Odiapua.com

ରଣପୁର ଥାନାରେ ନିଷ୍ପତି ଭାଇଚାରା ସମ୍ପର୍କ ବଜାୟ ରଖିବୁ

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୫/୦୪-ନୟାଗଡ ଜିଲ୍ଲା ରଣପୁର ଅଂଚଳରେ ଲକ୍‌ଡାଉନ୍ କୁ ବ୍ୟାପକ କଡା କଡି ଭାବେ ପାଳନ କରାଯାଉଥିବା ବେଳେ ସାହି ଭିତର ଗଳି କନ୍ଦିରେ ଥିବା କିଛି ରାସନ୍ ଦୋକାନୀ ଦୋକାନ ଖୋଲୁଥିବାର ଜଣା ପଡିଛି । ଯାହାଦ୍ୱାରାକି ସଉଦା କିଣାବିକାକୁ ନେଇ ସଂଖ୍ୟା ଲଘୁ ସମ୍ପ୍ରଦାୟର ଏକ ଯୁବକକୁ ନିଜାମୁଦ୍ଦିନ୍ ଲିଙ୍କ ନେଇ ଅନ୍ୟ ଲୋକମାନେ ଆକ୍ଷେପ କରିଥିଲେ । ସେହିଭଳି ଘଟଣାକୁ ନେଇ ଆକ୍ଷେପ ଓ ପ୍ରତିଆକ୍ଷେପ ଯୋଗୁଁ ଏକ ମୁହାଁ ମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଫଳରେ ରଣପୁର ନୋଡାଲ ଅଫିସର୍ ତଥା ତହସିଲ୍‌ଦାର ସଂଜୟ କୁମାର ସାମନ୍ତରାୟ ଓ ରଣପୁର ଥାନା ଇନିସ୍‌ପେକ୍ଟର ରଶ୍ମିରଂଜନ ଦାଶ ଘଟଣା ସ୍ଥଳକୁ ଯାଇ ଉଭୟ ସମ୍ପ୍ରଦାୟର ବ୍ୟକ୍ତିଙ୍କୁ ଥାନାକୁ ନେଇଆସି ପରିସ୍ଥିତି ଉପରେ ନଜର ରଖିଥିଲେ । ଏପ୍ରିଲ୍ ୫ତାରିଖ ରଣପୁର ଥାନାରେ ଥାନା କେଶ୍ ନଂ-୯୮/୨୦୨୦ ଋଜୁ କରାଯାଇ ଘଟଣାର ସମାଧାନ କରାଯାଇଥିଲା । ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ଜନସାଧାରଣ ଭାଇଚାରା ସମ୍ପର୍କ ବଜାୟ ରଖିବେ ବୋଲି ଅଙ୍ଗୀକାର ବଦ୍ଧ ହେବା ପରେ ଉଭୟଙ୍କୁ ନୋଟିସ୍ ଦେଇ ଛାଡିଥିବା ଜଣା ପଡିଛି । ପରିସ୍ଥିତି ଶାନ୍ତିପୁର୍ଣ୍ଣ ଥିବା ଜଣା ପଡିଛି ।