Odiapua.com

ରଣପୁର ବ୍ଲକ୍‌ପରିସରରେ ସ୍ୱଚ୍ଛ ଭାରତକୁ ଫୁ…

ଓଡିଆ ପୁଅ (ଦେବୀପ୍ରସାଦ ଆଚାର୍ଯ୍ୟ)/୧୦/୯-ନୟାଗଡ ଜିଲ୍ଲା ରଣପୁର ବ୍ଲକ୍‌ରେ ଦେଶର ସ୍ୱଚ୍ଛ ଭାରତବର୍ଷ ଡାକରାକୁ ବେଖାତିର୍ କରୁଥିବା ଅଭିଯୋଗ ହେଉଛି । ବ୍ଲକ୍ ପରିସରରେ ଗଛ ଲତା ମାଡି ଜଂଗଲ ଭ୍ରମ ସୃଷ୍ଟି କରୁଛି । ପରିସର କଥା ପଚାରେ କିଏ? ବ୍ଲକ୍ ପରିସରରେ ଥିବା ଭାରତ ନିର୍ମାଣ ରାଜୀବ ସେବା କେନ୍ଦ୍ରର ତଳ ମହଲାରୁ ଉପର ମହଲା ଯିବା ମାର୍ବଲ ଚଟାଣ ସିଡିକୁ ଦେଖିଲେ ସ୍ୱଚ୍ଛ ଭାରତକୁ କିପରି ବେଖାତିର୍ କରାଯାଉଛି ତାହା ଅଭିଯୋଗରୁ ସତ୍ୟ ପ୍ରମାଣିତ ହୁଏ । ଯେଉଁଠାରେ ଲେଖା ହୋଇଛି ପାନ ଛେପ ପକାନ୍ତୁ ନାହିଁ ସେଠାରେ ଏକ ଡଷ୍ଟବିନ୍‌ଟିଏ ନାହିଁ ।

ଲୋକ ବର୍ଷ ବର୍ଷ ଧରି ପାନ ଛେପ ପକାଇ ଏକ ଅସ୍ୱଚ୍ଛ ପରିବେଶ ସୃଷ୍ଟି କରିଥିବା ଜଣାପଡିଛି । ରଣପୁର ବି.ଡି.ଓ କିମ୍ବା କୈାଣସି କର୍ମଚାରୀ ଏଥିପ୍ରତି ଦୃଷ୍ଟି ଦିଅନ୍ତି ନାହିଁ । ଅଥଚ ବ୍ଲକ୍‌ରେ ଥିବା ପିଅନ, ସ୍ୱିପର୍ ମାନେ କେବଳ ଦୁଇ ଦୁଇ ଜଣ ବି.ଡି.ଓଙ୍କ ଅଫିସ୍ ଦ୍ୱାରପାଳହୋଇ ବସିରହିଥିବାର ଦେଖିବାକୁ ମିଳେ । ଏ ଅସ୍ୱଚ୍ଛତା ବିଷୟରେ ରଣପୁର ବି.ଡି.ଓ ପଂଚାନନ ପଟ୍ଟାୟତଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଏଠି କାର୍ଯ୍ୟରତ ପିଅନ ମାନେ କଥା କହିଲେ ଶୁଣନ୍ତି ନାହିଁ । ତେଣୁ ବାହାର ମଜୁରିଆ ଲୋକଟିଏ ଡାକି ୨୦୦ କି ୩୦୦ଟଙ୍କା ଦେଇ ସିଡିରୁ ପାନଛେପ ସଫା କରାଯିବ ।