Odiapua.com

ରଣପୁର ପଞ୍ଚୁଦୋଳ ପଡ଼ିଆରେ ୭୪ ତମ ବାଦିପାଲାର ଦ୍ୱିତୀୟ ଦିବସ

ନୟାଗଡ଼ ୦୧/୦୯ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ଼ ଜିଲ୍ଲା ରଣପୁର ପଞ୍ଚୁଦୋଳ ପଡ଼ିଆ ଗଣେଶ ମଣ୍ଡପରେ ଅଗ୍ରପୁଜ୍ୟ ଗଜାନନଙ୍କ ପୂଜା ଅବସରରେ ୭୪ ବର୍ଷ ହେଲା ବାଦିପାଲା ଅନୁଷ୍ଠିତ ହୋଇ ଆସୁଅଛି। ରଣପୁର ଅଂଚଳର ଏହା ସର୍ବ ପୁରାତନ ସର୍ବ ପ୍ରଥମ ବାଦିପାଲା ମଣ୍ଡପ। ଚଳିତ ବର୍ଷ ଗଜାନନ ପୂଜାର ପ୍ରଥମ ଦିବସରେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନଙ୍କ ମୁଖ୍ୟ ଅତିଥିତ୍ୱରେ ଉଦଘାଟନ ହୋଇଥିଲା।

ଗାୟକ ଶ୍ରୀଯୁକ୍ତ ସନାତନ ଦାଶ ଓ ଗାୟକ ଶ୍ରୀଯୁକ୍ତ ନୃସିଂହ ଚରଣ ହୋତାଙ୍କ ମଧ୍ୟରେ ବାଦିପାଲା ଅନୁଷ୍ଠିତ ହେଉଅଛି। ଏହି ବାଦିପାଲା ଦେଖିବା ପାଇଁ ରଣପୁର ଅଂଚଳର ଶହ ଶହ ଜ୍ଞାନୀ, ଗୁଣି ଓ ବୁଦ୍ଧିଜୀବିମାନେ ଉପସ୍ଥିତ ରହୁଛନ୍ତି। ପ୍ରଗତି ଯୁବକ ସଂଘର ସଭାପତି ଲିଙ୍ଗରାଜ ନାୟକ, ସମ୍ପାଦକ କୃଷ୍ଣଚନ୍ଦ୍ର ଦାଶ ଓ ମୁଖ୍ୟ ପରିଚାଳକ ରମେଶ ଚନ୍ଦ୍ର ମହାପାତ୍ର ଅନୁଷ୍ଠାନ ପରିଚାଳନା କରୁଥିବା ବେଳେ ପ୍ରଗତି ଯୁବକ ସଂଘର ସମସ୍ତ ସଭ୍ୟ ମାନେ ସହଯୋଗ କରୁଥିବା ଜଣାପଡିଛି।