Odiapua.com

ରଣପୁର ବିଡିଓ ଙ୍କ ମନମାନୀ ବିରୁଦ୍ଧରେ ସାମ୍ବାଦିକ ସମ୍ମିଳନୀ

ନୟାଗଡ/୨୯/୧୧(ଓଡିଆ ପୁଅ/ଆଚାର୍ଯ୍ୟ ବିଶ୍ୱରଂଜନ)-ନୟାଗଡ ଜଲ୍ଲା ରଣପୁର ବ୍ଲକ୍ ବିଡିଓ ଙ୍କ ମନମାନୀ ବିରୁଦ୍ଧରେ ଏକ ସାମ୍ବାଦିକ ସମ୍ମିଳନୀ ନଭେମ୍ବର ୨୯ ତାରିଖ ରଣପୁର କ୍ଷୁଦ୍ର ଜଳ ସେଚନ ବିଭାଗ ବଙ୍ଗଳାରେ ଅନୁଷ୍ଠିତ ହୋଇ ଯାଇଅଛି। ରଣପୁର ବିଡିଓ ଙ୍କ ବିରୁଦ୍ଧରେ ଏକ ୧୧ ଦଫା ଦାବି ସମ୍ବଳିତ ଅଭିଯୋଗ କରାଯାଇଅଛି। ଏହି ସାମ୍ବାଦିକ ସମ୍ମିଳନୀ ରଣପୁର ବ୍ଲକ୍ ଉପାଧକ୍ଷ ପ୍ରଶାନ୍ତ କୁମାର ନାୟକ ଙ୍କ ନେତୃତ୍ୱରେ ଚମ୍ପାପେଡି ସରପଂଚ ନିର୍ମଳ କୁମାର ମତଗଜ ସିଂ, ସମିତି ସଭ୍ୟ ଦୁଃସାସନ ଜେନା, ଆନନ୍ଦ ନାୟକ, କମଳା ସେଠୀ, ମଞ୍ଜୁଲତା ସାହୁ, ବିନୋଦିନି ଜଗଦେବ, ପ୍ରଭାତୀ ନାୟକ, ଗୀତାଞ୍ଜଳୀ ବଳିୟାର ସିଂ ଓ ସୌଦାମିନୀ ପ୍ରଧାନ ଉପସ୍ଥିତ ଥିଲେ। ରଣପୁର ବ୍ଲକ୍ ରେ ନିର୍ଦ୍ଧାରିତ ମସୟରେ ସମିତି ବୈଠକ ହେଉନାହିଁ ଏବଂ ବୈଠକ ପରେ ନିର୍ଦ୍ଧାରିତ ସମୟରେ ପଂଚାୟତିରାଜ ସଭ୍ୟ ସଭ୍ୟା ମାନଙ୍କୁ କପି ପ୍ରଦାନ କରାଯାଉ ନାହିଁ, ସରକାରୀ ଗାଡିକୁ ନିଜ ବ୍ୟକ୍ତିଗତ କାମରେ ଲଗାଇ ସରକାରୀ ଅର୍ଥରୁ ତେଲ ବିଲ୍, କନ୍ଧନୟାଗଡ ଗ୍ରାମ ପଂଚାୟତରେ ସ୍ୱଛ ଭାରତରେ ଅନିୟମିତତା ଓ ଲାଂଚ କାରବାର, ରଣପୁର ବ୍ଲକ୍ ରେ ବ୍ୟାପକ ପିସି କାରବାର, ବ୍ଲକ୍ ରେ ସବ କମିଟି ଗଠନ ଏଯାଏଁ ହୋଇନଥିବା, ରଣପୁର ମା ମଣିନାଗକୁ ରାସ୍ତା ଓ ଗୃହ ନିର୍ମାଣ କାର୍ଯ୍ୟର ଭିଜିଲାନ୍ସ ତଦନ୍ତ, ବ୍ଲକ୍ ଅଧକ୍ଷାଙ୍କ ପ୍ରନିନିଧିତ୍ୱକୁ ବାତିଲ୍, ସରପଂଚ ସମିତି ସଭ୍ୟ ମାନଙ୍କୁ ବାଦ ଦେଇ ମନଇଛା ଉନ୍ନତି ମୁଳକ କାର୍ଯ୍ୟ ସମ୍ପାଦନ, ଆଗାମୀ ଦିନରେ ନୟାଗଡ ଜିଲ୍ଲାପାଳ ପୋମା ଟୁଡୁ ତଦନ୍ତ ନ କଲେ ରଣପୁର ବ୍ଲକ୍ କୁ ଅଚଳ କରିବାର ଚେତାବନୀ ଦିଆ ଯାଇଥିବା ଜଣା ପଡିଛି। ଏହି ବୈଠକରେ ରଣପୁର ଗଣ ମାଧ୍ୟମର ସମସ୍ତ ପ୍ରତିନିଧି ମାନେ ଯୋଗ ଦେଇଥିଲେ। ଏ ସମ୍ପର୍କେ ରଣପୁର ବିଡିଓ ରଶ୍ମିରେଖା ଦାଶଙ୍କୁ ଫୋନ ଯୋଗେ ଯୋଗା ଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଇ ନଥିଲେ। ନୟାଗଡ ଉପ ଜିଲ୍ଲାପାଳ ଲଗ୍ନଜିତ୍ ରାଉତ ଙ୍କ ସହ ଯୋଗା ଯୋଗ କରିବା ପରେ ସେ ନୟାଗଡ ପ୍ରକଳ୍ପ ନିର୍ଦ୍ଧେଶକଙ୍କୁ ଯୋଗା ଯୋଗ କରିବା ପାଇଁ କହିଥିଲେ। ନୟାଗଡ ପ୍ରକଳ୍ପ ନିର୍ଦ୍ଧେଶକ ଙ୍କ ଫୋନକୁ ଯୋଗା ଯୋଗ କରିବା ପରେ ସେ ଫୋନ୍ ଉଠାଇ ନଥିଲେ। ନୟାଗଡ ଜିଲ୍ଲାପାଳ ପୋମା ଟୁଡୁଙ୍କୁ ଯୋଗା ଯୋଗ କରିବା ପରେ ସେ ଅଭିଯୋଗ ଗୁଡିକର ତର୍ଜମା କରି ପଦକ୍ଷେପ ନେବେ ବୋଲି କହିଥିଲେ।