Odiapua.com

ରଣପୁର ବ୍ଲକରେ ନୟାଗଡ଼ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି

ନୟାଗଡ଼ ୧୨/୦୯ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ପ୍ରତିବର୍ଷ ବ୍ଲକ କାର୍ଯ୍ୟାଳୟ ମାନଙ୍କରେ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେଉଅଛି। ସେହି ଅନୁଯାଇ ସେପ୍ଟେମ୍ବର ୧୨ ତାରିଖ ସୋମବାର ରଣପୁର ବ୍ଲକରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଥିବା ଜଣାପଡିଛି। ଏହି ଶିବିର ରେ ୨୦୮ ଅଭିଯୋଗ ହୋଇଥିଲା। ନୟାଗଡ଼ ଜିଲ୍ଲାପାଳ ଡଃ. ପୋମା ଟୁଡୁ, ପ୍ରକଳ୍ପ ନିର୍ଦେଶକ ସୁବାଷ ଚନ୍ଦ୍ର ରାୟ, ନୟାଗଡ଼ ଆରକ୍ଷୀ ଅଧିକ୍ଷକ ଅଲେଖ ଚନ୍ଦ୍ର ପହି ଓ ସମସ୍ତ ବିଭାଗୀୟ ଉଚ୍ଚ ଅଧିକାରୀ ମାନେ ଯୋଗ ଦେଇଥିଲେ।

ରଣପୁର ମଣ୍ଡଳ ଉନ୍ନୟନ ଅଧିକାରୀ ଜ୍ୟୋତି ପ୍ରକାଶ ସେଠୀ ଙ୍କ ସୂଚନା ଅନୁଯାଇ ଅଭିଯୋଗ ମଧ୍ୟରେ ଅଧିକାଂଶ ଥିଲା ଖାଉଟି ପରିଚୟ ପତ୍ର ଏଥିସହ ଆବାସ ଯୋଜନା ଓ ଭତ୍ତା ସମ୍ବନ୍ଧିୟ। ଅଭିଯୋଗ ପରେ ଜିଲ୍ଲାପାଳ କିଛି ଅଭିଯୋଗ ସଙ୍ଗେ ସଙ୍ଗେ ସମାଧାନ କରିଥିବା ବେଳେ ଅନ୍ୟ ଅଭିଯୋଗ ଗୁଡିକ ତଦନ୍ତ କରି ଖୁବଶୀଘ୍ର ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି। କିନ୍ତୁ ଅନେକ ଙ୍କ ମତରେ ଅଭିଯୋଗ ଶୁଣାଣି ଏକ ପ୍ରଶାସନିକ ପ୍ରହସନ। ଅନେକ ଅଭିଯୋଗ ପରେ ଅଭିଯୋଗ ହେଉଛି ଶୁଣାଣି ଚାଲିଛି ହେଲେ ସମାଧାନ ହୋଇପାରୁ ନାହିଁ।