Odiapua.com

ରଣପୁର ବିଧାୟକଙ୍କ ରାସ୍ତାକାମ ର ମାରାଥନ୍ ଭୂମି ପୂଜନ

ନୟାଗଡ/୧୫/୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀ ରେ ନାବାର୍ଡ ସହାୟତା ରେ କୋଟି କୋଟି ଟଙ୍କାର ରାସ୍ତା କାମ ପାଇଁ ରଣପୁର ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ସତ୍ୟ ନାରାୟଣ ପ୍ରଧାନ ମାରାଥନ୍ ଭୂମି ପୂଜା କରିଥିବା ଜଣାପଡିଛି । ଏକ ଅନ୍ତ ରାଜ୍ୟ ବ୍ଲକ ସଂଯୋଗୀ କରଣ ରାସ୍ତା ଓ ଚାଷୀ ମାନଙ୍କର ସମସ୍ତ ପ୍ରକାର ସୁବିଧା ପାଇଁ ରାଜ୍ୟ ସରକାର ନାବାର୍ଡ ସହାୟତାରେ ବେଗୁନିଆ ଠାରୁ ଲୋଧାଚୁଆ ପର୍ଯ୍ୟନ୍ତ ରାସ୍ତା ର ଉନ୍ନତି କରଣ କରିବା ପାଇଁ ୧୦ କୋଟି ୭୨ ଲକ୍ଷ ଟଙ୍କା ବ୍ୟୟ ବରାଦ କରିଛନ୍ତି । ସେହି ୧୦ କି.ମି. ପୂର୍ତ୍ତ ରାସ୍ତା କୁ ରଣପୁର ବିଧାୟକ ଜାନୁୟାରୀ ୧୫ ତାରିଖରେ ଖଇଲପଲ୍ଲୀ ଗ୍ରାମ ପଞ୍ଚାୟତ ତାରିଆ ଠାରେ ଭୂମି ପୂଜନ କରି ଶୁଭ ଦେଇଥିବା ଜଣାପଡିଛି । ଏହି ରାସ୍ତା ନିର୍ମାଣ ହେଲେ ଗଡବାଣିକିଲୋ , ଆମ୍ବଝର, ସାନକିଲ, ଗିରିଧରପୁର, ସାନପଥୁରିଆ, ଗୁଣ୍ଡୁରିଆ, ବଡପଥୁରିଆ, ବାଲିଆ, ତାରିଆ,  ବଗଲ ଓ ଲୋଧାଚୁଆ ଗ୍ରାମବାସୀ ମାନେ ପ୍ରତ୍ୟକ୍ଷ ଉପକୃତ ହୋଇପାରିବେ ।


ସେହିଭଳି ଭାବରେ ସେହି ନାବାର୍ଡ ସହାୟତା ରେ ୪ କୋଟି ୯୫ ଲକ୍ଷ ଟଙ୍କା ବ୍ୟୟ ବରାଦ ରେ ୭ କି.ମି. ରାସ୍ତା କଙ୍କିଆ ଗ୍ରାମ୍ୟ ଉନ୍ନୟନ ରାସ୍ତା ଠାରୁ ସୁରୁକାବାଡି ପର୍ଯ୍ୟନ୍ତ ରାସ୍ତାର ଭୂମି ପୂଜନ କରିଥିବା ଜଣାପଡିଛି । ଏହି ରାସ୍ତାରେ ଗୈାରାଙ୍ଗପୁର , ବିଲଗାଡିଆ, ଗୈାଡିଆପଡା , ବରମୂଳ , କାସନ୍ଦା, କଙ୍କିଆ , କୋଟଣିଶିଳା, ପିମ୍ପଲ, ଜାମୁସାହି , ଦାରିଙ୍ଗ୍‌ବାଡି , ହାତୀବାରି, ସିନ୍ଦୁରିଆ, କୋଦାଳପଲ୍ଲୀ, ଥାନପଲ୍ଲୀ ପାଟଣା , ବରପାଲ୍ଲୀ, ସୁରୁକାବାଡି,ସାମନ୍ତରାୟପୁର ନୂଆସାହି ଓ କୋଳଥପଙ୍ଗି ଆଦି ଗ୍ରାମବାସୀ ଉପକୃତ ହୋଇପାରିବେ । ଏହି ଭୂମି ପୂଜନ ସଭାରେ ରଣପୁର ବ୍ଲକ ଅଧ୍ୟକ୍ଷା ନିରୂପମା ପ୍ରଧାନ , ବିଜୁ ଜନତା ଦଳ ମିଡିଆ ସେଲ୍ ର ରାଜ୍ୟ ପ୍ରବକ୍ତା ଡ.ସନ୍ତୋଷ କୁମାର ଲେଙ୍କା , ପୁରୀ ଜିଲ୍ଲା ସାଂସଦ ପ୍ରତିନିଧି ପ୍ରଭାତ କୁମାର ଦଳ ବେହେରା , ବିଜୁ ଯୁବ ଜନତା ଦଳର ରଣପୁର ସଭାପତି ବନମାଳୀ ମହାପାତ୍ର , ପିମ୍ପଲ ସରପଞ୍ଚ ଗଣେଶ ନାୟକ ଓ ଯୁବ ନେତା ସଚ୍ଚିକାନ୍ତ ସଡଙ୍ଗୀ ଯୋଗ ଦେଇଥିଲେ । ବିଜୁ ଜନତା ଦଳର ରଣପୁର ବ୍ଲକ ସଭାପତି ପାଣ୍ଡବ ସେଠୀ ଉଭୟ ଜାଗାରେ ସଭା ପରିଚାଳନା କରିଥିଲେ । ଶହ ସହ ମହିଳା ପୁରୁଷ ଏଥିରେ ସାମିଲ୍ ହୋଇଥିଲେ ।