Odiapua.com

ରଣପୁର ଜଗନ୍ନାଥଙ୍କ ସୁନାବେଶ ଦେଖିବାକୁ ଭକ୍ତଙ୍କ ପ୍ରବଳ ଭିଡ଼

ନୟାଗଡ଼ ୧୦/୦୭ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ଦ୍ୱିତୀୟ ଶ୍ରୀକ୍ଷେତ୍ର ଦାବି କରୁଥିବା ନୟାଗଡ ଜିଲ୍ଲା ରଣପୁରଗଡ ରେ ରାଜ ରାଜୁଡା ଅମଳରୁ ଘୋଷଯାତ୍ରା ଅନୁଷ୍ଠିତ ହୋଇ ଆସୁଅଛି। ୨ ବର୍ଷ ହେଲା କରୋନା କଟକଣା ଯୋଗୁଁ ଘୋଷଯାତ୍ରା ବନ୍ଦ ହୋଇଥିବା ବେଳେ ଚଳିତ ବର୍ଷ ସୁନାବେଶ ଦେଖିବା ପାଇଁ ସକାଳୁ ସଂନ୍ଧ୍ୟା ପର୍ଯ୍ୟନ୍ତ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା।

ପ୍ରାୟ ଲକ୍ଷାଧିକ ଭକ୍ତ ବଡଏକାଦଶୀ ତିଥିରେ ପ୍ରଭୁଙ୍କୁ ଦର୍ଶନ କରିବା ସହ ସୁନାବେଶର ଅପୁର୍ବ ଶୋଭା କୁ ଅନୁଭବ କରିଥିଲେ। ମୀନାବଜାର ଠାରୁ ଆରମ୍ଭ କରି ଦୋକାନ ମାନଙ୍କରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଭିଡ ରୋକିବା ପାଇଁ ପୋଲିସ ଟ୍ରାଫିକ୍ ବ୍ୟବସ୍ଥା କୁ କଡାକଡି କରିଥିଲା। ସଂନ୍ଧ୍ୟାରେ ରଣପୁର ଟାଉନ୍ କ୍ଲବ ଆନୁକୁଲ୍ୟରେ ଓଡିଶାର ପ୍ରଖ୍ୟାତ କଣ୍ଠଶିଲ୍ପୀ ମାନଙ୍କୁ ନେଇ ୩୬ ତମ ଭଜନ ସମାରୋହର ଆୟୋଜନ କରାଯାଇଥିବା ଜଣାପଡିଛି।