Odiapua.com

ରଣପୁର ବ୍ଲକ ଅଂଚଳରୁ ବ୍ୟାନର ପୋଷ୍ଟର ହଟିଲା

ନୟାଗଡ ୧୯/୦୧ (ଓଡିଆ ପୁଅ/ଦେବୀ ପ୍ରସାଦ ଆଚାର୍ଯ୍ୟ – ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅଂଚଳରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ପ୍ରଭାବି ମୁକ୍ତ କରିବା ପାଇଁ ରଣପୁର ତହସିଲଦାର ଯୁଗଳ ମିଶ୍ର ଲାଗିପଡିଛନ୍ତି। ବିଭିନ୍ନ ଦଳ ଓ ପ୍ରାର୍ôଥଙ୍କ ତରଫରୁ ନିର୍ବାଚନକୁ ପ୍ରଭାବି କରିବା ପାଇଁ ସରକାରୀ କାର୍ଯ୍ୟାଳୟ ଓ ସର୍ବସାଧାରଣ ସ୍ଥାନରେ ବହୁ ପୋଷ୍ଟର ବ୍ୟାନର ଲଗାଯାଇଥିଲା।

ଯାହାକୁ ନେଇ ତହସିଲଦାର ଜାନୁୟାରୀ ୧୯ ତାରିଖରେ ରଣପୁର ପୋଲିସ ସହାୟତାରେ ପୋଷ୍ଟର ବ୍ୟାନର ହଟାଇଥିବା ଜଣାପଡିଛି। ସୂଚନା ଅନୁଯାଇ ଗୋପାଳପୁର ଜୋନ୍ ଅଂଚଳରେ ଅଧିକ ପୋଷ୍ଟର ବ୍ୟାନର ଲାଗିଥିଲା।