Odiapua.com

ରଣପୁର ତାଲୁକ୍ ଲିଗାଲ୍ ସର୍ଭିସ୍ କମିଟି ତରଫରୁ ବିଶ୍ୱ ମହିଳା ଦିବସ ପାଳିତ

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୮/୦୩-ରଣପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ପରିସରରେ ତାଲୁକ୍ ଲିଗାଲ୍ ସର୍ଭିସ୍ କମିଟି ତରଫରୁ ବିଶ୍ୱ ମହିଳା ଦିବସ ଅବସରରେ ଏକ ମହିଳା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ତାଲୁକ୍ ଲିଗାଲ ସର୍ଭିସ୍ କମିଟିର ଚେୟାରମ୍ୟାନ୍ ତଥା ରଣପୁର ମାଜିଷ୍ଟ୍ରେଟ୍ ଇପ୍‌ସିତା ନନ୍ଦ, ସରକାରୀ ଓକିଲ ଗିରିଜା ଶଙ୍କର ସାମନ୍ତରାୟ, ସଭ୍ୟ ବିରଷ୍ଠ ଆଇନ୍‌ଜିବୀ ସୁବାଷ ଜେନା, ଶ୍ରୀକାନ୍ତ ସାହୁ, ଦିଲୀପ୍ କୁମାର ନନ୍ଦଙ୍କ ସହ ପାରା ଲିଗାଲ କମିଟିର ସ୍ୱେଛାସେବୀ ମାନେ ଯୋଗ ଦେଇଥିଲେ ।

ପୁର୍ବରୁ କେଉଁଭଳି ଭାବରେ ମହିଳା ମାନଙ୍କ ପାଇଁ ସ୍ୱତନ୍ତ୍ର ଆଇନ୍ ବ୍ୟବସ୍ଥା ନଥିଲା ଏବେ କେଉଁଭଳି ଭାବରେ କାର୍ଯ୍ୟକାରୀ କରାଯାଉଛି, ସି.ଆର.ପି.ସି ଆଇନ୍ ଅନୁସାରେ ମହିଳା ମାନଙ୍କୁ କେଉଁଭଳି ଭାବରେ ସୁର୍ଯ୍ୟାସ୍ତ ପରେ ଓ ସୁର୍ଯ୍ୟୋଦୟ ପୁର୍ବରୁ ଗିରଫ କରିପାରିବ ନାହିଁ, ମହିଳାଙ୍କୁ ମହିଳା ପୋଲିସ୍ ଗିରଫ କରିବ, ମହିଳା ମାନଙ୍କ ପାଇଁ ସମ୍ପତ୍ତିଗତ ଅଧିକାର ଆଇନ୍‌, ସରକାର ସ୍ୱୟଂ ସହାୟୀକା ଗୋଷ୍ଠୀ ମାଧ୍ୟମରେ ମହିଳା ମାନଙ୍କ ଉନ୍ନତି ପାଇଁ କରାଯାଇଥିବା ପ୍ରଚେଷ୍ଟା ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇଥିଲା ।