Odiapua.com

ରଣପୁର ତହସିଲ୍ ଅଂଚଳରେ ଇଟାଭାଟିରୁ ନିର୍ଗତ ଧୂଆଁ ଯୋଗୁ ବାୟୁମଣ୍ଡଳ ପ୍ରଦୂଷିତ

ନୟାଗଡ(ଓଡିଆପୁଅ /ଦେବୀପ୍ରସାଦ ଆଚାର୍ଯ୍ୟ)ଦେଶ ତଥା ରାଜ୍ୟରେ କରୋନା ର ଦ୍ୱିତୀୟ ଲହର ଚାଲିଥିବା ବେଳେ ସେଥିପାଇଁ ଦେଖାଯାଉଛି ଅମ୍ଳଜାନ ର ଅଭାବ । ବାୟୁମଣ୍ଡଳ ରେ ଅମ୍ଳଜାନ ଓ ଅଙ୍ଗାରକାମ୍ଳ ସନ୍ତୁଳିତ ହେଉଅଛି । ନୟାଗଡ ଜିଲ୍ଲ୍‌ା ରଣପୁର ତହସିଲ୍ ର ରଣପୁର, ବାଉଁଶଗଡ ଓ ରାଜସୁନାଖଳା ରାଜସ୍ୱ ଅଂଚଳରେ ରାସ୍ତାକଡ ମାନଙ୍କରେ ଶହ ଶହ ଇଟାଭାଟି ଦେଖାଯାଉଛି । ଇଟାଭାଟି ଗୁଡିକରୁ ବାହାରୁଥିବା ଧୂଆଁ ଯୋଗୁ ବାୟୁମଣ୍ଡଳ ରେ ଅଙ୍ଗାରକାମ୍ଳ ବଢିବାରେ ଲାଗିଛି ।ଏ ସଂପର୍କେ ପରିବେଶବିତ୍ ତଥା ମା ମଣିନାଗ ଜଙ୍ଗଲ ସୁରକ୍ଷା ପରିଷଦର ସଂପାଦକ ଅରକ୍ଷିତ ସାହୁ କୁହନ୍ତି ଯେ ଇଟାଭାଟିରୁ ନିର୍ଗତ ଧୂଆଁ ଯୋଗୁ ବାୟୁମଣ୍ଡଳରେ ଉଷ୍ଣତା ବଢିବା ସହ ଅଙ୍ଗାରକାମ୍ଳ ବଢିବାରେ ଲାଗିଛି ।

ଯାହାଫଳରେ ଆଖ ପାଖ ଅଂଚଳରେ ଛୋଟ ଶିଶୁଙ୍କ ସମେତ ବୁଢା ବୁଢି ମାନେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଭୋଗ କରୁଛନ୍ତି । ରାଜସ୍ୱ କର୍ମଚାରୀ ମାନେ ଲୋକ ଦେଖାଣିଆ ଇଟାଭାଟି ମାଲିକଙ୍କ ନିକଟକୁ ଆସି କିଛି ଫାଇନ୍ ଆଦାୟ କରିବା ବଦଳରେ ହାତ ଚିକ୍କଣ କରି ଚୁପ୍ ଚାପ୍ ଚାଲି ଯାଉଛନ୍ତି । ଏଥିପାଇଁ ରାଜସ୍ୱ କର୍ମଚାରୀ ମାନେ ଦାୟୀ ଅଟନ୍ତି । ଏ ସଂପର୍କେ ନୟାଗଡ ଉପ ଜିଲ୍ଲାପାଳ ଲଗ୍ନଜିତ୍ ରାଉତଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ଇଟାଭାଟି ଗୁଡିକ ବନ୍ଦ କରିବା ପାଇଁ ରଣପୁର ତହସିଲ୍‌ଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଅଛି । ସେ ଏ ସଂର୍ପକେ ତୁରନ୍ତ ପଦକ୍ଷେପ ନେବେ । ରଣପୁର ତହସିଲ୍‌ଦାର ସଞୟ କୁମାର ସାମନ୍ତରାୟଙ୍କ ସହ ଯୋଗାଯୋଗ କରିବାରେ ରଣପୁର , ବାଉଁଶଗଡ ଓ ରାଜସୁନାଖଳା ରେ ବେଆଇନ୍ ଇଟାଭାଟି ଥିବା କଥା ସ୍ୱିକାର କରିଛନ୍ତି । ସଂପୃକ୍ତ ଆର୍ ଆଇ ମାନଙ୍କୁ  ଇଟାଭାଟି ମାଲିକ ମାନଙ୍କ  ତାଲିକା ପ୍ରସ୍ତୁତ୍ କରିବାକୁ କୁହା ଯାଇଅଛି । ଏବେ ତାଲା ବନ୍ଦ ଚାଲିଥିବା ଯୋଗୁ ପୋଲିସ୍ ଫୋସ୍‌ର୍ ର ଅଭାବ ରହିଛି । ତାଲା ବନ୍ଦ ଉଠିଗଲେ ଇଟାଭାଟି ଗୁଡିକରେ ଚଢାଉ କରାଯାଇ କଂଚା ଇଟା ଗୁଡିକୁ ନଷ୍ଟ କରାଯାଇ ପୋଡା ଯାଇଥିବା ଇଟା ଗୁଡିକୁ ନିଲାମ କରାଯାଇ ରାଜସ୍ୱ ଭରଣୀ କରାଯିବ ।