ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୯/୮-କୃଷି ମନ୍ତ୍ରୀଙ୍କ ଜିଲ୍ଲା ନୟାଗଡ । ଏହି ନୟାଗଡ ଜିଲ୍ଲାର ରଣପୁର ବ୍ଲକ୍ ଅଂଚଳରେ ୟୁରିଆ ସାରର ବ୍ୟାପକ କଳାବଜାର ହେଉଥିବା ଅଭିଯୋଗ ହେଉଛି । ସାଧାରଣତଃ ଚାଷୀ ଧାନ ରୁଆ ରୁଇ ପରେ ସାର ପକାଇବାକୁ ବ୍ୟଗ୍ର ହୋଇ ଉଠିଥାନ୍ତି । ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଅଂଚଳରେ ମରୁଡିର ପଦଧ୍ୱନୀ ଦେଖିବାକୁ ମିଳିଥିବା ବେଳେ କିଛି ଚାଷୀ ପୋଖରୀ ନିକଟ ଓ ନଦୀକୂଳରେ ପମ୍ପ୍ ଯୋଗେ ପାଣି ମଡାଇ ଧାନଚାଷ କରିଥିଲେ । ସେହି ଜମିରେ ସାର ପକାଇବା ପାଇଁ ଚାଷୀମାନଙ୍କୁ କଳାବଜାରୀର ଶିକାର ହେବାକୁ ପଡୁଛି । ବିଶେଷତଃ ଚାଷୀମାନେ ୟୁରିଆ ସାରକୁ ଅଧିକ ବ୍ୟବହାର କରିଥାନ୍ତି । ୟୁରିଆ ସାର ୪୫କିଲୋ ଥିବା ବସ୍ତା ପିଛା ଟ୨୬୬.୫୦ପ । କିନ୍ତୁ ବସ୍ତା ପିଛା ଟ୪୫୦ ରୁ ଟ୫୦୦ ରେ ରଣପୁରରେ ୟୁରିଆ ସାର ବିକ୍ରୟ ହେଉଛି ।
ରଣପୁର ବ୍ଲକ୍ ଅଂଚଳରେ ୪୦ଜଣ ସାର ବିକ୍ରୟକାରୀ ଡିଲର୍ ରହିଥିବା ଜଣା ପଡିଛି । ଚାଷୀ ଅନ୍ୟ ଉପାୟ ନପାଇ ବାଧ୍ୟ ହୋଇ ଅଧିକ ଦାମ୍ ଦେଇ ସାର କିଣୁଛି । ଓଡିଶାର କୃଷିମନ୍ତ୍ରୀ ନୟାଗଡ ଜିଲ୍ଲାର ବିଧାୟକ ରଣପୁର କୃଷି ଅଧିକାରୀ ଶୁଭେନ୍ଦୁ ଚନ୍ଦ୍ର ସିଂଦେଓଙ୍କୁ ଫୋନ୍ ଯୋଗେ ପଚାରିବା ପରେ କିଛି ଉତ୍ତର ଦେଇନଥିଲେ । ନୟାଗଡ ଜିଲ୍ଲା କୃଷି ଅଧିକାରୀ ଆୟୁର୍ଦେହୀ ମିଶ୍ରଙ୍କ ସହ ଯୋଗାଯୋଗ କରିବାରେ ଘରୋଇ ସାର ଡିଲର୍ ମାନେ ଚଢାଦରରେ ବିକ୍ରି କରୁଥିବା ସ୍ୱୀକାର କରୁଛନ୍ତି । କହିଛନ୍ତି ଯେ ସାର ନଥିଲା , କାଲି ସାର ଆସି ଅଛି । ସବୁ ବ୍ଲକ୍ କୃଷି ଅଧିକାରୀଙ୍କୁ ନିର୍ଦ୍ଧେଶ ଦିଆଯାଇଛି ସାର ବିକ୍ରୟ କେନ୍ଦ୍ରକୁ ନିଜେ ଯାଇ ତଦାରଖ କରିବେ । ଯେଉଁ ଡିଲର୍ ମାନେ ଅଧିକଦାମ୍ ରେ ସାର ବିକ୍ରୟ କରୁଥିବେ ସେମାନଙ୍କ ଲାଇସେନ୍ସ୍ ବାତିଲ୍ କରାଯିବ ।