Odiapua.com

ରଣପୁର ବ୍ଲକ ଅଂଚଳରେ ବାହ୍ୟ ମଳ ମୁକ୍ତ ଗାଁ ଏକ ପ୍ରହସନରେ  ପରିଣତ

ରଣପୁର ୦୫/୧୦ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ସରକାରଙ୍କ ସ୍ୱଛ ଭାରତ ମିଶନ ଯୋଜନାରେ ଓଡିଶାର ସମସ୍ତ ଜିଲ୍ଲାରେ ଜିଲ୍ଲା ଜଳ ଓ ପରିମଳ ମିଶନ କାର୍ଯ୍ୟ କରୁଅଛି। କିନ୍ତୁ ଗାଁ ଗାଁ ରେ ଘରେ ଘରେ ପାଇଖାନା ନ ଥିବା ବେଳେ ଗାଁ ଠାରୁ ବହୁ ଦୁରରେ ମେନ୍ ରୋଡ୍ ଉପରେ ବାହ୍ୟ ମଳ ମୁକ୍ତ ଗାଁ ବୋର୍ଡ ମାରିବା ଘଟଣା ଏକ ପ୍ରହସନ ବୋଲି ଅଭିଯୋଗ ହେଉଅଛି। ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ବନ୍ଧମୁଣ୍ଡା ଗ୍ରାମ ପଞ୍ଚାୟତରେ।

ରଣପୁର ବ୍ଲକର ରିମୋର୍ଟ ଅଂଚଳ କହିଲେ ବନ୍ଧମୁଣ୍ଡା ଗ୍ରାମ ପଞ୍ଚାୟତ କୁ ବୁଝାଏ। ଏହି ପଞ୍ଚାୟତର ଅନେକ ଗ୍ରାମ ରିଜର୍ଭ ଜଙ୍ଗଲ ମଧ୍ୟରେ ଅବସ୍ଥିତ। ଅନେକ ଗ୍ରାମକୁ ଏବେବି ଭଲ ରାସ୍ତା ନାହିଁ। ଗ୍ରାମର ଅନେକଙ୍କ ଘରେ ପାଇଖାନା ନାହିଁ କିନ୍‌ୁ ଗ୍ରାମ ଠାରୁ କେଉଁଠି ଏକ କିଲୋ ମିଟର ତ ଆଉ କେଉଁଠି ଦୁଇ କିଲୋ ମିଟର ଦୂରରେ ମୁଖ୍ୟ ରାସ୍ତା ଉପରେ ବାହ୍ୟ ମଳମୁକ୍ତ ଗାଁ ବୋର୍ଡ ମରାଯାଇଥିବା ଦେଖିବାକୁ ମିଳୁଛି। ରାଆଁଳା, ବଡଚାକୁଣ୍ଡାଝର ଓ ନୁଆଗାଁ ର ଏପରି ଅବସ୍ଥା ଅନ୍ୟ ଗାଁ କଥା ନକହିବା ଭଲ। ଏ ସର୍ମ୍ପକେ ରଣପୁର ବ୍ଲକ ଜଳ ଓ ପରିମଳ କନିଷ୍ଠ ଯନ୍ତ୍ରୀ ମହେନ୍ଦ୍ର ମହାପାତ୍ରଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ କଣ ହୋଇଛି କେଉଁ ଗାଁରେ ପାଇଖାନା ନାହିଁ ଦେଖିବାକୁ ପଡିବ। ଠିକାଦାରକୁ ବୋର୍ଡ ମାରିବା ପାଇଁ କିହାଯାଇଥିଲା। ସେ କେଉଁ ଠାରେ ବୋର୍ଡ ମାରିଛି ତାହା ଦେଖିଲାପରେ ଜଣାପଡିବ।