Odiapua.com

ରଣପୁର ଥାନା ମନା  ନିରୀକ୍ଷକଙ୍କ ସହ ୫ କରୋନା ଅକ୍ରାନ୍ତ

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୯/୦୧- ନୟାଗଡ ଜିଲ୍ଲା ରଣପୁର ଅଂଚଳରେ କରୋନା ର ତୃତୀୟ ଲହର ବ୍ୟାପକ ହୋଇଥିବା ବେଳେ ସେଥିରୁ ବାଦ୍ ପଡିନି ରଣପୁର ଥାନା । କରୋନା ସଚେତନତା ବାର୍ତ୍ତା  ଓ ଅମାନିଆଙ୍କ ଠାରୁ ତଣ୍ଡ ଆଦାୟ କରୁଥିବା ସମ୍ମୁଖ କରୋନା ଯୋଦ୍ଧା ଏବେ କରୋନା ଆକ୍ରାନ୍ତ । ଗୋଟିଏ ଦିନରେ ରଣପୁର ଥାନା ନିରୀକ୍ଷକଙ୍କ ସହ ୫ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଯାହାଫଳରେ ଥାନାକୁ ନିଷିଧାଂଚଳ ମନେକରି ଜରୁରୀ ଅଭିଯୋଗ ଗ୍ରହନ କରିବା ପାଇଁ ଏକ ବାକ୍ସ ରଖାଯାଇଛି ।

ସାଧାରଣ ମାମଲା ଅଭିଯୋଗ ନେଇ ଆସୁଥିବା ଜନସାଧାରଣଙ୍କୁ ଥାନାକୁ ନଆସିବାକୁ ଥାନା ନିରୀକ୍ଷକଙ୍କ ତରଫରୁ ଅନୁରୋଧ କରାଯାଇଛି । ଥାନା କର୍ମଚାରୀ ମାନଙ୍କ ସଂର୍ସ୍ପଶରେ ଆସିଥିବା  ବ୍ୟକ୍ତି ମାନଙ୍କୁ କରୋନା ପରିକ୍ଷଣ କରିବା ପାଇଁ ସୂଚନା ପ୍ରଦାନ କରାଯାଇଛି । ଅପରପକ୍ଷରେ ରଣପୁର ଅଂଚଳରେ କରୋନା ତୃତୀୟ ଲହର କୁ ବେଖାତିରି କରି ଲୋକମାନେ ମୁହଁରେ ତୁଣ୍ଡି ନଭିଡିବା , ଦୋକାନ ମାନଙ୍କରେ ଅଯଥା ଭିଡ ଜମାଇବା ଦେଖିବାକୁ ମିଳୁଛି । କରୋନା ସଚେତନତାକୁ ନମାନିଲେ ଆଗକୁ ଭୟାବହ ପରିସ୍ଥିତି ସୃଷ୍ଟିହେବା ଆଶଙ୍କା ପ୍ରକଟ ହୋଇଛି ।