Odiapua.com

ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ରେ ଅନ୍ତର୍ବାସୀ କ୍ରୀଡାଙ୍ଗନ ପାଇଁ ଦାବୀ

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୯/୦୬- ନୟାଗଡ ଜିଲ୍ଲା ରଣପୁର ଅଂଚଳ ରେ ଅନେକ ଅନ୍ତର୍ବାସୀ କ୍ରୀଡା ଖେଳାଳୀ  ରହିଥିବା ବେଳେ ସେମାନଙ୍କ ପାଇଁ ଆନୁସଙ୍ଗିକ ଭିତ୍ତିଭୂମିର ଅଭାବ ରହିଛି । ଯାହାଫଳ ରେ ଅନେକ ଅନ୍ତର୍ବାସୀ ଖେଳାଳୀ ରାଜ୍ୟ ଓ ଦେଶ ସ୍ତରୀୟ ଖେଳ ରେ ଭାଗ ନେବା ରୁ ବଂଚିତ ହେଉଛନ୍ତି । ଯାହାକୁ ନେଇ ରଣପୁର କ୍ରୀଡା ସଂଘ ୨୦୧୯ ମସିହାରୁ ବୈଠକ ପରେ ବୈଠକ କରାଇ ରଣପୁର ରେ ଅନ୍ତର୍ବାସୀ କ୍ରୀଡାଙ୍ଗନ ପାଇଁ ଦାବୀ କରି ଆସୁଛନ୍ତି । ରଣପୁର କ୍ରୀଡା ସଂଘ ର ଉପଦେଷ୍ଟା ଇଂ ଦେବାଶିଷ ପଟ୍ଟନାୟକ ସାଧାରଣ ସମ୍ପାଦକ ସ୍ୱରାଜ ମହାନ୍ତି  ପ୍ରମୁଖ  ଦାବୀ କୁ ଜୋରଦାର କରୁଛନ୍ତି । କୋଭିଡ୍ କଟକଣା ଲାଗିଥିବାରୁ ପୁର୍ବ ବୈଠକ ନିଷ୍ପତି ଅନୁଯାଇ ଭର୍ଚ୍ୟୁଆଲ୍ ବୈଠକ ପରେ ବୈଠକ  ଚାଲିଛି ।

ରଣପୁର କ୍ରୀଡା ସଂଘର ସଭାପତି ରଣପୁର ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟ ନାରାୟଣ ପ୍ରଧାନ ଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ରଣପୁର ରେ ଅନ୍ତର୍ବାସୀ କ୍ରୀଡାଙ୍ଗନ ପାଇଁ ରାଜ୍ୟ ସରକାର ଙ୍କ ବିଚାରଧିନ ରହିଅଛି । ଆଗାମୀ ଜୁଲାଇ ୧ ତାରିଖ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ହେବାକୁ ଥିବା ଭର୍ଚ୍ୟୁଆଲ୍ ଆଲୋଚନା ରେ ରଣପୁର କ୍ରୀଡା ସଂଘ ର ୧୫ ଜଣ ଅନ୍ତର୍ବାସୀ ଖେଳାଳୀ ଭାଗ ନେଇ ପୁର୍ନବାର ଦାବୀ ଜଣାଇବା ପାଇଁ ସ୍ଥିର କରାଯାଇଛି । ଏହି ଅନ୍ତର୍ବାସୀ କ୍ରୀଡାଙ୍ଗନ ନିର୍ମାଣ ସର୍ମ୍ପକେ ରଣପୁର ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ତାପସ ବିଶି ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ରଣପୁର ରେ ଅନ୍ତର୍ବାସୀ କ୍ରୀଡାଙ୍ଗନ ପାଇଁ ଆବଶ୍ୟକୀୟ ସ୍ଥାନ ନିରୁପଣ ପାଇଁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରୁ ନିର୍ଦେଶ ଆସିଥିଲା । ଆମ୍ଭେ ବିଜ୍ଞାପିତ ଅଂଚଳ ପରିଷଦ ର ସମସ୍ତ ସରକାରୀ ଜାଗା ଅନୁଧ୍ୟାନ କଲା ପରେ ୧୪ ନମ୍ବର ୱାର୍ଡ ର ଜେଲଛକ ନିକଟ ବଳରାମପୁର ମୈାଜା ରେ ଥିବା ଖେଳ ପଡିଆ କୁ ଶ୍ରେଷ୍ଠ ବିବେଚନା କରାଯାଇ ଜିଲ୍ଲା ଅଫିସ କୁ ରିପୋର୍ଟ ପ୍ରଦାନ କରାଯାଇଛି । ଅପରପକ୍ଷ ରେ ରଣପୁର ରେ ଅନ୍ତର୍ବାସୀ କ୍ରୀଡାଙ୍ଗନା ପ୍ରତିଷ୍ଠା ହେଲେ କ୍ରୀଡା ର ବିକାଶ ସଙ୍ଗେ ସଙ୍ଗେ କ୍ରୀଡାବିତ୍ ମାନେ ଭବିଷ୍ୟତ ଉନ୍ନତି କରିପାରିବେ ।