Odiapua.com

ରଣପୁର ତହସିଲଦାର ଙ୍କ ଦ୍ୱାରା ଟିପର ଗାଡି, ଜେସିବି ଓ କଟର ଜବତ

ନୟାଗଡ/୨୫/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ତହସିଲ ଅଂଚଳ ରୁ ବ୍ୟାପକ ମାଙ୍କଡା ପଥର ଚୋରା ଚାଲାଣ ଯୋଗୁଁ ସରକାର ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହରାଉଥିବା ଅଭିଯୋଗ ହୋଇଆସୁଅଛି । ଚାନ୍ଦପୁର ଆର ଆଇ ସର୍କଲ ପଟିଆ ପଞ୍ଚାୟତ କୁଷପଲ୍ଲା ଆଦି ଅଂଚଳ ରେ ଅନୁକେ ଚୋରା ମାଙ୍କଡା ପଥର ଖଣି ଦେଖିବାକୁ ମିଳୁଛି । ଯେଉଁ ଖଣିରୁ ମାଙ୍କଡା ପଥର ଜଙ୍ଗଲ ରାସ୍ତା ଦେଇ ଖୋର୍ଦ୍ଧା ଜିଲ୍ଲା କୁହୁଡି ,ବାଲୁଗାଁ ଓ ବାଣପୁର ଅଂଚଳ କୁ ଚାଲାଣ ହୋଇଆସୁଅଛି । ପ୍ରଶାସନ ର ଦୃଷ୍ଟି ଆଢୁଆଳ ରେ ଏହି ଅଂଚଳ ରହିଅଛି ।

ରଣପୁର ତହସିଲଦାର ଧର୍ମ କୁ ଆଖି ଠାର ଭଳି ଡିସେମ୍ବର ୨୪ ତାରିଖ ବିଳମ୍ବିତ ସଂନ୍ଧ୍ୟାରେ ପଟିଆ କୁଷୁପଲ୍ଲା ଖଣି ରେ ଚଡାଉ କରିଥିଲେ । ଗୋଟିଏ ଜେସିବି ମେସିନ, ଓ ଡି ୦୨ ଜି ୩୩୯୫ ଟିପର ଗାଡି ଓ ଗୋଟିଏ ପଥର କଟା ମେସିନ ଜବତ କରିଥିବା ଜଣାପଡିଛି । ଜବତ ସମୟରେ ପଥର କାଟୁଥିବା ଓ ଚାଲାଣ କରୁଥିବା  ଜଣାପଡିଛି । ସାଧାରଣ ରେ ଆଲୋଚନା ହେଉଛି ତହସିଲଦାର ଜବତ କରୁଥିବା ଗାଡି, ଜେସିବି ମେସିନ  ଓ କଟର ମେସିନ କୁ ଫାଇନ୍ ଆଦାୟ କରି ଛାଡି ଦେଉଥିବା ଯୋଗୁଁ ସେହି ଗାଡି ମେସିନ କୁ ମାଫିଆ ମାନେ ପୁଣି ଚୋରା ପଥର କାଟିବା ଓ ଚାଲାଣ କରିବାରେ ବିନିଯୋଗ କରୁଛନ୍ତି । ଏ ସର୍ମ୍ପକେ ରଣପୁର ତହସିଲଦାର ସଂଜୟ କୁମାର ସାମନ୍ତରାୟ ଙ୍କ ସହ ଦିନସାରା ବାରମ୍ବାର ଫୋନରେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ ।