ନୟାଗଡ/୦୯/୧୧(ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ଥାନା ଦର୍ପନାରାୟଣପୁର ଫାଣ୍ଡି ଅନ୍ତର୍ଗତ କାଳିଆଷଣ୍ଢ ସାତଭାୟା ଜଙ୍ଗଲ ରୁ ମିଳିଥିବା ଅର୍ଦ୍ଧଦଗ୍ଧ ଗଳିତ ଶବ ଉଦ୍ଧାର ପରେ ପୋଲିସ ଏହା ଏକ ହତ୍ୟାକାଣ୍ଡ ସନ୍ଦେହ କରି ପୋଲିିସ୍ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିଲା । ରଣପୁର ଥାନା ଇନିସ୍ପେକ୍ଟର ଜ୍ୟୋତି ପ୍ରକାଶ ପଣ୍ଡା ନିଜେ ତଦନ୍ତ ଭାର ନେଇ ତଦନ୍ତ କରୁଥିଲେ । ଏହି ତଦନ୍ତ ରେ ପୋଲିସ୍ କୁ ବଡ ସଫଳତା ମିଳିଛି । ମୃତ ଯୁବକ ବଳଭଦ୍ର ବଳିଆରସିଂହ ର ସାବତ ମା କୁ ଅଟକରଖି ପଚରା ଉଚରା ଚାଲିଥିଲା । ପୋଲିସ୍ ପଚରା ଉଚରା ରୁ ଜାଣିବାକୁ ପାଇଲା ଯେ ମୃତ ବଳଭଦ୍ର ଙ୍କ ବାପା ଅକ୍ରୁର ପ୍ରଧାନ ଅବସର ନେବା ସମୟରେ ପ୍ରାୟ ୩୫ଲକ୍ଷ ଟଙ୍କା ଅବସର କାଳୀନ ଅର୍ଥ ପାଇଥିଲେ ।
ଯେଉଁ ଅର୍ଥକୁ ମୃତ ବଳଭଦ୍ର ଙ୍କର ସାବତ ମା ପୁଷ୍ପଲତା ଓରଫ୍ ଜମୁନା ପ୍ରଧାନ ହସ୍ତଗତ କରି ନେଇଥିଲେ । ପାଇଥିବା ଅର୍ଥରୁ କିଛି ଅର୍ଥ ଗୃହ ନିର୍ମାଣ କରିଥିବା ବେଳେ ବଳକା ଅର୍ଥକୁ ସାବତ ମା ଜମୁନା ହସ୍ତଗତ କରିନେଇଥିଲେ । ଯାହାକୁ ନେଇ ସାବତ ମା ଓ ପୁଅ ବଳଭଦ୍ରଙ୍କ ମଧ୍ୟରେ ଅନେକ ସମୟରେ ପାଟିତୁଣ୍ଡ ଲାଗି ରହୁଥିଲା । ଏହି ସମୟରେ ସାବତ ମା ଜମୁନା ଙ୍କ ଭିଣୋଇ ବୋଲଗଡର ରମେଶ ଓରଫ୍ ବାଟି ପରିଡା ଘରକୁ ଯାତାୟାତ କରୁିଥିଲେ । ତେଣୁ ବାଟି ପରିଡା ଓ ଜମୁନାଙ୍କ ସର୍ମ୍ପକ କୁ ସାବତ ପୁଅ ବଳଭଦ୍ର ସନ୍ଦେହ ଚକ୍ଷୁରେ ଦେଖୁଥିଲେ । କିନ୍ତୁ ବଳଭଦ୍ର ଭୂବନେଶ୍ୱରରେ ଏକ ସିକ୍ୟୁରିଟି ସଂସ୍ଥାରେ ଚାକିରି କରିଥିଲେ । ସାବତ ମା ଜମୁନା ଙ୍କୁ ବାରମ୍ବାର ବାପାଙ୍କ ଅବସର କାଳୀନ ଅର୍ଥ ମାଗିଆସୁଥିଲେ । ତେଣୁ ସାବତ ମା ଜମୁନା ନିଜ ଭିଣୋଇ ବାଟି ପରିଡା ଙ୍କ ସହାୟତାରେ ସାବତ ପୁଅ ବଳଭଦ୍ର କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ଚକ୍ରାନ୍ତ କରିଆସୁଥିଲେ । ଏଥିରେ ବାଟି ପରିଡା ସହାୟତା କରାବା ପାଇଁ ଜମୁନାଙ୍କ ଠାରୁ ଏକ ଲକ୍ଷ ଟଙ୍କା ନେଇଥିଲେ । ଗତ ନଭେମ୍ବର ୪ ତାରିଖ ଦିନ ବଳଭଦ୍ର କୁ ଭୂବନେଶ୍ୱର ରୁ ଘରକୁ ଡକାଇ ନେଇଥିଲେ ଅନ୍ୟତ୍ର ଚାକିରି କରାଇଦେବା କହି ବାଟି ପରିଡା ବଳଭଦ୍ର କୁ ମଟର ସାଇକେଲ ରେ ବସାଇ ରଣପୁର ଆଡକୁ ଆଣିଥିଲେ । କାଳିଆଷଣ୍ଢ ନିକଟ ସାତଭାୟା ଜଙ୍ଗଲଲରେ ବଳଭଦ୍ର କୁ ମାରି ପ୍ରେଟୋଲ ଢାଳି ଅଧାପୋଡା କରି ଛାଡି ଚାଲିଯାଇଥିଲେ । ବାଟି ପରିଡା ଫେରାର ଥିବା ବେଳେ ସାବତ ମା ଜମୁନାକୁ ହତ୍ୟା ଅଭିଯୋଗରେ କୋର୍ଟ ଚାଲାଣ କରିିଥିବା ଜଣାପଡିଛି । ଅଭିଯୁକ୍ତା ଜମୁନା ଙ୍କର ଜାମିନ୍ ଆବେଦନ ଖାରଜ ହେବା ପରେ ଅଭିଯୁକ୍ତାଙ୍କୁ ରଣପୁର ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି । ପୋଲିସ୍ର ଏହା ଏକ ବଡ ସଫଳତା ବୋଲି ରଣପୁର ରେ ଆଲୋଚନା ହେଉଛି ।