Odiapua.com

ରଣପୁର ତହସିଲ୍ ଆଗରେ ଗଣ ଧାରଣା

ନୟାଗଡ/୦୫/୧୨(ଓଡିଆ ପୁଅ)-ରଣପୁର ତହିସଲ ଆଗରେ ବ୍ଲକ୍ କୃଷକ କମିଟି ତରଫରୁୁ ଏକ ଗଣ ଧାରନା ଦିଆ ଯାଇଥିବା ଜଣା ପଡିଛି। ଏକ ୧୦ଦଫା ଦାବି ସମ୍ବଳିତ ମେମୋରାଣ୍ଡମ୍ ତହସିଲଦାରଙ୍କ ମାଧ୍ୟମରେ ନୟାଗଡ ଜିଲ୍ଲାପାଳଙ୍କୁ ଦିଆଯାଇଅଛି। ଦାବି ମଧ୍ୟରେ ରହିଛି କାଳିଆ ଯୋଜନା, ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ସମସ୍ତ ହିତାଧିକାରୀ ମାନଙ୍କୁ ତୁରନ୍ତ ଅର୍ଥ ପ୍ରଦାନ, ପ୍ରତି ପଂଚାୟତରେ ଧାନ ମଣ୍ଡି ଖୋଲାଯାଉ, କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଯାୟୀ ଧାନ କିଣିବା ସହ ବୋନସ୍ ପ୍ରଦାନ କରାଯାଉ, ଭାଗଚାଷୀ ମାନେ ମଣ୍ଡରେ ଧାନ ବିକ୍ରି କରିବା ପାଇଁ ସୁଯୋଗ ଦିଆଯାଉ, ଧାନ ବିକ୍ରୟରେ କଳା ବଜାରୀ –ମିଲର-ପ୍ରଶାସନର ଅସାଧୁ ମେଣ୍ଟ ବନ୍ଦ କରାଯାଉ, ଫୋନି କ୍ଷୟକ୍ଷତି ପ୍ରଦାନ କରାଯାଉ ଆଦି ଦାବି ଗୁଡିକ ରଣପୁର ତହସିଲଙ୍କ ମାଧ୍ୟମରେ ଜିଲ୍ଲାପାଳଙ୍କୁ ପ୍ରଦାନ କରିବା ପାଇଁ ଏକ ମେମୋରାଣ୍ଡମ୍ ପ୍ରଦାନ କରାଯାଇଥିବା ଜଣା ପଡିଛି। ଏଥିରେ କୃଷକ ନେତା ପୁର୍ଣ୍ଣଚନ୍ଦ୍ର ସାମନ୍ତରାୟ, ହରିଶ୍ ଚନ୍ଦ୍ର ମିଶ୍ର, ବୁଲୁ ମହାନ୍ତି, ଗଦାଧର ପ୍ରଧାନ, ଦଃୁଶାସନ ଜେନା, ଆଦି ବହୁନେତା ଦାବି ଗୁଡିକ ଉପରେ ଆଲୋକପାତ କରିଥିଲେ। ଶତାଧିକ ମହିଳା ପୁରୁଷ କୃଷକ ମାନେ ଏଥିରେ ଯୋଗ ଦେଇଥିଲେ।