Odiapua.com

ରଣପୁର ପୋଲିସ୍ ଦ୍ୱାରା ୨ହାଇୱା ଗାଡି ଜବତ

ଓଡିଆ ପୁଅ(ଦେବୀ ପ୍ରସାଦ ଆଚାର୍ଯ୍ୟ)୧୩/୦୯-ନୟାଗଡ ଜିଲ୍ଲା ରଣପୁର ତହସିଲ ଅଂଚଳରୁ ଖୋର୍ଦ୍ଧା ଜିଲ୍ଲା ତାପଙ୍ଗ କ୍ରସର୍‌କୁ ଦିର୍ଘ ଦିନ ହେଲା ବେଆଇନ୍ ପଥର ଚାଲାଣ ହୋଇଆସୁଥିଲା । ଯାହାଦ୍ୱାରା ସରକାର ୧୮ଲକ୍ଷ ଟଙ୍କା ରାଜସ୍ୱ ହରାଉଥିଲେ ।

ରଣପୁର ଥାନାରେ ଜ୍ୟୋତିପ୍ରକାଶ ପଣ୍ଡା ଇନିସ୍‌ପେକ୍ଟର୍ ଭାବେ ଯୋଗ ଦେବା ପରେ ଏହି ବେଆଇନ୍ ପଥର ଚାଲାଣକୁ କଡାକଡି ଭାବେ ଧରିଥିବା ଜଣାପଡିଛି । ସେପ୍ଟେମ୍ବର ୧୩ ତାରିଖ ଅପରାହ୍ନ ୨ଟା ସମୟରେ ବେଆଇନ୍ ପଥର ଚାଲାଣ କରୁଥିବା ଙଊ୦୨ଈକ୨୧୪୮ ,ଙଊ୦୨ଇଠ୭୩୪୮  ଦୁଇଟି ପଥର ବୋଝେଇ ହାଇୱା ଗାଡିକୁ ଜବତ କରିଥିବା ଜଣାପଡିଛି ।ଉଭୟ ଗାଡିର କାଗଜ ପତ୍ର ତନଖି ଚାଲିଥିବା ରଣପୁର ଥାନା ଇନିସ୍‌ପେକ୍ଟର୍ ଜ୍ୟୋତିପ୍ରକାଶ ପଣ୍ଡା ସୂଚନା ଦେଇଛନ୍ତି ।