Odiapua.com

ରଣପୁର ପ୍ରାଣୀ ଚିକିତ୍ସାଳୟରେ ମିଳୁନି ଜରୁରୀ ଚିକିତ୍ସା ଝୁଲୁଛି ତାଲା

ନୟାଗଡ/୨୩/୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର‌୍ୟ୍ୟ)- ସରକାର ବେକାର ଯୁବକ ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କୁ କର୍ମ ନିଯୁକ୍ତି ପାଇଁ କୁକୁଡା , ଛେଳି, ଗାଈ, ବତକ, ମେଣ୍ଢା ଆଦି ପାଳନ କରିବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ଅନେକ ଯୁବକ ମଧ୍ୟ ବିଲାତି କୁକୁର ଚାଷ କରୁଥିବା ଦେଖିବାକୁ ମିଳୁଛି । କିନ୍ତୁ ଅନେକ ସମୟରେ କୁକୁଡା ଠାରୁ ଆରମ୍ଭ କରି ଗାଈ ଛେଳି ମେଣ୍ଢା ପର‌୍ୟ୍ୟନ୍ତ ମହାମାରୀ ରୋଗ ର ସିକାର ହୋଇ ମୃତ୍ୟୁ ବରଣ କରୁଛନ୍ତି । ଯାହାଫଳରେ ଛେଳି  , କୁକୁଡା, ମେଣ୍ଢା ଆଦି ପାଳନ କରୁଥିବା ଯୁବକ ଓ ସ୍ୱୟଂ ସହାୟିକା ଗୋଷ୍ଠୀ ମାନେ ଅନେକ କ୍ଷତି ସହୁଛନ୍ତି । ସେମାନଙ୍କ ଆର୍ଥିକ କ୍ଷତି ଯୋଗୁଁ ବ୍ୟାଙ୍କ ଋଣ ସୁଝି ପାରୁନାହାଁନ୍ତି । ଏହାର ମୁଖ୍ୟ କାରଣ ହେଉଛି ପ୍ରାଣୀ ଚିକିତ୍ସାଳୟରେ କାର‌୍ୟ୍ୟରତ ଚିକିତ୍ସକ ମାନଙ୍କ କର୍ତବ୍ୟରେ ଅବହେଳା ଓ ଖାମ୍‌ଖିଆଲି ମନୋଭାବ । ସେଭଳି ଦେଖିବାକୁ ମିଳିଛି  ନୟାଗଡ ଜିଲ୍ଲା ରଣପୁର ପ୍ରାଣୀ ଚିକିତ୍ସାଳୟରେ  । ଏଠାରେ ସରକାରୀ କ୍ୱାଟର ଥିଲେ ମଧ୍ୟ ଚିକିତ୍ସକ କ୍ୱାଟର ରେ ନ ରହି ଭୂବନେଶ୍ୱର , ଖୋର୍ଦ୍ଧା ରୁ ଯାତାୟତ କରିଥାନ୍ତି । କାର‌୍ୟ୍ୟାଳୟ ରେ ଅନେକ ସମୟରେ ତାଲା ଝୁଲୁଥାଏ । କାର‌୍ୟ୍ୟାଳୟ ଅଫିସ ମଧ୍ୟରେ ମଟର ସାଇକେଲ ଆଦି ରଖି ଗ୍ୟାରେଜ କରିଥିବା ର ଦେଖାଯାଏ ।

ଚିକିତ୍ସକ ମାନଙ୍କର ଏଭଳି କାର‌୍ୟ୍ୟଦେଖି ଅନ୍ୟ କର୍ମଚାରୀ ମାନେ ମଧ୍ୟ ଫାଇଦା ନେଇଥାନ୍ତି । ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଗାଡି ସହ ଅନେକ ମାଗଣା ଔଷଧ ବଣ୍ଟନ ପାଇଁ ଯୋଗାଉ ଥିବା ବେଳେ ତାହା କେବଳ କାଗଜ ପତ୍ରରେ ଚାଲିଛି । ଏ ସର୍ମ୍ପକେ ଅଭିଯୋଗ କରିଛନ୍ତି ପଶୁ ପକ୍ଷୀ ପ୍ରେମୀ ବିଭୁ ପ୍ରସାଦ ଶତପଥି ।  ଅଭିଯୋଗ ଅନୁଯାଇ ପ୍ରାଣୀ ଚିକିତ୍ସକ ଙ୍କ ଅନୁପସ୍ଥିତ ଯୋଗୁଁ ପଶୁ ପକ୍ଷୀ ମାନଙ୍କୁ ନେଇ ଜରୁରୀ ଚିକିତ୍ସା ପାଇଁ ଗଲେ ନିରାଷ ହୋଇ ଫେରିବାକୁ ପଡୁଛି । ଫଳରେ ପଶୁ ପକ୍ଷୀ ମାନଙ୍କର ଚିକିତ୍ସା ନପାଇ ମୃତ୍ୟୁ ବରଣ ଘଟୁଛି । ଅଭିଯୋଗ ସର୍ମ୍ପକେ ଅତିରିକ୍ତ ପଶୁ ଚିକିତ୍ସକ ଶୈଳେନ୍ଦ୍ର ମହାନ୍ତି ଙ୍କୁ ଯୋଗାଯୋଗ କଲେ କୁହନ୍ତି ଜରୁରୀ ଚିକିତ୍ସା ଆମ୍ଭର ଦାଇତ୍ୱ ନୁହଁ । ବ୍ଲକ ପ୍ରାଣୀ ଚିକିତ୍ସକ ଙ୍କ ଦାଇତ୍ୱ । ବ୍ଲକ ପ୍ରାଣୀ ଚିକିତ୍ସକ ଆଚାର‌୍ୟ୍ୟ ଚନ୍ଦ୍ରକାନ୍ତ ପଟ୍ଟଯୋଶୀ ଙ୍କ ସହ ବାରମ୍ବାର ଯୋଗାଯୋଗ କଲେ ମଧ୍ୟ ତାଙ୍କ ଫୋନ୍ ସୁଇଚ୍‌ଅଫ୍ ଥିଲା । ତେଣୁ ନୟାଗଡ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସକ ମୁରଲୀ ଧର ବେହେରାଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ପ୍ରାଣୀମାନଙ୍କର ଜରୁରୀ ଚିକିତ୍ସା ଦାଇତ୍ୱ ହେଉଛି ବ୍ଲକ ପ୍ରାଣୀ ଚିକିତ୍ସାକ ଙ୍କର ସେ କାହିଁ ସରକାରୀ କ୍ୱାଟର ରେ ନରହି ଯିବା ଆସିବା କରୁଛନ୍ତି ସେ ସର୍ମ୍ପକେ ତଦନ୍ତ କରାଯିବ । ଜିଲ୍ଲା ଉଚ୍ଚ କର୍ତୁପକ୍ଷ ଏଥି ପ୍ରତି ଦୃଷ୍ଟି ଦେଇ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ  ପଶୁ ପକ୍ଷୀ ପାଳକ ମାନେ ଅନୁରୋଧ କରିଛନ୍ତି ।