Odiapua.com

ରଣପୁର ତହସିଲରେ ପରିମଳ ଓ ପାନୀୟଜଳ ସମସ୍ୟା ଉତ୍କଟ

ନୟାଗଡ଼ ୨୨/୦୬ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ରଣପୁର ତହସିଲ ଏକ ବୃହତ ତହସିଲ ହୋଇଥିବାରୁ ପ୍ରତିଦିନ ହଜାର ହଜାର ସଂଖ୍ୟା ରେ ଲୋକମାନେ ବିଭିନ୍ନ କାର୍ଯ୍ୟ ପାଇଁ ଆସିଥାନ୍ତି। କିନ୍ତୁ ଅଫିସ ରେ ଥିବା କର୍ମଚାରୀ ଓ ଆସୁଥିବା ଲୋକମାନଙ୍କ ପାଇଁ ଶୁଦ୍ଧ ପାନୀୟଜଳର ବ୍ୟବସ୍ଥା ନାହିଁ। ଯାହାଫଳରେ ଲୋକମାନେ ନାହିଁ ନଥିଲା ଅସୁବିଧା ଭୋଗ କରୁଛନ୍ତି। ତହସିଲ କାର୍ଯ୍ୟାଳୟ ପରିସର ସାଇକେଲ ଷ୍ଟାଣ୍ଡରେ ଏକ ଅଚଳ ନଳକୂପ ରହିଅଛି। ଉପର ମହଲାରେ ଅତିରିକ୍ତ ତହସିଲଦାରଙ୍କ ଚ୍ୟାମ୍ବର ଲାଟିନ ଭିତରେ ଏକ ଆକୁଆଗାର୍ଡ ରହିଅଛି। ଯାହାକି ଅଚଳ ଅବସ୍ଥାରେ ରହିଅଛି। ଅଫିସ ପିଅନ୍ ଅଧ କିଲୋମିଟର ବୋତଲରେ ପାଣି ଆଣି କର୍ମଚାରୀମାନଙ୍କ ପାଇଁ ରଖୁଥିବା ଜଣାପଡିଛି।

ସେହିଭଳି ଭାବରେ ପରିଚ୍ଛନତା କଥା ନକହିବା ଭଲ। ସିଡି ରାସ୍ତା ଠାରୁ ଆରମ୍ଭ କରି କର୍ମଚାରୀ ମାନଙ୍କ ବସୁଥିବା ଝରକା ପାନଛେପ ରେ ପରିପୁର୍ଣ୍ଣ। ଯାହାକି ପରିବେଶ କୁ ଦୁର୍ଗନ୍ଧମୟ କରୁଛି। କାର୍ଯ୍ୟାଳୟ ସିଡି ନିକଟରେ ଦୁଇ ଚାରୋଟି ବୁଲା କୁକୁର ଶୋଇ ରହୁଛନ୍ତି। ଲୋକ ମାନେ କାର୍ଯ୍ୟପାଇଁ ଯିବା ସମୟରେ ଆକ୍ରମଣ ପାଇଁ ପହଂଚି କାମୁଡିବା ଘଟଣାକୁ ନକହିବା ଭଲ। ଏ ସର୍ମ୍ପକେ ତହସିଲଦାର ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଚତୁର୍ଥ ଶ୍ରେଣୀ କର୍ମଚାରୀ ଅଭାବ ଯୋଗୁଁ କାର୍ଯ୍ୟାଳୟ ପରିସର ପରିଚ୍ଛନତା ରହିପାରୁନାହିଁ। ଖୁବଶ୍ରୀଘ୍ର ପାନୀୟଜଳ ର ବ୍ୟବସ୍ଥା କରାଯିବ।