Odiapua.com

ରଣପୁର ବ୍ଲକ୍ ରେ ଗ୍ରାମ ରୋଜଗାର ସେବକଙ୍କ ଧାରଣା

ନୟାଗଡ/୦୯/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲାର ସର୍ବ ବୃହତ୍ ବ୍ଲକ୍ ରଣପୁର ବ୍ଲକ୍। ଏହି ବ୍ଲକ୍ ରେ କାର୍ଯ୍ୟରତ ସମସ୍ତ ଗ୍ରାମ ରୋଜଗାର ସେବକ ମାନେ ରଣପୁର ବ୍ଲକ୍ ସମ୍ମୁଖରେ ଡିସେମ୍ବର ୯ ତାରିଖରୁ କାର୍ଯ୍ୟ ବନ୍ଦ ସହ ଧାରଣା ଆରମ୍ଭ କରିଛନ୍ତି। କେବଳ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାର୍ଯ୍ୟ କରିବା ନିମନ୍ତେ ନିଯୁକ୍ତି ପାଇଥିଲେ ମଧ୍ୟ ସେମାନଙ୍କୁ ସରକାରଙ୍କ ସମସ୍ତ ଯୋଜନାରେ କାର୍ଯ୍ୟ କରିବା ପାଇଁ ବାଧ୍ୟ କରାଯାଉଅଛି। ଯାହାକି ଆବାସ ଯୋଜନାରେ ଜିଓ ଟ୍ୟାଗ୍, ଆମଘର ଆପ୍ ରେ ଜିଓ ଟ୍ୟାଗ୍, ସ୍ୱଛ ଭାରତ ମିଶନ୍ ର ଜିଓ ଟ୍ୟାଗ୍ ପ୍ରତି ଜିଓ ଟ୍ୟାଗ୍ ପିଛା ୫୦ଟଙ୍କା ବ୍ୟବସ୍ଥା ଥିଲେ ମଧ୍ୟ ଦୀର୍ଘ ୪ବର୍ଷ ଧରି କୌଣସି ପାରିଶ୍ରମିକ ମିଳୁନାହିଁ। ରଣପୁର ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ବାରମ୍ବାର ମୌଖିକ ଓ ଲିଖିତ ଅଭିଯୋଗ ଦେଲେ ମଧ୍ୟ ପାରିଶ୍ରମିକ ମିଳୁନାହିଁ। କେବଳ ପ୍ରତିଶୃତି ପ୍ରତାରଣାରେ ପାଲଟିଛି। ରୁରାଲ ହାଉସିଂ କଣ୍ଟିଜେନ୍ସି ଆସିଲେ ତୁମର ପ୍ରାପ୍ୟ ପ୍ରଦାନ କରାଯିବ ବୋଲି କହି ଆସୁଛନ୍ତି। କିନ୍ତୁ କଣ୍ଟିଜେନ୍ସି ଆସିଲେ ମଧ୍ୟ ଅନ୍ୟ ବାଟରେ ଖର୍ଚ୍ଚ କରିଚାଲିଛନ୍ତି। ଜିଓ ଟ୍ୟାଗ୍ ପାଇଁ ଏକ ମୋବାଇଲ କିଣିବା ପାଇଁ କହିଥିଲେ। ମୋବାଇଲ୍ କିଣିବା ପରେ ରସିଦ ଦାଖଲ କଲାପରେ ମଧ୍ୟ ଅର୍ଥ ପ୍ରଦାନ କରାଯାଉନାହିଁ। ଜିଓ ଟ୍ୟାଗ୍ ମୋବିଲିଟି ସପୋର୍ଟ ଇନିସିଏଟିଭ୍, ବାର୍ଷିକ ଇନକ୍ରିମେଣ୍ଟ, ଇପିଏଫ୍ ଏବଂ ଠିକ୍ ସମୟରେ ପ୍ରତି ମାସରେ ଦରମା ନଦିଆଯିବାରୁ ଧାରଣା ଜାରି ରହିଛି। ରଣପୁର ବିଡିଓ ରଶ୍ମିରେଖା ଦାସଙ୍କ ସହ ଯେତେ ଯୋଗା ଯୋଗ ସରକାରୀ ଫୋନ କୁ କରାଯାଇଥିଲେ ମଧ୍ୟ ମାନ୍ୟବର ଉଚ୍ଚ ଅଦାଲତରେ କାର୍ଯ୍ୟ ଦେଖାଇ ଫୋନ୍ ଉଠାଇନଥିଲେ। ନୟାଗଡ ଜିଲ୍ଲାପାଳ ପୋମା ଟୁଡୁଙ୍କ ସହ ବାରମ୍ବାର ସରକାରୀ ଫୋନକୁ ଫୋନ କରାଯାଇଥିଲେ ମଧ୍ୟ ସେ ମହାଶୟା ଫୋନ୍ ଉଠାଇନଥିଲେ। ରଣପୁର ବ୍ଲକ୍ ରେ ଏହା ଏକ ଆଲୋଚନାର ବିଷୟ।