Odiapua.com

ରଣପୁର ତହସିଲ ଅଂଚଳରୁ ଚୋରା ମାଙ୍କଡା ପଥର ବ୍ୟାପକ ଚାଲାଣ ୩ଗାଡି ଜବତ

ନୟାଗଡ/୮/୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ତହସିଲ ଝାରପଡା ରେଭେନ୍ୟୁ ସର୍କଲ ଓ ଚାନ୍ଦପୁର ରେଭେନ୍ୟୁ ସର୍କଲ ଅଂଚଳ ରୁ ପ୍ରତିଦିନ ଶହ ଶହ ଗାଡି ଚୋରା ମାଙ୍କଡା ପଥର ଚାଲାଣ ହୋଇଥାଏ । ଯାହା ଫଳରେ ସରକାର ମାସ କୁ ମାସ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହରାଇଥାନ୍ତି । ଗତ ୭ ତାରିଖ ରାତ୍ରିରେ ମୟୁରଝାଲିଆ ଓ ଜଙ୍କିଆ ଅଂଚଳରୁ ଚୋରା ମାଙ୍କଡା ପଥର ଚାଲାଣ ହେଉଥିବା ୩ଗୋଟି ଗାଡିକୁ ରଣପୁର ତହସିଲଦାର ସଂଜୟ କୁମାର ସାମନ୍ତରାୟ ଜବତ କରିଥିବା ଜଣାପଡିଛି । ପ୍ରଶାସନ ମାସକରେ ଥରେ ଦୁଇଥର ଚଢାଉକରି ବାହାବା ନେଉଥିବା ବେଳେ ପ୍ରତିଦିନ ଶହ ଶହ ସଂଖ୍ୟାରେ ମାଙ୍କଡା ପଥର ଗାଡିରେ ଚାଲାଣ ହେଉଥିବା ଦେଖିବାକୁ ମିଳୁଛି ।

ଚାନ୍ଦପୁର ଥାନାରେ ଜଣେ ଦକ୍ଷ ପୋଲିସ ଇନିସ୍ପେକ୍ଟର ରଶ୍ମୀ ରଞ୍ଜନ ଦାସ ଥିଲା ବେଳେ କି ଭଳି ଭାବରେ ଚୋରା ଖଣି ଖନନ ଚାଲିଛି ତାହା ସାଧାରଣ ରେ ପ୍ରଶ୍ନବାଚି ସୃଷ୍ଟି କରିଛି । ଚୋରା ଗାଡି ଜବତ ହେଉଥିବା ବେଳେ ଗାଡିର ଡ୍ରାଇଭର, ହେଲପର ଓ କର୍ମଚାରୀ ମାନେ କିଭଳି ଫେରାର ହେଉଛନ୍ତି ତାହା ପ୍ରଶାସନର ପାରିବା ପଣିଆଁ କୁ ଅଙ୍ଗୁଳି ନିର୍ଦେଶ କରୁଛି । ସାଧାରଣରେ ଚର୍ଚ୍ଚା ହେଉଛି ପ୍ରଶାସନ ଲୋକ ଦେଖାଣିଆ ଭାବେ ଗାଡି ଗୁଡିକୁ ଧରି ଫାଇନ୍ ଆଦାୟ କରି ଛାଡି ଦେଉଥିବା ବେଳେ ତା ପର ଦିନ ସେହି ଗାଡି ଗୁଡିକ ପୁଣି ଥରେ ମାଙ୍କାଡା ପଥର ଚୋରା ଚାଲାଣ କରୁଥିବା ଦେଖିବାକୁ ମିଳୁଛି । ଜିଲ୍ଲା ଉଚ୍ଚ କର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଜନସାଧାରଣ ରେ ଦାବି ହେଉଛି ।