Odiapua.com

ରଣପୁର ଡିଗ୍ରୀ ମହାବିଦ୍ୟାଳୟରେ ଦୁର୍ବିପାକ ପରିଚାଳନା ତାଲିମ

ନୟାଗଡ଼ ୨୦/୦୪ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ଼ ଜିଲ୍ଲା ରଣପୁର ଡିଗ୍ରୀ ମହାବିଦ୍ୟାଳୟରେ ରଣପୁର ଅଗ୍ନିଶମ ବାହିନୀ ତରଫରୁ ପ୍ରାକୃତିକ ଦୁର୍ବିପାକ ସମୟରେ ଆତ୍ମରକ୍ଷା ସହିତ ପ୍ରପିଡ଼ିତମାନଙ୍କୁ ସୁରକ୍ଷା ପ୍ରଦାନ ନିର୍ମିତ ଏନ୍ ‌ସି ସି ଓ ଏନ୍ ଏସ୍ ଏସ୍ ଛାତ୍ରଛାତ୍ରୀମାନଙ୍କୁ ଏପ୍ରିଲ ୨୦ ତାରିଖରେ ତାଲିମ ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ଏଥିରେ ୬୦ ଜଣ ଛାତ୍ର ଛାତ୍ରୀ ତାଲିମ ଗ୍ରହଣ କରିଥିଲେ। ପ୍ରାକୃତିକ ଦୁର୍ବିପାକରେ ଅଗ୍ନିର ଉତ୍ପତି ଓ ପରିଚାଳନା ତାଲିମ ପ୍ରଦାନ କରାଯାଇଥିଲା। ବଜ୍ରପାତ ସମୟରେ ନିଜେ କିପରି ସୁରକ୍ଷା ରହିବ ଓ ଅନ୍ୟମାନଙ୍କୁ କିପରି ସୁରକ୍ଷା ଯୋଗାଇବ, ସର୍ପାଘାତ, ବନ୍ୟା ବାତ୍ୟା ସମୟରେ ନିଜେ ସୁରକ୍ଷିତ ରହି କିପରି ବିପନ୍ନଙ୍କୁ ସୁରକ୍ଷିତ ରଖିବ ସେ ନେଇ ଅଗ୍ନିଶମ କର୍ମଚାରୀମାନେ ବୁଝାଇବା ସହ ଛାତ୍ରଛାତ୍ରୀମାନଙ୍କୁ ପ୍ରାକୃତିକ ଭାବେ କୈାଶଳ ଶିକ୍ଷା ଦେଇଥିଲେ।

ଏଥିରେ ରଣପୁର ଅଗ୍ନିଶମ ବାହିନୀର କେନ୍ଦ୍ର ଅଧିକାରୀ ସରୋଜ କୁମାର ଦାଶ, ମୁଖ୍ୟ ଅଗ୍ନିକ ଅମରେନ୍ଦ୍ର ତ୍ରିପାଠୀ, ଆଗ୍ନୀକ ଜୀବନ ପରିଡ଼ା ଗୈାଡ, ଆଗ୍ନୀକ ମନୋଜ କୁମାର ଆଦି ଯୋଗ ଦେଇ କୌଶଳ ତାଲିମ ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀମାନେ ତାଲିମ ପାଇଲା ପରେ ନିଜେ ଅଭ୍ୟାସ କରିଥିଲେ। ରଣପୁର ମହାବିଦ୍ୟାଳୟର ଅଧ୍ୟାପକମାନେ ଏହି ତାଲିମରେ ଅଂଶ ଗ୍ରହଣ କରିଥିଲେ।