Odiapua.com

ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ଇନ୍‌ଡୋର ଷ୍ଟାଡିୟମ୍ ଘୋଷଣା ନେଇ ଖୁସିର ଲହରି

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୧/୦୮- ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୩ ପୁରୁଷ ବିଶ୍ୱ କପ୍ ହକି ପ୍ରତିଯୋଗିତା  ଭୁବନେଶ୍ୱର ଓ ରାଉଲକେଲା ରେ କରିବାକୁ ଯାଉଛନ୍ତି । ତେଣୁ ନୟାଗଡ ଜିଲ୍ଲା ରେ କ୍ରିଡା ର ବିକାଶ ପାଇଁ ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ରେ ଏକ ବିଜୁ ପଟ୍ଟନାୟକ ଅର୍ନ୍ତଗୃହ କ୍ରିଡାଙ୍ଗନ ନିର୍ମାଣ ପାଇଁ ୬ କୋଟି ୫୫ ଲକ୍ଷ ଟଙ୍କା ଅନୁଦାନ ଅନୁମୋଦନ କରିଛନ୍ତି ।  ଯାହାଫଳ ରେ ରଣପୁର ସ୍ପୋର୍ଟସ ଆସୋସିଏସନ୍ ତରଫରୁ ରଣପୁର କ୍ଷୁଦ୍ର କ୍ରିଡାଙ୍ଗନ ବାଘସାମନ୍ତ ପଡିଆ ଠାରେ ଅଗଷ୍ଟ ୧୧ ତାରିଖ ଅପରାହ୍ନ ୫ ଘଟିକା ସମୟରେ ଏକ ଭବ୍ୟ ସମ୍ବର୍ଦ୍ଧନା ଓ କୃତଜ୍ଞତା ଉତ୍ସବ ପାଳନ କରାଯାଇଛି । ଏହି ଉତ୍ସବ ରେ ରଣପୁର ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ରଣପୁର ସ୍ପୋର୍ଟସ ଆସୋସିଏସନ୍ ର ସଭାପତି ସତ୍ୟ ନାରାୟଣ ପ୍ରଧାନ  ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ସମ୍ମାନିତ ଅତିଥି ଭାବେ ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ର ପୁର୍ବତନା ଅଧ୍ୟକ୍ଷା ସବିତା ଦାସ , ଉପାଧକ୍ଷ ପ୍ରିୟବ୍ରତ ପ୍ରହରାଜ , ବରିଷ୍ଠ ନାଗରିକ ସୁରେଷ ଚନ୍ଦ୍ର ମିଶ୍ର ଯୋଗ ଦେଇଥିଲେ । ପୁର୍ବତନ କ୍ରିଡା ବିତ୍ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କ୍ରୀଡା ଛାତ୍ର ଛାତ୍ରୀ ମାନଙ୍କୁ କ୍ରୀଡା ପୋଷାକ ସହ ମିଠା ବାଣ୍ଟିଥିଲେ ମୁଖ୍ୟ ଅତିଥି ସତ୍ୟ ନାରାୟଣ ପ୍ରଧାନ । ସ୍ପୋର୍ଟ ଆସୋସିଏସନ୍ ର ସାଧାରଣ ସମ୍ପାଦକ ସ୍ୱରାଜ ମହାନ୍ତି , ପୁର୍ବତନ ବ୍ଲକ ଅଧ୍ୟକ୍ଷ ଇଂ ଦେବାଶିଶ ପଟ୍ଟନାୟକ , ସଚ୍ଚିକାନ୍ତ ସଢଙ୍ଗୀ , ବନମାଳୀ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଏକ ବର୍ଷ ମଧ୍ୟରେ ଅର୍ନ୍ତଗୃହ କ୍ରିଡାଙ୍ଗନ ପ୍ରତିଷ୍ଠା ହେବବୋଲି ବିଧାୟକ କହିଥିଲେ ।