୋଲା ଯାଇଥିବା ମଣ୍ଡି ଗୁଡିକରେ ଅବ୍ୟବସ୍ଥା ଦେଖାଦେଉଛି । ଯାହାଫଳରେ ଚାଷୀ ମାନେ ଘର ବାରଣ୍ଡା ଓ ଧାନ ଖଳାରେ ଧାନ ଆଦାୟ କରି ଥୋଇଛନ୍ତି । ଟୋକନ୍ ମିଳୁନି ତ ଆଉ କେଉଁଠି ମିଲର୍ ଧାନ ସଂଗ୍ରହ ପାଇଁ ଝୋଟ ବସ୍ଥା ଯୋଗାଉନାହିଁ । ଯେଉଁ ମଣ୍ଡିରେ ଧାନ ସଂଗ୍ରହ ହେଉଛି କ୍ୟୁଣ୍ଟାଲ୍ ପିଛା ୪ କେଜି ଧାନ କାଟିବା ଯୋଗୁଁ କୃଷକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଉଛି । ଏ ସର୍ମ୍ପକେ ରଣପୁର ବ୍ଲକ ଯୋଗାଣ ଅଧିକାରିଣୀ ଅନିତା ରାଉୟତରାୟ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ରଣପୁର ବ୍ଲକ ଅଂଚଳରେ ୧୮ ଗୋଟି ସେବା ସମବାୟ ସମିତି ମାଧ୍ୟମରେ ମଣ୍ଡି ଖୋଲିବା ନିଷ୍ପତି ନିଆଯାଇଅଛି ।

ସେ ମଧ୍ୟରୁ ଏ ପର୍ଯ୍ୟନ୍ତ ରାଜସୁନାଖଳା , ଚାନ୍ଦପୁର ଓ ଶଙ୍ଖଯୋଡି ସେବା ସମବାୟ ସମିତି ରେ ଧାନ ମଣ୍ଡି ଖୋଲାଯାଇ ପାରିନାହିଁ । ଶଙ୍ଖଯୋଡି ସେବା ସମବାୟ ସମିତି ରେ ନେଟ୍‌ୱାର୍କ କାମ କରୁନଥିବାରୁ ଅନେକ ସମସ୍ୟା ଦେଖାଦେଉଛି । ଚାନ୍ଦପୁର ଓ ରାଜସୁନାଖଳା ଧାନ ମଣ୍ଡି ଦୁଇ ତିନି ଦିନ ମଧ୍ୟରେ ଖୋଲାଯିବ । କୃଷକଙ୍କୁ ଟୋକନ୍ ପ୍ରଦାନ ଖାଦ୍ୟ ଯୋଗାଣ କଞ୍ଜୁମର୍ ବିଭାଗ ପଠାଉ    ଅଛି । ସେଥରେ ଆମର ହାତ ନାହିଁ । ଝୋଟ ବସ୍ତା ଅଭାବ ଥିବାଯୋଗୁଁ ଆବଶ୍ୟକ ଅନୁଯାଇ  ଝୋଟ ବସ୍ତା ଯୋଗାଇ ହେଉନାହିଁ । ଯାହାଫଳରେ କୃଷକ ମାନେ ନା ନା ଅସୁବିଧା ଭୋଗ କରୁଛନ୍ତି । ଏ ସର୍ମ୍ପକେ ନବ ନିର୍ମାଣ କୃଷକ ସଂଗଠନର ରଣପୁର ସଂଯୋଜକ ଅଜୟ କୁମାର ମହାନ୍ତି ଙ୍କୁ ଯୋଗାଯୋଗ କରିବାରେ କୁହନ୍ତି କୃଷକମାନେ ମଣ୍ଡିରେ ଧାନ ଅବ୍ୟବସ୍ଥା ବିକ୍ରୟ କରିପାରୁନାହାଁନ୍ତି । ଋଣ ଦାତା ମାନଙ୍କର ଚାପରେ କୃଷକ ମାନେ ହନ୍ତସନ୍ତ ହୋଇ ବିବ୍ରତ ହେଉଛନ୍ତି । ଯାହାର ସୁଯୋଗ ନେଇ ଦଲାଲ୍ ମାନେ ସାଗ ମାଛ ଦରରେ ଧାନ କିଣିବା ପାଇଁ ଘୁରି ବୁଲୁଥିବା ଦେଖିବାକୁ ମିଳୁଛି । ଜିଲ୍ଲା ଉଚ୍ଚ କର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟିଦେଇ କୃଷକ ମାନଙ୍କ ସମସ୍ୟା ସମାଧାନ ନକଲେ ନବ ନିର୍ମାଣ କୃଷକ ସଂଗଠନ ତରଫରୁ ରଣପୁର ବ୍ଲକ କୁ ଘେରାଉ କରାଯିବ ।